www.samajalive.in
Saturday, December 13, 2025
23.1 C
Bhubaneswar

ବର୍ଷା ଯୋଗୁଁ ଫାଇନାଲ ମ୍ୟାଚ୍‍ ବାତିଲ: ଭାରତ-ପାକିସ୍ତାନ ଯୁଗ୍ମବିଜେତା

ମସ୍କାଟ୍‍: ଚଳିତବର୍ଷର ଏସିଆନ୍‍ ଚମ୍ପିଆନ୍‍ସ ଟ୍ରଫି ପୁରୁଷ ହକି ଟୁର୍ଣ୍ଣାମେଣ୍ଟରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ଯୁଗ୍ମବିଜେତା ଘୋଷିତ ହୋଇଛନ୍ତି। ପ୍ରବଳ ବର୍ଷା ଯୋଗୁଁ ରବିବାର ଫାଇନାଲ ମ୍ୟାଚ୍‍ ଆରମ୍ଭ ହୋଇ ପାରିନଥିଲା। ପଡ଼ିଆରେ ପାଣି ଜମି ରହିଥିଲା। ପ୍ରାୟ ଦେଢ଼ଘଣ୍ଟା ଅପେକ୍ଷା କରିବା ପରେ ବର୍ଷା ବନ୍ଦ ନହେବାରୁ ରାତି ୧୨.୧୦ରେ ଅମ୍ପାୟାର ମ୍ୟାଚ୍‍କୁ ବାତିଲ ଘୋଷଣା କରିଥିଲେ। ଟୁର୍ଣ୍ଣାମେଣ୍ଟରେ କୌଣସି ମ୍ୟାଚ୍‍ ହାରିନଥିବା ଭାରତ ଫାଇନାଲ ମ୍ୟାଚ୍‍ରେ ଫେଭରିଟ୍‍ ଥିଲା। ଲିଗ୍‍ ପର୍ଯ୍ୟାୟରେ ପାକିସ୍ତାନକୁ ୩-୧ ଗୋଲ୍‍ରେ ଭାରତ ପରାସ୍ତ କରିଥିଲା। ଗତ ୪ଟି ସଂସ୍କରଣ ମଧ୍ୟରୁ ଭାରତ ଓ ପାକିସ୍ତାନ ୨ ଥର ଲେଖାଏଁ ଚମ୍ପିଆନ୍ ହୋଇଥିଲେ। ଏଥର ଦୁହେଁ ଯୁଗ୍ମବିଜେତା ହୋଇଛନ୍ତି। ଏବେ ଭାରତୀୟ ପୁରୁଷ ହକି ଦଳର ପରବର୍ତ୍ତୀ ଟୁର୍ଣ୍ଣାମେଣ୍ଟ ହେଉଛି ନଭେମ୍ବର ୨୮ରୁ ଭୁବନେଶ୍ୱରରେ ଖେଳାଯିବାକୁ ଥିବା ବିଶ୍ୱକପ୍‍।

Hot this week

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

Related Articles

Popular Categories