www.samajalive.in
Friday, December 12, 2025
26.1 C
Bhubaneswar

ରାସ୍ତା ମରାମତି ଦାବି

ସମ୍ବଲପୁର : ସମ୍ବଲପୁରର ସିଟି ରେଳ ଷ୍ଟେସନ ନିକଟରୁ ପୁରୁଣା ରାଞ୍ଚି ରୋଡକୁ ଠେମରା ଗ୍ରାମ ଦେଇ ଯାଇଥିବା ରାସ୍ତାକୁ ମରାମତି ପାଇଁ ଦାବି କରାଯାଇଛି । ଏହି ରାସ୍ତାଟି ଏବେ ଅତ୍ୟନ୍ତ ଖରାପ ଅବସ୍ଥାରେ ରହିଥିବାରୁ ଠେମରା, ଗୁଡେସିଂହା, ତବଲା, ପରମାଣପୁର, କୁକୁଡାପାଲି, ସିକ୍ରାପାଲି, ବର୍ଷାପାଲି ଆଦି ଗ୍ରାମ ଗୁଡିକର ନିବାସୀ ମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଏହି ରାସ୍ତା ମାଧ୍ୟମରେ ଉପକଣ୍ଠସ୍ଥ ଅଞ୍ଚଳରୁ ସମ୍ବଲପୁର, ହୀରାକୁଦ ଓ ବୁର୍ଲା ଯିବାକୁ ସୁବିଧା ହେଉଥିବା ବେଳେ ଏହି ରାସ୍ତାର ଅବସ୍ଥା ଏବେ ଅତ୍ୟନ୍ତ ଶୋଚନୀୟ ହୋଇ ପଡିଛି। ଫାଟକ ରେଳ ଷ୍ଟେସନକୁ ବନ୍ଦ କରାଯିବା ପରେ ଏବେ ସିଟି ରେଳ ଷ୍ଟେସନରେ ପ୍ରାୟତଃ ସମସ୍ତ ରେଳଗାଡି ରହଣି କରୁଛନ୍ତି। ଏଣୁ ଏବେ ଏହି ରାସ୍ତା ଉପରେ ଏବେ ଚାପ ଅଧିକ ପଡୁଛି । ଏଥି ପାଇଁ ଏହି ରାସ୍ତାର ପୁନରୁଦ୍ଧାର କରାଯିବା ସହିତ ଉପଯୁକ୍ତ ନାଳର ବ୍ୟବସ୍ଥା କରାଗଲେ, ଅଞ୍ଚଳର ହଜାର ହଜାର ଜନତା ଉପକୃତ ହେବେ ବୋଲି ଜିଲା ପ୍ରଶାସନକୁ ସୋମବାର ପ୍ରଦତ୍ତ ଦାବିପତ୍ରରେ ଉଲ୍ଲେଖ କରାଯାଇଛି। ପ୍ରଦତ୍ତ ଦାବିପତ୍ରରେ ଅଶ୍ୱିନୀ କୁମାର ଆଚାର୍ଯ୍ୟ, କ୍ଷୀରୋଦ କୁମାର ନାଥ, ସଚ୍ଚିଦାନନ୍ଦ ନାଥ, ବିଶ୍ୱନାଥ ତ୍ରିପାଠୀ, ଦିଲୀପ କୁମାର ବେହେରା, ଉଦିତକାନ୍ତ ନାଥ, ରଞ୍ଜନ ପ୍ରଧାନ, ଶିବ ମିଶ୍ର, ମନୋଜ କୁମାର ମିଶ୍ର, ସୁଶାନ୍ତ କୁମାର ପ୍ରଧାନ, ଦୁଷ୍ମନ୍ତ ସଲିମା ଙ୍କ ସମେତ ଅନେକ ଅଞ୍ଚଳବାସୀଙ୍କ ଦସ୍ତଖତ ରହିଛି ।

Hot this week

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

Related Articles

Popular Categories