BJD Bijuli 480×75 Mob

ବିଲେଇ ହଟାଇବାକୁ ଏତଲା, ଏସ୍‌ପିଙ୍କୁ ଫେରାଦ

BJD Bijuli 480×75 Mob

ଛତ୍ରପୁର: ଅପରାଧିକ ମାମଲାରେ ଲୋକେ କୋର୍ଟ କଚେରୀ ଅବା ଥାନାର ଦ୍ବାରସ୍ଥ ହୋଇଥାନ୍ତି। ହେଲେ ସାମାନ୍ୟ ବିଲେଇ ପାଇଁ ଲୋକେ ଥାନାର ଦ୍ବାରସ୍ଥ ହେବା ଆଶ୍ଚର୍ଯ୍ୟ ହେଲେ ବି ସତ। ଏଭଳି ବିଚିତ୍ର ସ୍ଥିତି ଉପୁଜିଛି ଛତ୍ରପୁର ସହରରେ। ୩୦ରୁ ଅଧିକ ପୋଷା ବିଲେଇ ପାଇଁ ମାସ ମାସ ଧରି ହଟହଟ୍ଟାର ଶିକାର ହୋଇଥିବା ସାହିବାସିନ୍ଦା ସବୁଆଡୁ ନିରାଶ ହେବା ପରେ ଶେଷରେ ଥାନାର ଦ୍ବାରସ୍ଥ ହୋଇଛନ୍ତି। ଏହି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲା ଛତ୍ରପୁର ଏନଏସି ୧୦ ନଂ ୱାର୍ଡ ଅନ୍ତର୍ଗତ ଶଙ୍କର ମଠ ସାହି ପାଣି କଲୋନୀରେ। ସାହିର ଜଣେ ମହିଳା ଘରେ ୩୦ରୁ ଅଧିକ ବିଲେଇ ପାଳିଛନ୍ତି। ଆଉ ବିଲେଇ ପଲ ଏଣେତେଣେ ବୁଲାବୁଲି କରିବା ସହ ଯେଉଁଠି ପାରିଲା ମଳ-ମୂତ୍ର ତ୍ୟାଗ କରୁଛନ୍ତି। ପରିସ୍ଥିତି ଏପରି ହୋଇଛି ଯେ ସାହିବାସିନ୍ଦାଙ୍କ ଘରକୁ ସମ୍ପର୍କୀୟ ଆସିବାକୁ ନାକ ଟେକୁଛନ୍ତି। ଦୁର୍ଗନ୍ଧମୟ ପରିବେଶରୁ ସାହିକୁ ପରିବା ବିକାଳି ମଧ୍ୟ ଆସୁନାହାଁନ୍ତି।

ଦୁଇଦିନ ତଳେ ବିଲେଇ ଛୁଆ ମରି ସାହିରେ ପଡି ରହିବାରୁ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଥିଲା। ଏହା ଉପରେ ପଦକ୍ଷେପ ନେବାକୁ ପୂର୍ବରୁ ସାହି ବାସିନ୍ଦା ଏନଏସି କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ହେଲେ ଫଳ କିଛି ନମିଳିବାରୁ ସ୍ଥାନୀୟ କାଉନସିଲର ଦେବାଶିଷ ମିଶ୍ରଙ୍କ ନେତୃତ୍ୱରେ ମହିଳାମାନେ ଛତ୍ରପୁର ଥାନାର ଦ୍ୱାରସ୍ଥ ହୋଇଛନ୍ତି। ବିଲେଇ ହଟାଇବାକୁ ପୂର୍ବରୁ ଘର ମାଲିକଙ୍କୁ ସାହିବାସିନ୍ଦା ଜଣାଇଥିଲେ। ଘର ମାଲିକ ସେଥିପ୍ରତି କର୍ଣ୍ଣପାତ କରିବା ତ ଦୂରର କଥା; ବରଂ ସାହିବାସିନ୍ଦାଙ୍କୁ ଗାଳିଗୁଲଜ କରିଥିଲେ। ୱାର୍ଡର ମହିଳାମାନେ ମଙ୍ଗଳବାର ଛତ୍ରପୁର ଥାନାରେ ଲିଖିତ ଅଭିଯୋଗ ଦାଖଲ କରିବା ସହ ଗଞ୍ଜାମ ଏସପିଙ୍କ ଦ୍ୱାରସ୍ଥ ହୋଇଥିଲେ। ବିଲେଇ ପାଳିଥିବା ମହିଳାଙ୍କ ୨ଟି ଘର ରହିଛି।

ଗୋଟିଏ ଘରେ ସେ ରହୁଥିବା ବେଳେ ଆଉ ଏକ ଘରେ ବିଲେଇ ପଲଙ୍କୁ ରଖିଛନ୍ତି। ସେ ରହୁଥିବା ଘରକୁ ବିଲେଇ ପଲକୁ ନେବାକୁ ସାହି ବାସିନ୍ଦା ବାରମ୍ବା ଅନୁରୋଧ କରିଥିଲେ ମଧ୍ୟ ମହିଳାଜଣକ ଶୁଣୁ ନାହଁାନ୍ତି ବୋଲି ୱାର୍ଡବାସିନ୍ଦା ଏସପିଙ୍କୁ ଜଣାଇଥିଲେ। ଏହି ଘଟଣାକୁ ନେଇ ବିଲେଇ ରଖିଥିବା ପରିବାରର ତିନି ଜଣଙ୍କ ନାମରେ ଛତ୍ରପୁର ଥାନାରେ ୧୪୦/୨୦୨୩ରେ ମାମଲା ରୁଜୁ ହୋଇଛି ଏବଂ ପୁଲିସ ତଦନ୍ତ ଆରମ୍ଭ ହୋଇଛି।

Comments are closed.