www.samajalive.in
Friday, December 12, 2025
27.1 C
Bhubaneswar

ମହାନଦୀରେ କୁମ୍ଭୀର ଆତଙ୍କ

ଗୁରୁଡିଝାଟିଆ : ମହାନଦୀର କଖଡି ଠାରୁ ମଧୁସେତୁ ଭିତରେ ଥଣ୍ଟିଆ କୁମ୍ଭୀର ଆତଙ୍କ ଦେଖାଦେଇଛି । ସୋମବାର କୁମ୍ଭୀରଟି ଧବଳେଶ୍ୱର ନିକଟରୁ କିଛିଦୂରରେ କଟକ ଆଡକୁ ଯାଉଥିବା ଦେଖାଯାଇଥିଲା । ଖବର ପାଇବା ପରେ ଆଠଗଡ ବନଖଣ୍ଡ ଅନ୍ତର୍ଗତ ଖୁଣ୍ଟୁଣୀ ବନାଞ୍ଚଳ ଅଧିକାରୀ ନୀଳମାଧବ ସାହୁ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ସଚେତନ କରାଇଥିଲେ। ଯଦିଓ ଥଣ୍ଟିଆ କୁମ୍ଭୀରଟି ସେତେ ବିପଦଜନକ ନୁହେଁ , ହେଲେ କଖଡି ଠାରୁ ନୂଆପାଟଣା ପର୍ଯ୍ୟନ୍ତ ନଦୀକୂଳରେ ଥିବା ଗାଁର ଜନସାଧାରଣ ସତର୍କତା ଅବଲମ୍ବନ କରିବା ପାଇଁ କହିଥିଲେ । ଆଗାମୀ ଦିନରେ ଜନସଚେତନତା କରାଯିବ ବୋଲି ବନାଞ୍ଚଳ ଅଧିକାରୀ ଶ୍ରୀ ସାହୁ କହିଥିଲେ ।

Hot this week

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

Related Articles

Popular Categories