www.samajalive.in
Saturday, December 13, 2025
18.1 C
Bhubaneswar

ବିଶ୍ବ ଟେଷ୍ଟ ଚମ୍ପିଆନସିପ୍‌ : ଭାରତ ଫାଇନାଲର ନିକଟତର

ନୂଆଦିଲ୍ଲୀ  : ଦିଲ୍ଲୀ ଟେଷ୍ଟରେ ଅଷ୍ଟ୍ରେଲିଆକୁ ୬ ୱିକେଟରେ ପରାସ୍ତ କରିବା ପରେ ଭାରତ ବିଶ୍ବ ଟେଷ୍ଟ ଚମ୍ପିଆନସିପ୍‌ ୨୦୨୧-୨୩ ଫାଇନାଲର ନିକଟତର ହୋଇଛି। ଅଷ୍ଟ୍ରେଲିଆ ପଏଣ୍ଟ ପ୍ରତିଶତର ପ୍ରଥମ ସ୍ଥାନରେ ରହିଥିବାବେଳେ ଭାରତ ୨ୟ ସ୍ଥାନରେ ରହିଛି। ବର୍ତ୍ତମାନ ଚାଲିଥିବା ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ଶୃଙ୍ଖଳାର ଅବଶିଷ୍ଟ ୨ଯି ଟେଷ୍ଟ ମଧ୍ୟରୁ ଭାରତ ଅତି କ୍‌ମରେ ଗୋଟିଏ ମ୍ୟାଚ୍‌ ଜିତିଲେ ବିଶ୍ବ ଟେଷ୍ଟ ଚମ୍ପିଆନସିପ୍‌ ଲାଗି ଯୋଗ୍ୟତା ହାସଲ କରିପାରିବ। ଭାରତ ବିପକ୍ଷ ପ୍ରଥମ ଦୁଇ ଟେଷ୍ଟ ମ୍ୟାଚରେ ପରାଜିତ ହେବା ପରେ ଅଷ୍ଟ୍ରେଲିଆ ବିଶ୍ବ ଟେଷ୍ଟ ଚମ୍ପିଆନସିପ୍‌ ପଏଣ୍ଟ ପ୍ରତିଶତର ତଳକୁ ଖସି ଆସିଛି। ଅଷ୍ଟ୍ରେଲିଆ ୭୦.୮୩ ପଏଣ୍ଟରୁ ୬୬.୬୬ ପଏଣ୍ଟ ପ୍ରତିଶତକୁ ଖସି ଆସିଛି। ଭାରତ ୧୬ଟି ମ୍ୟାଚରୁ ୧୦ଟି ବିଜୟ ସହ ୬୪.୦୬ ପଏଣ୍ଟ ପ୍ରତିଶତ ହାସଲ କରି ଦ୍ବିତୀୟ ସ୍ଥାନରେ ରହିଛି। ସେହିପରି ପଏଣ୍ଟ ପ୍ରତିଶତରେ ଶ୍ରୀଲଙ୍କା ୫୩.୩୩ ସହ ୩ୟ ସ୍ଥାନରେ ରହିଛି। ଉକ୍ତ ଦଳ ନିକଟରେ ମଧ୍ୟ ଫାଇନାଲରେ ପହଞ୍ଚିବାର ସୁଯୋଗ ରହିଛି। ମାର୍ଚ୍ଚରେ ଶ୍ରୀଲଙ୍କା ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳା ନ୍ୟୁଜିଲାଣ୍ଡ ସହିତ ଖେଳିବ। ଶ୍ରୀଲଙ୍କା ୨-୦ରେ ନ୍ୟୁଜିଲାଣ୍ଡକୁ ପରାସ୍ତକଲେ ୬୧.୧୧ ପଏଣ୍ଟ ପ୍ରତିଶତରେ ପହଞ୍ଚିବ। ଅଷ୍ଟ୍ରେଲିଆ ଯଦି ଭାରତ ବିପକ୍ଷ ଟେଷ୍ଟ ଶୃଙ୍ଖଳାକୁ ୨-୨ ବରାବର କରେ ତେବେ ଭାରତର ପଏଣ୍ଟ ପ୍ରତିଶତ ୬୦.୦୯ ରହିବ। ଏଭଳି ସ୍ଥଳେ ଶ୍ରୀଲଙ୍କା ୨-୦ରେ ନ୍ୟୁଜିଲାଣ୍ଡକୁ ହରାଇଲେ ଫାଇନାଲରେ ପହଞ୍ଚିବା ସମ୍ଭାବନା ରହିବ ଏବଂ ଭାରତ ବାଦ୍‌ ପଡ଼ିବ। ପୁଣି ଅଷ୍ଟ୍ରେଲିଆ ଯଦି ଭାରତ ବିପକ୍ଷ ଶେଷ ୨ ଟେଷ୍ଟ ମ୍ୟାଚକୁ ଡ୍ର ନ ରଖି ଓ ଗୋଟିଏ ମ୍ୟାଚ୍‌ ହାରିଯାଏ; ତେବେ ଶ୍ରୀଲଙ୍କା ନିକଟରେ ଫାଇନାଲରେ ପହଞ୍ଚିବାର ସୁଯୋଗ ରହିବ। ଭାରତ ବିପକ୍ଷ ଟେଷ୍ଟ ଶୃଙ୍ଖଳାକୁ ଅଷ୍ଟ୍ରେଲିଆ ୨-୨ ଡ୍ର ରଖିଲେ ପଏଣ୍ଟ ପ୍ରତିଶତ ୬୩.୧୫ରେ ପହଞ୍ଚିବ। ଦଳ ଫାଇନାଲ ଖେଳିବାକୁ ଯୋଗ୍ୟତା ହାସଲ କରିବ। ପୁଣି ଅଷ୍ଟ୍ରେଲିଆ ୦-୪ରେ ଭାରତ ନିକଟରୁ ପରାଜିତ ହେଲେ ପଏଣ୍ଟ ପ୍ରତିଶତ ୫୯.୦୬ ରହିବ। ଏଭଳି ସ୍ଥଳେ ଭାରତ ଓ ଶ୍ରୀଲଙ୍କା ନିକଟରେ ଫାଇନାଲ ଖେଳିବାର ସୁଯୋଗ ରହିବ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories