www.samajalive.in
Monday, December 15, 2025
26.1 C
Bhubaneswar

ଧାନକିଣା ଟାର୍ଗେଟ୍ ନାହିଁ, ମଣ୍ଡିରେ ପଡିଛି ଶହ ଶହ ବସ୍ତା ଧାନ

ହରଭଙ୍ଗା : ବୌଦ୍ଧ ଜିଲ୍ଲାରେ ଖରିଫ ଧାନ କିଣାରେ ଅବ୍ୟବସ୍ଥା ବାରମ୍ବାର ନଜରକୁ ଆସୁଛି। ଦୁଇ ଦିନ ତଳେ ଧାନକିଣା ଟାର୍ଗେଟ ନଥିବାକୁ କେନ୍ଦ୍ରକରି ଚାଷୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ। ଏଥିରୁ ଚଳିତବର୍ଷ ଖରିଫ ଧାନ ସଂଗ୍ରହରେ ଚାଲିଥିବା ଅବ୍ୟବସ୍ଥାକୁ ପ୍ରମାଣିତ କରିଥିଲା। ଖରିଫଧାନ ସଂଗ୍ରହ ଟାର୍ଗେଟ ସରିଆସୁଥିବା ବେଳେ ଟୋକନ ପାଇଥିବା ଚାଷୀଙ୍କ ଧାନ ଦୀର୍ଘ ଦିନଧରି  ପଡିରହିବା ମଣ୍ଡି ବ୍ୟବସ୍ଥାର ବିକଳଚିତ୍ରକୁ ପ୍ରମାଣିତ କରିଛି ।

ହରଭଙ୍ଗା ବ୍ଲକର ପୁରୁଣା କଟକ, ସମ୍ପୋଚ, ହରଭଙ୍ଗା, ଲୁଣିବାହାଲ, ରାମଗଡ, ଶଙ୍କୁଲେଇ ଭଳି ମଣ୍ଡିରେ ଶହ ଶହ ବସ୍ତା ଧାନ ପଡି ରହିଥିବା ଦେଖିବାକୁ ମିଳିଛି । ଟାର୍ଗେଟ ନଥିବାରୁ ଧାନକ୍ରୟ ହୋଇପାରୁ ନାହିଁ । ଯାହାଫଳରେ ଧାନ ବିକ୍ରୀ ପାଇଁ ଟାଣ ଖରାରେ ଚାଷୀଙ୍କୁ ଚକ୍କର କାଟିବାକୁ ପଡୁଛି । ଅନ୍ୟପଟେ ଜିଲ୍ଲାରେ ଆହୁରି ୩ହଜାର ଚାଷୀଙ୍କ ପାଖରୁ ଦେଢ ଲକ୍ଷ କ୍ୱିଂଟାଲ ଧାନକ୍ରୟ କରାଯିବା ଲକ୍ଷ୍ୟ ରହିଛି । ମାତ୍ର ଧାନକ୍ରୟ ଟାର୍ଗେଟ ଆସୁନଥିବାର ସନ୍ତୋଷ ଜନକ ଉତ୍ତର କାହାପାଖରେ ନଥିବାରୁ ଚାଷୀଙ୍କ କଷ୍ଟ ଉପାର୍ଜ୍ଜିତ ଫସଲ ବିକ୍ରୀ ପାଇଁ ବହୁମୂଲ୍ୟ ସମୟ ଦେବାକୁ ପଡୁଛି । ଅନ୍ୟପଟେ ପ୍ୟାକ୍ସ କର୍ମଚାରୀ ମିଲର୍ସଙ୍କ ମଧୁଚନ୍ଦ୍ରିକାରେ ଧାନକ୍ରୟ ଚାଲିଥିବାରୁ ଦଲାଲ ଚିରକୁଟିରେ ମିଲର୍ସ ପାଖରେ ଆଗୁଆ ଧାନ ପଂହଚିଯାଉଛି । ଏଭଳି ଭାବେ ପରିବହନ ଖର୍ଚ୍ଚ ଭାଗବଂଟା ଚାଲିଥିବା ବେଳେ ବିନା ଗନୀ ବ୍ୟା ଗରେ ଧାନକ୍ରୟର ଗହନ କଥା ଉପରେ ଦୁର୍ନୀତିର ଗନ୍ଧ ବାରି ହୋଇପଡୁଛି ।ଏପରିକି ମଣ୍ଡି ପରିଚାଳନାରେ ବ୍ୟାପକ ଅନିୟମିତତା ଚାଲିଥିବା ମଧ୍ୟ କୁହାଯାଉଛି। ସବୁବର୍ଷ ପରି ଚଳିତବର୍ଷ ମଧ୍ୟ ଖରିଫ ଧାନକ୍ରୟରେ ବ୍ୟାପକ ଅନିୟମିତତା ଯୋଗୁଁ ଚାଷୀ ମଣ୍ଡି ବ୍ୟବସ୍ଥାରେ ଅସନ୍ତୋଷ ଜାହିର କରୁଛନ୍ତି । ଏ ଦିଗରେ ଜିଲ୍ଲାପାଳ ସ୍ୱତନ୍ତ୍ର ଦୃଷ୍ଟିଦେବାକୁ ଦାବି ହେଉଛି ।

- Advertisement -

 

Hot this week

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

Related Articles

Popular Categories