www.samajalive.in
Wednesday, December 10, 2025
14.1 C
Bhubaneswar

ଡବ୍ଲ୍ୟୁଟିଏ ଫାଇନାଲ୍‍ସ ଟେନିସ୍‍: ଶ୍ୱିତୋଲିନା ଚମ୍ପିଆନ

ସିଙ୍ଗାପୁର: ଚଳିତ ସିଜିନ୍‍ର ଅନ୍ତିମ ମହିଳା ଟେନିସ ଟୁର୍ଣ୍ଣାମେଣ୍ଟ ଡବ୍ଲ୍ୟୁଟିଏ ଫାଇନାଲ୍‍ସରେ ଚମ୍ପିଆନ୍‍ ଆଖ୍ୟା ଅର୍ଜନ କରିଛନ୍ତି ୟୁକ୍ରେନ୍‍ର ଏଲିନା ଶ୍ୱିତୋଲିନା। ରବିବାର ଫାଇନାଲ ମ୍ୟାଚ୍‍ରେ ବିଶ୍ୱର ୬ନଂ ମହିଳା ଖେଳାଳି ଶ୍ୱିତୋଲିନା ୩-୬, ୬-୨, ୬-୨ ସେଟ୍‍ରେ ଆମେରିକାର ସ୍ଲୋଏନ୍‍ ଷ୍ଟିଫେନ୍‍ସଙ୍କୁ ପରାସ୍ତ କରିଛନ୍ତି। ଏହା ଶ୍ୱିତୋଲିନାଙ୍କ ଜୀବନର ସବୁଠାରୁ ବଡ଼ ଟାଇଟଲ। ଶ୍ୱିତୋଲିନା ଡବ୍ଲ୍ୟୁଟିଏ ଫାଇନାଲ୍‍ସରେ ସମସ୍ତ ପୁଲ୍‍ ମ୍ୟାଚ୍‍ ଜିତି ପାରିଥିଲେ। ୨୦୧୩ରେ ସେରେନା ୱିଲିୟମ୍‍ସଙ୍କ ପରେ କୌଣସି ମ୍ୟାଚ୍‍ ନ ହାରି ଶ୍ୱିତୋଲିନା ଚମ୍ପିଆନ୍‍ ହୋଇଛନ୍ତି। ୨୦୧୭ ୟୁଏସ୍‍ ଓପନ୍‍ ଚମ୍ପିଆନ୍‍ ସ୍ଲୋଆନ୍‍ ଷ୍ଟିଫେନ୍‍ସ ପ୍ରଥମ ସେଟ୍‍ ଜିତି ନେଇଥିଲେ ହେଁ ଶ୍ୱିତୋଲିନା ପରବର୍ତ୍ତୀ ୨ଟିଯାକ ସେଟ୍‍ ଜିତି ଚମ୍ପିଆନ୍‍ ହୋଇ ପାରିଛନ୍ତି। ଏହାକୁ ମିଶାଇ ଶ୍ୱିତୋଲିନା ମୋଟ ୧୩ଟି ଡବ୍ଲ୍ୟୁଟିଏ ସିଙ୍ଗଲ୍‍ସ ଟାଇଟଲ ଜିତି ପାରିଛନ୍ତି। ଏହି ଟୁର୍ଣ୍ଣାମେଣ୍ଟର ମହିଳା ଡବଲ୍‍ସରେ ହଙ୍ଗେରୀର ଟିମିଆ ବାବୋସ୍‍ ଓ ଫ୍ରାନ୍‍ସର କ୍ରିଷ୍ଟିନା ମ୍ଲାଡେନୋଭିଚ୍‍ ୬-୪, ୭-୫ ସେଟ୍‍ରେ ଚେକ୍‍ ରିପବ୍ଲିକ୍‍ ଯୋଡ଼ି କାଟେିରନା ସିନିଆକୋଭା ଓ ବାର୍ବୋରା କ୍ରେସିକୋଭାଙ୍କୁ ପରାସ୍ତକରି ଚମ୍ପିଆନ୍‍ ହୋଇଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories