www.samajalive.in
Thursday, December 11, 2025
15.1 C
Bhubaneswar

ଶେଷ ୨ଟି ଟେଷ୍ଟ ପାଇଁ ଭାରତୀୟ ଦଳ ଅପରିବର୍ତ୍ତିତ ; ପ୍ରଥମ ଦିନିକିଆରୁ ଓହରିଲେ ରୋହିତ

ନୂଆଦିଲ୍ଲୀ : ଚଳିତ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ଶୃଙ୍ଖଳାରେ ଭାରତ ୨-୦ରେ ଆଗୁଆ ରହି ଅପରାଜେୟ ଲିଡ୍‌ ନେଇପାରିଛି। ଏହାକୁ ଦେଖି ଜାତୀୟ ସିନିୟର ମନୋନୟନକାରୀ ବାକି ୨ଟି ଟେଷ୍ଟମ୍ୟାଚ୍‌ ଲାଗି ଭାରତୀୟ ଦଳରେ କୌଣସି ପରିବର୍ତ୍ତନ କରିନାହାନ୍ତି। ଚେତନ ଶର୍ମାଙ୍କ ଇସ୍ତଫା ପରେ ବିନା ଅଧ୍ୟକ୍ଷରେ ରବିବାର ବସିଥିବା ମନୋନୟନ କମିଟିରେ ଏହା ନିଷ୍ପତ୍ତି ନିଆଯାଇଛି ଯେ ବାକି ୨ଟି ଟେଷ୍ଟ ମ୍ୟାଚ୍‌ ଲାଗି ଭାରତୀୟ ଦଳର କୌଣସି ଉପଅଧିନାୟକ ରହିବେ ନାହିଁ। ପ୍ରଥମ ୨ଟି ଟେଷ୍ଟମ୍ୟାଚ୍‌ରେ କେ.ଏଲ୍‌. ରାହୁଲ ଉପଅଧିନାୟକ ଥିଲେ। ହେଲେ ତାଙ୍କ ବ୍ୟାଟିଂ ଫର୍ମ ଏବେ ଚିନ୍ତାଜନକ। ତେଣୁ ରାହୁଲଙ୍କଠାରୁ ଉପଅଧିନାୟକ ପଦ କାଢ଼ିନେବାକୁ ମନୋୟନକାରୀ ନିଷ୍ପତ୍ତି ନେଇଛନ୍ତି । ଗତ ୫ଟି ଟେଷ୍ଟରୁ ରାହୁଲ ମାତ୍ର ୧୩ ଆଭ୍‌ରେଜରେ ମୋଟ ୧୧୭ ରନ୍‌ କରିଛନ୍ତି। ତାଙ୍କର ସର୍ବାଧିକ ସ୍କୋର୍‌ ୨୩ ରନ୍‌। ରଣଜୀ ଟ୍ରଫି ଫାଇନାଲ ଖେଳିବା ପାଇଁ ଭାରତୀୟ ଦଳରୁ ଅବ୍ୟାହତି ନେଇଥିବା ଜୟଦେବ ଉନାଦ୍‌କତ ସୌରାଷ୍ଟ୍ରକୁ ରଣଜୀ ଟ୍ରଫି ଜିତାଇବା ପରେ ସୋମବାର ଭାରତୀୟ ଦଳ ସହ ଯୋଗଦେବେ।
ଅଷ୍ଟ୍ରେଲିଆ ବିପକ୍ଷରେ ବାକିଥିବା ୨ଟି ଟେଷ୍ଟମ୍ୟାଚ୍‌ ୧ ମାର୍ଚ୍ଚରୁ ଇନ୍ଦୋରରେ ଏବଂ ୯ ମାର୍ଚ୍ଚରୁ ଅହମ୍ମଦାବାଦରେ ଖେଳାଯିବ। ପାରିବାରିକ କାରଣରୁ ରୋହିତ ଶର୍ମା ମାର୍ଚ୍ଚ ୧୭ରେ ପ୍ରଥମ ଦିନିକିଆ ଖେଳିବେନାହିଁ। ଫଳରେ ଉପଅଧିନାୟକ ଘୋଷିତ ହୋଇଥିବା ହାର୍ଦିକ ପାଣ୍ଡ୍ୟା ଦଳର ନେତୃତ୍ବ ନେବେ। ପ୍ରଥମଥର ହାର୍ଦିକ ଦିନିକିଆ ଅଧିନାୟକ ହେବାକୁ ଯାଉଛନ୍ତି। ସବୁଠାରୁ ବଡ଼ କଥା ହେଉଛି ରଣଜୀ ଫାଇନାଲରେ ମୋଟ ୯ (୩+୬)ଟି ୱିକେଟ ନେଇଥିବା ଜୟଦେବ ଉନାଦ୍‌କତଙ୍କୁ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଶୃଙ୍ଖଳା ଲାଗି ଭାରତୀୟ ଦଳରେ ସାମିଲ କରାଯାଇଛି। ତାଙ୍କ ସହ ଦଳରେ ଥିବା ପେସ୍‌ ବୋଲର ହେଲେ ମହମ୍ମଦ ସିରାଜ୍, ମହମ୍ମଦ ସାମି, ଉମ୍ରାନ୍ ମାଲିକ୍‌ ଓ ସାର୍ଦୁଳ ଠାକୁର। ବାମହାତି ପେସ୍‌ ବୋଲର ଉନାଦ୍‌କତ ମୋଟ ୭ଟି ଦିନିକିଆ ଖେଳିଛନ୍ତି; ଯାହାର ଶେଷ ମ୍ୟାଚ୍‌ ସେ ୨୦୧୩ରେ ଖେଳିଥିଲେ।
ଆନ୍ତଃରାଜ୍ୟ ଦିନିକିଆ ଟୁର୍ଣ୍ଣାମେଣ୍ଟ ବିଜୟ ହଜାରେ ଟ୍ରଫିରେ ଉନାଦ୍‌କତ ଚମତ୍କାର ପ୍ରଦର୍ଶନ କରି ସର୍ବାଧିକ ୧୯ଟି ୱିକେଟ ନେଇଥିଲେ। ଫଳରେ ସୌରାଷ୍ଟ୍ର ଚଳିତବର୍ଷ ବିଜୟ ହଜାରେ ଟ୍ରଫି ଜିତିଥିଲା। ୫ ମାସ ପରେ ଟେଷ୍ଟ କ୍ରିକେଟ୍‌କୁ ଫେରି ଚମତ୍କାର ପ୍ରଦର୍ଶନ କରିଥିବା ବାମହାତି ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଡ଼େଜା ମଧ୍ୟ ଦିନିକିଆ ଦଳରେ ସ୍ଥାନ ପାଇଛନ୍ତି। ଫଳରେ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ଶୃଙ୍ଖଳାରେ ଦଳରେ ଥିବା ବାମହାତି ସ୍ପିନର ଶାହ୍‌ବାଜ ଅହମ୍ମଦ ଓ ବ୍ୟାଟ୍‌ସମ୍ୟାନ ରଜତ ପଟିଦାର ଦଳରୁ ବାଦ୍‌ ପଡ଼ିଛନ୍ତି। ପିଠି ଆଘାତରୁ ସୁସ୍ଥ ହୋଇନଥିବାରୁ ଅଷ୍ଟ୍ରେଲିଆ ବିପକ୍ଷ ବାକି ୨ଟି ଟେଷ୍ଟ ସହ ଦିନିକିଆ ଶୃଙ୍ଖଳା ପାଇଁ ଯଶପ୍ରୀତ ବୁମ୍‌ରାଙ୍କୁ ଦଳରେ ସ୍ଥାନ ମିଳିନାହିଁ। ମାର୍ଚ୍ଚ ୧୭ (ମୁମ୍ବଇ), ୧୯ (ବିଶାଖାପାଟଣା) ଓ ୨୨ (ଚେନ୍ନଇ)ରେ ଘରୋଇ ଭାରତ ବିପକ୍ଷରେ ଅଷ୍ଟ୍ରେଲିଆ ୩ ମ୍ୟାଚ୍‌ର ଦିନିକିଆ ଶୃଙ୍ଖଳା ଖେଳିବ।
ଭାରତୀୟ ଟେଷ୍ଟ ଦଳ: ରୋହିତ ଶର୍ମା (ଅଧିନାୟକ), କେ.ଏଲ୍‌. ରାହୁଲ, ଶୁବ୍‌ମାନ ଗିଲ୍‌, ଚେତେଶ୍ବର ପୂଜାରା, ବିରାଟ କୋହଲି, କେ.ଏସ୍‌. ଭରତ ଓ ଈଶାନ୍ କିଷନ (ଉଭୟେ ୱିକେଟ ରକ୍ଷକ), ଆର୍. ଅଶ୍ବିନ, ଅକ୍ଷର ପଟେଲ, କୁଲଦୀପ ଯାଦବ, ରବୀନ୍ଦ୍ର ଜାଡ଼େଜା, ମହମ୍ମଦ ସାମି, ମହମ୍ମଦ ସିରାଜ୍, ଶ୍ରେୟାସ ଆୟର, ସୂର୍ଯ୍ୟକୁମାର ଯାଦବ, ଉମେଶ ଯାଦବ, ଜୟଦେବ ଉନାଦ୍‌କତ।
ଭାରତୀୟ ଦିନିକିଆ ଦଳ: ରୋହିତ ଶର୍ମା (ଅଧିନାୟକ), ଶୁବ୍‌ମାନ ଗିଲ୍‌, ବିରାଟ କୋହଲି, ଶ୍ରେୟାସ ଆୟର, ସୂର୍ଯ୍ୟକୁମାର ଯାଯଦ, କେ.ଏଲ୍‌. ରାହୁଲ, ଈଶାନ୍ କିଷନ (ୱିକେଟ ରକ୍ଷକ), ହାର୍ଦିକ ପାଣ୍ଡ୍ୟା (ଉପଅଧିନାୟକ), ରବୀନ୍ଦ୍ର ଜାଡ଼େଜା, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ୱାଶିଂଟନ ସୁନ୍ଦର, ମହମ୍ମଦ ସାମି, ମହମ୍ମଦ ସିରାଜ୍, ଉମ୍ରାନ୍ ମାଲିକ୍‌, ସାର୍ଦୁଳ ଠାକୁର, ଅକ୍ଷର ପଟେଲ ଓ ଜୟଦେବ ଉନାଦ୍‌କତ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories