ଫୁଲବାଣୀ/ଫିରିଙ୍ଗିଆ : କନ୍ଧମାଳ ଜିଲ୍ଲାରେ ଗତ କିଛି ଦିନ ହେବ ଜଙ୍ଗଲ ସୁରକ୍ଷା ଦିଗରେ ବନ ବିଭାଗ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଥିବା ବେଳେ ବର୍ତ୍ତମାନ ଖରା ଦିନ ଆସୁଥିବାରୁ ଜଙ୍ଗଲରେ ନିଆଁ ଲାଗିବା ଯଥେଷ୍ଟ ସମ୍ଭାବନା ରହିଛି। ଫିରିଙ୍ଗିଆ ବ୍ଲକରେ ବିଭିନ୍ନ ଗାଁ ସହ ସରକାରୀ କାର୍ଯ୍ୟାଳୟ ଓ ବନ ସୁରକ୍ଷା ସମିତି ସଦସ୍ୟ-ସଦସ୍ୟା ମାନଙ୍କୁ ବିଭିନ୍ନ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଏହି ପରିପ୍ରେକ୍ଷୀରେ ଆଜି ସହ ବନ ସଂରକ୍ଷକ ମଳୟ ରଞ୍ଜନ କାଲୋଙ୍କ ନେତୃତ୍ୱରେ ଫିରିଙ୍ଗିଆ ବ୍ଲକ ଡିଣ୍ଡିରା ଗାଁ ପଞ୍ଚାୟତ କୁଡ଼ୁକି ଘାଟି ରାସ୍ତା ଅଞ୍ଚଳରେ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ନେଇ ଏକ ଚଳଚ୍ଚିତ୍ର ପ୍ରଦର୍ଶନକୁ ନେଇ କାର୍ଯ୍ୟକ୍ରମ କରିବା ସହ ବନ ବିଭାଗ କର୍ମଚାରୀ ମାନଙ୍କୁ ସଚେତନ କରାଯାଇଛି।ଏହି କାର୍ଯ୍ୟକ୍ରମରେ ଭୁବନେଶ୍ଵରରୁ ଟିମ୍ ସହ ଡେପୁଟି ରେଞ୍ଜର ଆଶିଷ ଦିଗାଲ, ବନପାଳ ସରୋଜ କୁମାର ମିଶ୍ର , ବିଭାଗର ବନରକ୍ଷୀ ପ୍ରେମାନନ୍ଦ ପାତ୍ର, ସୁଜିତ୍ କୁମାର ପ୍ରଧାନ, ବିଭୀଷଣ ବେହେରା କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ହେମନ୍ତ ପ୍ରଧାନ, ଶ୍ରାବଣ କୁମାର କହଁର, ଲିଟୁ ପାତ୍ର ଓ ବିଭାଗର ଅଗ୍ନି ନିରୋଧି ଟିମ୍ ସାମିଲ୍ ଥିଲେ।

କାର୍ଯ୍ୟକ୍ରମରେ ସହ ବନ ସଂରକ୍ଷକ ମଳୟ ରଞ୍ଜନ କାଲୋ ରାସ୍ତା କଡ଼ରେ ଗଛରୁ ପଡ଼ି ଥିବା ପତ୍ରରୁ ବିଭିନ୍ନ ସମୟରେ ଲୋକଙ୍କ ଦ୍ଵାରା ନିଆଁ ଲଗାଇ ଜଙ୍ଗଲରେ ନିଆଁ ବ୍ୟପୁ ଥିବାରୁ ଏହାର ସମାଧାନ ପାଇଁ ଚଳଚ୍ଚିତ୍ର ପ୍ରଦର୍ଶନର ଉଦ୍ଦେଶ୍ୟ ଓ ରାସ୍ତା କଡ଼ରେ ପତ୍ରକୁ ସଫା କରିବା ସହ ନିଆଁ ପ୍ରତିରୋଧ ପାଇଁ ତାଲିମ ପ୍ରଦାନ କରିଥିଲେ।



