www.samajalive.in
Friday, December 12, 2025
19.1 C
Bhubaneswar

ଭିନ୍ନକ୍ଷମଙ୍କୁ ହୁଇଲ ଚେୟାର ପ୍ରଦାନ

ଚୌଦ୍ୱାର : ଅଗ୍ରଣୀ ଯୁବ ସ୍ୱେଚ୍ଛାସେବୀ ଅନୁଷ୍ଠାନ ୟୁଥ ଫର ସେବା ତରଫରୁ ଚୌଦ୍ୱାର ପୌରପାଳିକା ୧୨ ନମ୍ବର ୱାର୍ଡ଼ର ଭିନ୍ନକ୍ଷମ ବ୍ୟକ୍ତି ଦେବେନ୍ଦ୍ର ସାମଲଙ୍କୁ ସହାୟତା ପ୍ରଦାନ କରାଯାଇଛି । ସଂଗଠନର ସଦସ୍ୟମାନେ ଶ୍ରୀ ସାମଲଙ୍କ ଘରେ ପହଞ୍ଚି ତାଙ୍କୁ ଗୋଟିଏ ହୁଇଲ ଚେୟାର ପ୍ରଦାନ କରିବା ସହିତ ତାଙ୍କ ପରିବାରକୁ ଏକ ମାସର ରେସନ ସାମଗ୍ରୀ ପ୍ରଦାନ କରିଛନ୍ତି । ସୂଚନାଯୋଗ୍ୟ ଯେ, ଦେବେନ୍ଦ୍ର ଗତ ୨୦୦୨ ମସିହାରେ ଘର ଛାତରୁ ତଳକୁ ଖସି ପଡ଼ି ପଙ୍ଗୁ ହୋଇଯିବା ସହିତ ଦୀର୍ଘଦିନ ହେବ ଶଯ୍ୟାଶାୟୀ ହୋଇ ରହିଛନ୍ତି । ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଥିବାରୁ ଚିକିତ୍ସା କରାଇବା ତାଙ୍କ ପକ୍ଷରେ ସମ୍ଭବ ହୋଇ ପାରିଲା ନାହିଁ । ଏବେ ବୃଦ୍ଧା ବିଧବା ମା ସହିତ ଓଟିଏମର ଭଙ୍ଗା କ୍ୱାର୍ଟରରେ ଭୋକ ଓପାସରେ କାଳ କାଟୁଛନ୍ତି । ତାଙ୍କୁ ଯଥାସାଧ୍ୟ ସହାୟତା ପ୍ରଦାନ କରାଯିବ ବୋଲି ୟୁଥ ଫର ସେବାର ସଦସ୍ୟ ମାନେ ପ୍ରକାଶ କରିବା ସହିତ ଏହି ଦୁଃସ୍ଥଙ୍କୁ ସରକାରୀ ସହାୟତା ଯୋଗାଇ ଦେବାପାଇଁ ଅନିରୁଦ୍ଧ ମହାନ୍ତି, ଅନୀଲ କୁମାର ସାହୁ, ଉମା ଚରଣ ସାହୁ, ପ୍ରମୋଦ ସାମଲ, ସନ୍ତୋଷ ଭୁୟାଁ, ତପନ ବାଈ, ପ୍ରବୀଣ ପ୍ରଧାନ, ବିନୋଦ ସାହୁ, ଚନ୍ଦନ ନାୟକ, ବିଶ୍ୱଜିତ ଜେନା,ଆଲୋକ ମହାପାତ୍ର, ବିଘ୍ନରାଜ ସାହୁ, ସରୋଜ ବରାଳ ପ୍ରମୁଖ ନିବେଦନ କରିଛନ୍ତି ।

 

Hot this week

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

Related Articles

Popular Categories