www.samajalive.in
Monday, December 15, 2025
26.1 C
Bhubaneswar

ନବ ଦାସଙ୍କ ହତ୍ୟା ଘଟଣାରେ ପ୍ରକାଶ ମିଶ୍ରଙ୍କ ପ୍ରତିକ୍ରିୟା ; ‘ଏଫବିଆଇ’ର କୌଣସି ଭୂମିକା ନାହିଁ

ଭୁବନେଶ୍ୱର : ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ସୁରକ୍ଷା ଦାୟିତ୍ୱରେ ଥିବା ପୁଲିସ ଅଧିକାରୀ ଗୁଳି କରି ହତ୍ୟା କରିବା ଘଟଣାରେ ‘ଏଫବିଆଇ’ର କୌଣସି ଭୂମିକା ନାହିଁ ବୋଲି ବିଜେପିର ବରି‌ଷ୍ଠ ନେତା ତଥା ରାଜ୍ୟର ପୂର୍ବତନ ପୁଲିସ ମହାନିର୍ଦେଶକ ପ୍ରକାଶ ମିଶ୍ର କହିଛନ୍ତି। ଗୁରୁବାର ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିିଳନୀରେ ଶ୍ରୀ ମିଶ୍ର କହିଛନ୍ତି ଯେ, ପୁଲିସ ହେଉଛି ଏକ ‘ଫୋର୍ସ’ ଏବଂ ଏକ ‘ଚେନ୍‌ ଅଫ୍‌ କମାଣ୍ଡ’ର ବ୍ୟବସ୍ଥାର ସମନ୍ୱୟ। ରାଜ୍ୟରେ ବହୁ ଦକ୍ଷ ପୁଲିସ ଅଧିକାରୀ ଅଛନ୍ତି। କିନ୍ତୁ ଶୃଙ୍ଖଳା ଅଭାବରୁ ରାଜ୍ୟରେ ପୁଲିସ ବ୍ୟବସ୍ଥା ସଂପୂର୍ଣ୍ଣ ଧ୍ୱଂସ ପାଇଛି। ପୁଲିସ ଡିଜି, ବରିଷ୍ଠ ପୁଲିସ ଅଧିକାରୀ, ଏସପି ଓ ଅନ୍ୟାନ୍ୟ ପୁଲିସ ଅଧିକାରୀଙ୍କ ମଧ୍ୟରେ ସମନ୍ୱୟର ଅଭାବ ସ୍ପଷ୍ଟ ପରିଲକ୍ଷିତ ହେଉଛି। ଦଳୀୟ ଆନୁଗତ୍ୟ ଏବଂ ରାଜ୍ୟ ସରକାରଙ୍କ ହସ୍ତକ୍ଷେପ କାରଣରୁ କାହାକୁ ଏକାଧିକ ଦାୟିତ୍ୱ ମିଳୁଛି ତ ଆଉ କାହାକୁ ଦାୟିତ୍ୱ ମିଳୁ ନାହିଁ। ଗଣତନ୍ତ୍ର ପାଇଁ ଏହା ଆଦୌ ଶୁଭଙ୍କର ନୁହେଁ ା ଯଥାଶୀଘ୍ର ପୁଲିସ ବ୍ୟବସ୍ଥାର ସୁଧାର ଅଣାଯିବା ଆବଶ୍ୟକ। ଏଭଳି ପରିସ୍ଥିତି ଜାରି ରହିଲେ ଆଗକୁ ଅନେକ ଗୋପାଳ ଦାସ ସୃଷ୍ଟି ହେବାର ଆଶଙ୍କା ରହିଛି ବୋଲି ଶ୍ରୀ ମିଶ୍ର କହିଥିଲେ। ସେ କହିଥିଲେ ଯେ, ସ୍ୱର୍ଗତଃ ଦାସଙ୍କୁ ହତ୍ୟା କାହିଁକି କରାଯାଇଛି ତା’ର ସତ୍ୟାସତ୍ୟ ସାମ୍ନାକୁ ଆସିବା ନିହାତି ଆବଶ୍ୟକ। କିନ୍ତୁ ହତ୍ୟାକୁ ୨୫ଦିନ ବିତିଯାଇଥିଲେ ମଧ୍ୟ ଏହାର କାରଣ ସଂପର୍କରେ କୌଣସି ସ୍ପଷ୍ଟୀକରଣ ମିଳିପାରିନାହିଁ। ଘଟଣାର ଉଦ୍ଦେଶ୍ୟ ସଂପର୍କରେ ରାଜ୍ୟ ସରକାର କାହିଁକି କିଛି ପ୍ରକାଶ କରୁନାହାନ୍ତି। ଯୋଜନାବଦ୍ଧ ଭାବେ ଗୋପାଳକୁ ପାଗଳ ବୋଲି ପ୍ରମାଣିତ କରାଯିବାର ପ୍ରଚେଷ୍ଟା କରାଯାଉଛି। ହାର୍ଟର ବାମ ପାର୍ଶ୍ବ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ରିପୋର୍ଟ ଅନୁଯାୟୀ ନବ ଦାସଙ୍କ ବାମ ପାର୍ଶ୍ବରେ ଗୁଳି ଲାଗିଥିଲା ଏବଂ ଏବେ ସୁଦ୍ଧା ସେ ଗୁଳିର ଠିକଣା ମିଳିନାହିଁ। ଏଥିରେ ମୃତ୍ୟୁ ତୁରନ୍ତ ହୋଇଥାଏ; କିନ୍ତୁ ତାଙ୍କୁ ଭୁବନେଶ୍ୱର ଅଣାଯାଇ ଚିକିତ୍ସା କରାଗଲା କେମିତି ? ସ୍ୱର୍ଗତଃ ଦାସଙ୍କ ମୃତ୍ୟୁ କେଉଁ ସମୟରେ ହୋଇଥିଲା, ତାହାର ସତ୍ୟାସତ୍ୟ ଜଣାପଡ଼ିନାହିଁ।
ନବ ଦାସଙ୍କ ପ୍ରକୃତ ମୃତ୍ୟୁ ସମୟ କାହିଁକି ଲୁଚାଗଲା, ମୃତ୍ୟୁର ତଦନ୍ତ କାହିଁକି ବିଳମ୍ବ ହେଲା ? ନବଙ୍କ ମୃତ୍ୟୁର ସମୟ ଲୁଚାଇଥିବା ବ୍ୟକ୍ତିକୁ ଆଇପିସି ଧାରା ୨୦୧ରେ ଅନ୍ତର୍ଭୁକ୍ତ କରାଯିବା ଆବଶ୍ୟକ। ବାସ୍ତବରେ ସତ୍ୟାସତ୍ୟ କ’ଣ ବୋଲି ରାଜ୍ୟ ସରକାରଙ୍କୁ ଶ୍ରୀ ମିଶ୍ର ପ୍ରଶ୍ନ କରିଛନ୍ତି। ସେ କହିଥିଲେ ଯେ, ରାଜ୍ୟ ସରକାର ବାହାର ରାଜ୍ୟକୁ ନେଇ ଗୋପାଳର ନାର୍କୋ ଟେଷ୍ଟ, ଲାଇ ଡିଟେକ୍ସନ ଟେଷ୍ଟ କରାଇଥିଲେ। ନିମହାନ୍ସ ଭଳି ବିଶ୍ୱସ୍ତରୀୟ ଅନୁଷ୍ଠାନର ଡାକ୍ତରୀ ଦଳ ଦ୍ୱାରା ଗୋପାଳର ମାନସିକ ପରିସ୍ଥିତିର ପରୀକ୍ଷା କରାଗଲା। ଫଳାଫଳ କ’ଣ ବାହାରିଲା, ତା ସଂପର୍କରେ କିଏ ଜାଣିଲେ ନାହିଁ। ଗତକାଲି ମୁଖ୍ୟମନ୍ତ୍ରୀ ‘ଏଫବିଆଇ’ ଦ୍ୱାରା ତଦନ୍ତ କରାଯିବାର ଘୋଷଣା କରିଛନ୍ତି। ଯେତେବେଳେ ଅପରାଧୀ ଚିହ୍ନଟ ହୋଇସାରିଛି, ସେତେବେଳେ ଏଭଳି ଘଟଣାରେ ଏଫବିଆଇର କୌଣସି ଭୂମିକା ନାହିଁ। ତଦନ୍ତ ପ୍ରକ୍ରିୟା ବର୍ତ୍ତମାନ ସଂପୂର୍ଣ୍ଣ ସନ୍ଦେହ ଘେରରେ ଥିବାବେଳେ ସଠିକ ତଦନ୍ତ ସିବିଆଇ ଭଳି ନିରପେକ୍ଷ ଏଜେନ୍ସି ଦ୍ୱାରା କରାଯିବାକୁ ଶ୍ରୀ ମିଶ୍ର ଦାବି କରିଛନ୍ତି।

Hot this week

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

Related Articles

Popular Categories