www.samajalive.in
Sunday, December 7, 2025
26.1 C
Bhubaneswar

ସିରିୟା ଉପରେ ଇସ୍ରାଏଲ୍‌ର କ୍ଷେପଣାସ୍ତ୍ର ମାଡ଼ ; ୧୫ ମୃତ

ବେରୁଟ : ଭୂମିକମ୍ପ କ୍ଷତିଗ୍ରସ୍ତ ସିରିୟା ଉପରେ କ୍ଷେପଣାସ୍ତ୍ର ମାଡ କରିଛି ଇସ୍ରାଏଲ। ସିରିୟା ରାଜଧାନୀ ଦମାସ୍କସ୍‌ର ଜନବସତି ଉପରେ ଇସ୍ରାଏଲ କ୍ଷେପଣାସ୍ତ୍ର ମାଡ କରିଛି। ଏଥିରେ ୧୫ଜଣଙ୍କର ମୃତ୍ୟୁ ହୋଇଛି। ସିରିୟା ମାନବାଧିକାର ଅନୁଧ୍ୟାନକାରୀ ସଂଗଠନ କହିଛି ଯେ ଇସ୍ରାଏଲର କ୍ଷେପଣାସ୍ତ୍ରଟି ସିରିୟା ସାଂସ୍କୃତିକ କେନ୍ଦ୍ର ନିକଟରେ ବିସ୍ଫୋରଣ ହୋଇଛି। ୨୦୧୧ରୁ ସିରିୟା ସହିତ ଯୁଦ୍ଧ ଆରମ୍ଭରୁ ଇସ୍ରାଏଲ ବର୍ତ୍ତମାନ ସୁଦ୍ଧା ଶତାଧିକ କ୍ଷେପଣାସ୍ତ୍ର ମାଡ କଲାଣି। ସିରିୟାର ସାମରିକ ଓ ସୁରକ୍ଷା ପ୍ରତିଷ୍ଠାନଗୁଡିକୁ ଟାର୍ଗେଟ କରି ଇରାନ କ୍ଷେପଣାସ୍ତ୍ର ମାଡ କରିଆସୁଛି। ମାତ୍ର ପ୍ରଥମ କରି ସାଧାରଣ ଜନବସତି ଉପରେ କ୍ଷେପଣାସ୍ତ୍ର ମାଡ କରିଛି। ରବିବାର ହୋଇଥିବା କ୍ଷେପଣାସ୍ତ୍ର ମାଡରେ ଜଣେ ସେନା କର୍ମଚାରୀଙ୍କ ମୃତ୍ୟୁ ହୋଇଥିବାବେଳେ ୧୪ଜଣ ସାଧାରଣ ଜନତାଙ୍କର ମୃତ୍ୟୁ ହୋଇଛି। ସିରିୟା ରାଷ୍ଟ୍ରପତି ବାସର ଅଲ ଅସଦ ଇରାନ ଠାରୁ ସହାୟତା ନେଉଛନ୍ତି। ଏହା ସହିତ ହେଜବୋଲ୍ଲା ସଂଗଠନ ଠାରୁ ସାମରିକ ସହାୟତା ମଧ୍ୟ ନେଉଛନ୍ତି। ଇରାନ ଓ ହେଜବୋଲ୍ଲା ସଂଗଠନ ଇରାନର ଶତ୍ରୁ ହୋଇଥିବାରୁ ଏମାନଙ୍କୁ ସିରିୟାରେ ପ୍ରଶ୍ରୟ ଦେବାକୁ ଇସ୍ରାଏଲ ଚାହଁୁ ନାହିଁ। ଇସ୍ରାଏଲ କହିଛି ଯେ ଏହା କେବେହେଲେ ଇରାନକୁ ନିଜ ସୀମାରେ ପ୍ରଭାବ ବିସ୍ତାର କରିବାକୁ ଦେବ ନାହିଁ।
ଇସ୍ରାଏଲର କ୍ଷେପଣାସ୍ତ୍ର ମାଡରେ ସିରିୟାର ଏକ ୧୦ମହଲା କୋଠା ଧ୍ବଂସ ପାଇଛି। ଏହାର ପ୍ରଭାବରେ ଆଖପାଖ ଅନେକ କୋଠାର ଝରକା ନଷ୍ଟ ହୋଇଛି। ମାନବାଧିକାର ସଂଗଠନ କହିଛି ଯେ ଏକମାସ ପୂର୍ବରୁ ଦମାସ୍କସ୍‌ର ଆନ୍ତର୍ଜାତିକ ବିମାନବନ୍ଦର ଉପରେ ଇସ୍ରାଏଲ କ୍ଷେପଣାସ୍ତ୍ର ମାଡ କରିଥିଲା। ଏଥିରେ ୨ଜଣ ସୈନିକଙ୍କ ସମେତ ୪ଜଣଙ୍କର ମୃତ୍ୟୁ ହୋଇଥିଲା। ବିମାନବନ୍ଦରରେ ଇରାନ ସମର୍ଥିତ ଗୋଷ୍ଠୀ ଅସ୍ତ୍ରଶସ୍ତ୍ର ମହଜୁଦ କରିଥିବାର ସୂଚନା ପାଇବା ପରେ ଇସ୍ରାଏଲ କ୍ଷେପଣାସ୍ତ୍ର ମାଡ କରିଥିଲା। ୨୦୧୧ରୁ ଲାଗି ରହିଥିବା ଇସ୍ରାଏଲ-ସିରିୟା ସିଭିଲ୍ ୱାର (ଯୁଦ୍ଧ)ରେ ପ୍ରାୟ ୫ ଲକ୍ଷ ଲୋକ ପ୍ରାଣ ହରାଇଲେଣି। ତେବେ ଫେବୃଆରୀ ୬ରେ ସିରିୟାରେ ହୋଇଥିବା ଭୂମିକମ୍ପର ଉଦ୍ଧାର କାର୍ଯ୍ୟ ଚାଲିଥିବାବେଳେ ଇସ୍ରାଏଲ କ୍ଷେପଣାସ୍ତ୍ର ମାଡ କରିଛି। ସେହିପରି ଶନିବାର (ଫେବୃଆରୀ ୧୮)ରେ ସିରିୟାର ହମ୍ସ ପ୍ରଦେଶରେ ଇସଲାମିକ ଷ୍ଟେଟ ଆକ୍ରମଣରେ ୫୩ଜଣଙ୍କର ମୃତ୍ୟୁ ହୋଇଥିଲା।

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories