www.samajalive.in
Monday, December 15, 2025
27.1 C
Bhubaneswar

ଓରନ୍ଦାରେ ନବନିର୍ମିତ ଗୌରୀ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ

ଗୁରୁଡିଝାଟିଆ :  ଗୁରୁଡିଝାଟିଆ ଥାନା ଅନ୍ତର୍ଗତ ଓରନ୍ଦା ଗ୍ରାମର ସମ୍ବେଶ୍ୱର ମନ୍ଦିର ପରିସରରେ ମା ଗୌରୀଙ୍କ ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଯାଜ୍ଞିକ ବ୍ରାହ୍ମଣଙ୍କ ଦ୍ୱାରା ମନ୍ଦିର ପ୍ରତିଷ୍ଠା ଓ ନୂତନ ବିଗ୍ରହ ସ୍ଥାପନ ଶାସ୍ତ୍ରୀୟ ବିଧିମୁତାବକ ଅନୁଷ୍ଠିତ ହୋଇଥିବା ବେଳେ ୩ଦିନ ଧରି ଯଜ୍ଞ ଅନୁଷ୍ଠିତ ହୋଇଥିଲା। ଗାଁର ମୁରବୀ ତଥା ବିଶିଷ୍ଟ ଶଲ୍ୟ ଚିକିତ୍ସକ ଭାଗିରଥି ପରିଡା, ମୁରଲୀଧର ବେଉରା, ଅଭୟ କୁମାର ସାମଲ ଓ ପ୍ରେମାନନ୍ଦ ବେଉରା କର୍ତ୍ତା ଭାବରେ କାର୍ଯ୍ୟ ସଂପାଦନ କରିଥିଲେ । ଗାଁର ନରେନ୍ଦ୍ର ସ୍ୱାଇଁ, ବିଶ୍ୱଜିତ୍ ପ୍ରଧାନ, ନିରଞ୍ଜନ ନାୟକ, ମହେନ୍ଦ୍ର ସାହୁ, ଅରୁଣୀ ସାମଲ, ଗତିକୃଷ୍ଣ ବେଉରା, ଗୌତମ ବେହେରା ପ୍ରମୁଖ ଯୁବକ ଓ ମୁରବୀମାନେ ଉପସ୍ଥିତ ରହି ନୂତନ ବିଗ୍ରହ, ମନ୍ଦିର ପ୍ରତିଷ୍ଠା ଓ ଯଜ୍ଞକାର୍ଯ୍ୟରେ ସକ୍ରିୟ ଅଂଶଗ୍ରହଣ କରିଥିଲେ ।

 

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories