www.samajalive.in
Monday, December 15, 2025
26.1 C
Bhubaneswar

ବିମାନ ଚଢ଼ିବା ବେଳେ ପଡ଼ିଗଲେ ବାଇଡେନ

ୱାଶିଂଟନ : ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ବିମାନର ସିଡି ଚଢିବା ବେଳେ ପଡିଯାଇଛନ୍ତି। ବାଇଡେନ ପଡିଯିବାର ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହୋଇଛି। ରିପୋର୍ଟ ଅନୁଯାୟୀ ମଙ୍ଗଳବାର ବାଇଡେନ ପୋଲାଣ୍ଡରୁ ସ୍ବଦେଶ ଫେରିବା ଲାଗି ନିଜ ବିମାନ (ଏୟାରଫୋର୍ସ ୱାନ)ରେ ଯାତ୍ରା କରିବା ଲାଗି ସିଡି ଚଢୁଥିବାବେଳେ ଅଧାରେ ପଡିଯାଇଥିଲେ। ବିମାନକୁ ପ୍ରବେଶ ଲାଗି ଉଦ୍ଦିଷ୍ଟ ସିଡିରେ ବାଇଡେନ ଏକାକି ଯାଉଥିଲେ। ସିଡିରେ ସେ ପଡିବା ପରେ ନିଜେ ଉଠି ପୁଣି ଉପରକୁ ଯାଇଲେ ଓ ହାତ ହଲାଇ ସାଥୀଙ୍କୁ ବିଦାୟ ଜଣାଇଥିଲେ। ଆମେରିକାର ୪୬ ତମ ରାଷ୍ଟ୍ରପତି ବାଇଡେନକୁ ଏବେ ୮୦ବର୍ଷ। ସେ ଆମେରିକାର ସବୁଠାରୁ ବୟସ୍କ ରାଷ୍ଟ୍ରପତି। ଦୁଇବର୍ଷ ପୂର୍ବେ ମଧ୍ୟ ବାଇଡେନ ବିମାନ ସିଡି ଚଢିବା ବେଳେ ଏପରି ପଡିଯାଇଥିଲେ।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories