www.samajalive.in
Monday, December 15, 2025
26.1 C
Bhubaneswar

ମହିଳାଙ୍କୁ ଗର୍ଭନିରୋଧକ ବ୍ୟବହାର ମନା

କାବୁଲ : ଆଫଗାନିସ୍ତାନର ତାଲିବାନ ଶାସକ ମହିଳା ବିରୋଧୀ ବିଭିନ୍ନ ପଦକ୍ଷେପ ନେଇ ଚାଲିଛି। ଏହି କ୍ରମରେ ତାଲିବାନ ସରକାର ମହିଳାଙ୍କୁ ଗର୍ଭନିରୋଧକ ଔଷଧ କିମ୍ବା ଗର୍ଭନିରୋଧ ସମ୍ପର୍କିତ ଅନ୍ୟ ପ୍ରକ୍ରିୟା ଆପଣାଇବା ଉପରେ ନିଷେଧାଦେଶ ଜାରି କରିଛି। ରିପୋର୍ଟ ଅନୁଯାୟୀ ଆଫଗାନିସ୍ତାନର ଦୁଇଟି ପ୍ରମୁଖ ସହରରେ ତାଲିବାନ ସରକାର ଏହି ନିଷେଧାଦେଶ ଜାରି କରିଛନ୍ତି। ତାଲିବାନ ସରକାରର ଅଧିକାରୀମାନେ ସହରର ଔଷଧ ଦୋକାନକୁ ଯାଇ ଗର୍ଭନିରୋଧକ ଔଷଧ, ଇଞ୍ଜେକସନ୍‌ କିମ୍ବା ଅନ୍ୟାନ୍ୟ ସାମଗ୍ରୀ ବିକ୍ରି ନ କରିବାକୁ କହିଛନ୍ତି। ତାଲିବାନ ଅଧିକାରୀମାନେ ପ୍ରତ୍ୟେକ ଔଷଧ ଦୋକାନକୁ ଯାଇ ଏହାର ନିୟମିତ ଯାଞ୍ଚ କରୁଥିବା ଜଣେ ଦୋକାନୀ କହିଛନ୍ତି। ରାଜଧାନୀ କାବୁଲର ଜଣେ ଔଷଧ ଦୋକାନୀ କହିଛନ୍ତି ତାଲିବାନ ପ୍ରତିନିଧିମାନେ ତାଙ୍କ ଦୋକାନକୁ ଦୁଇଥର ଯାଞ୍ଚ କରିଛନ୍ତି। ତେଣୁ ସେମାନେ ଗର୍ଭନିରୋଧକ ସାମଗ୍ରୀ ରଖୁନାହାନ୍ତି। ଏହା ସହିତ ତାଲିବାନ ସରକାର ଅଧିକାରୀମାନେ ଘରକୁ ଘର ଯାଇ ମହିଳାମାନଙ୍କୁ ଏ ସମ୍ପର୍କରେ ଧମକ ଦେଇଛନ୍ତି। ତାଲିବାନଙ୍କ କହିବା ଅନୁଯାୟୀ ପାଶ୍ଚାତ୍ୟ ରାଷ୍ଟ୍ରଗୁଡିକ ମୁସଲମାନ ଜନସଂଖ୍ୟା କମାଇବାକୁ ଷଡଯନ୍ତ୍ର କରିଛନ୍ତି। ତେଣୁ ସେମାନେ ମୁସଲମାନ ରାଷ୍ଟ୍ରରେ ଗର୍ଭନିରୋଧକ ବିକ୍ରିକୁ ପ୍ରୋତ୍ସାହିତ କରୁଛନ୍ତି। ଜନସଂଖ୍ୟା ନିୟନ୍ତ୍ରଣ କରିବାର କୌଣସି ଆବଶ୍ୟକତା ନାହିଁ। ୨୦୨୧ରେ ତାଲିବାନ ସଂଗଠନ ଆଫଗାନିସ୍ତାନରେ କ୍ଷମତା ଦଖଲ କରିବା ପରେ ନିୟମିତ ଭାବେ ମହିଳା ବିରୋଧୀ ପଦକ୍ଷେପ ନେଇ ଚାଲିଛି। ଏହା ପୂର୍ବରୁ ମହିଳାମାନଙ୍କ ଉଚ୍ଚଶିକ୍ଷାକୁ ତାଲିବାନ ନିଷିଦ୍ଧ କରିଥିଲା। ୨୦୨୧ରେ ଏକ ମାନବାଧିକାର ସଂଗଠନ ଏହାର ରିପୋର୍ଟରେ ଦର୍ଶାଇଥିଲା ଯେ ଆଫଗାନ ମହିଳାମାନେ ମାତୃତ୍ବ ଲାଭ ପୂର୍ବ ଓ ପରବର୍ତ୍ତୀ ସ୍ବାସ୍ଥ୍ୟ ପ୍ରତି ସଚେତନ ନୁହନ୍ତି। ସେମାନେ ପରିବାର ନିୟନ୍ତ୍ରଣ ବାବଦରେ ମଧ୍ୟ ଅବଗତ ନୁହନ୍ତି। ସେହିପରି ୬୧ରୁ ୭୨% ମହିଳା ଦାରିଦ୍ର୍ୟ ମଧ୍ୟରେ ଜୀବନଯାପନ କରନ୍ତି। ଜନ୍ମ ନିୟନ୍ତ୍ରଣ ବାବଦରେ ସଚେତନ ନଥିବାରୁ ମହିଳାମାନେ ଅନିଚ୍ଛାକୃତ ଭାବେ ଅଧିକ ସନ୍ତାନ ଜନ୍ମ ଦେଇଥାନ୍ତି।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories