www.samajalive.in
Friday, December 12, 2025
26.1 C
Bhubaneswar

ଛଅଗାଁ ଉତ୍କଳମଣି ବିଦ୍ୟାପୀଠରେ କ୍ରୀଡା ପ୍ରତି ବିମୁଖ ଭାବ

ଗୁରୁଡିଝାଟିଆ :  ରାଜ୍ୟ ସରକାର କ୍ରୀଡା କ୍ଷେତ୍ରରେ ବ୍ୟାପକ ପ୍ରୋତ୍ସାହନ ଦେବା ସହିତ ବିଦ୍ୟାଳୟସ୍ତରରୁ ବିଦ୍ୟାର୍ଥୀମାନଙ୍କୁ ପ୍ରତିଯୋଗିତାମୂଳକ ଭାବନାରେ ଗଢିତୋଳିବା ପାଇଁ କ୍ରୀଡା ପ୍ରତିଯୋଗିତା ଉପରେ ବେଶ ଗୁରୁତ୍ୱ ପ୍ରଦାନ କରୁଛନ୍ତି । ସ୍ୱଭାବତଃ କୋମଳମତି ବିଦ୍ୟାର୍ଥୀମାନେ ଖେଳପ୍ରତି ଅଧିକ ରୁଚି ରଖିଥାନ୍ତି। ବିଦ୍ୟାଳୟସ୍ତରରେ ସେମାନଙ୍କ ଲୁକାୟିତ ପ୍ରତିଭାକୁ ପ୍ରଦର୍ଶିତ କରିବା ପ୍ରକୃଷ୍ଠ ସ୍ଥାନ ହୋଇଥିବା ବେଳେ ଛଅଗାଁସ୍ଥିତ ଉତ୍କଳମଣି ବିଦ୍ୟାପୀଠରେ କ୍ରିଡା ପ୍ରତି ବିମୁଖଭାବ ଦେଖିବାକୁ ମିଳୁଛି। ବିଦ୍ୟାର୍ଥୀଙ୍କ ପାଇଁ ବାର୍ଷିକ କ୍ରୀଡା ଉତ୍ସବ ଚଳିତବର୍ଷ ଅନୁଷ୍ଠିତ ହୋଇନାହିଁ । ଯାହାଫଳରେ ବିଦ୍ୟାର୍ଥୀମାନେ ସେମାନଙ୍କ କ୍ରୀଡା ନୌପଣ୍ୟକୁ ସଠିକ୍ ଭାବରେ ପ୍ରଦର୍ଶନ କରି ନ ପାରିବା ଫଳରେ ସେମାନଙ୍କ ଭିତରେ ନୈରାଶ୍ୟଭାବ ଦେଖାଦେଇଛି । ଏହି ବିଦ୍ୟାଳୟରେ ପ୍ରାଥମିକ ଶ୍ରେଣୀରେ ୧ମରୁ ୭ମ ପର୍ଯ୍ୟନ୍ତ ୧୭୨ଜଣ ଓ ୮ମରୁ ୧୦ମ ପର୍ଯ୍ୟନ୍ତ ୯୪ଜଣ ବିଦ୍ୟାର୍ଥୀ ଅଧ୍ୟୟନରତ ଅଛନ୍ତି ।୧୯୮୯ ମସିହାରେ ଗାଁର ଶିକ୍ଷାବିତ୍ ମୁରବୀଙ୍କ ଦୂରଦୃଷ୍ଟି ଓ ଉଚ୍ଚଶିକ୍ଷା ପାଇଁ ବିଦ୍ୟାଳୟଟି ସ୍ଥାପିତ ହୋଇଥିଲା। ‘ସମାଜ’ର ପୂର୍ବତନ ସଂପାଦକ ପଦ୍ମଭୂଷଣ ଡଃ ରାଧାନାଥ ରଥ ବିଦ୍ୟାଳୟ ପ୍ରତିଷ୍ଠା ସମୟରେ ସହାୟତାର ହାତ ବଢାଇ ସ୍ଥାନୀୟ ଅଞ୍ଚଳର ବିଦ୍ୟାର୍ଥୀଙ୍କ ଶିକ୍ଷା ପ୍ରତି ବଳିଷ୍ଠ ଅବଦାନ ପ୍ରଦାନ କରିଛନ୍ତି । ସେହିଭଳି ଗାଁର ବିକଳ ଚରଣ ରାଉତଙ୍କ ଉଦ୍ୟମ,ପ୍ରଚେଷ୍ଟା ଅଭୂଲା । ଅଧୁନା ବିଦ୍ୟାଳୟଟି ଶିକ୍ଷାକ୍ଷେତ୍ରରେ ନିଜର ସ୍ୱତନ୍ତ୍ରତା ବଜାୟ ରଖିଛି । ଏଠାରେ କର୍ତ୍ତବ୍ୟରତ କ୍ରୀଡା ଶିକ୍ଷକ ରାଜ୍ୟସ୍ତରୀୟ ରେଫରୀ ଭାବରେ ମଧ୍ୟ ସୁନାମ ଆଣିଛନ୍ତି। ଅଧୁନା ବିଦ୍ୟାଳୟସ୍ତରରେ ଫୁଟବଲ, ଭଲିବଲ, ଦୌଡକୁଦ, ଖୋଖୋ ଆଦି ଖେଳ ପ୍ରତିଯୋଗିତା ଅନୁଷ୍ଠିତ ହେବା ସହ ବିଦ୍ୟାର୍ଥୀମାନେ ଏଥିରେ ନିଜର ଶ୍ରେଷ୍ଠତ୍ୱ ପ୍ରଦର୍ଶନ କରି ବିଦ୍ୟାଳୟ ପାଇଁ ଗୌରବ ଆଣୁଛନ୍ତି । କିନ୍ତୁ ଏହି ବିଦ୍ୟାଳୟରେ କଣ ପାଇଁ କ୍ରିଡା ପ୍ରତିଯୋଗିତା ଅନୁଷ୍ଠିତ ହେଉନାହିଁ ତାହା ବୁଝାପଡୁନାହିଁ । ବିଦ୍ୟାର୍ଥୀମାଙ୍କ କ୍ରୀଡା ପ୍ରତିଭାକୁ ଏକପ୍ରକାର ଚାପିଦିଆଯାଉଛି ବୋଲି ମଧ୍ୟ ଅଭିଯୋଗ ହେଉଛି। ପରିତାପର ବିଷୟ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ନହେବାରୁ ବିଦ୍ୟାର୍ଥୀ, ଅଭିଭାବକ ଓ ବୁଦ୍ଧିଜୀବିମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏ ସଂପର୍କରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଗୋପବନ୍ଧୁ ଭୂୟାଁଙ୍କୁ କହିଥିଲେ, ବିଦ୍ୟାଳୟର ୫-ଟି ରୂପାନ୍ତରଣ କାର୍ଯ୍ୟ ଚାଲୁଥିବା ବେଳେ ଖେଳପଡିଆ ମଧ୍ୟ ଅଭାବ ରହିଛି ।

 

Hot this week

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

Related Articles

Popular Categories