www.samajalive.in
Saturday, December 13, 2025
26.1 C
Bhubaneswar

କାମାକ୍ଷାନଗରରେ ମହାଶିବରାତ୍ରି

କାମାକ୍ଷାନଗର: କାମାକ୍ଷାନଗର ଅଞ୍ଚଳରେ ଶନିବାର ବିଭିନ୍ନ ଶୈବପୀଠରେ ମହାଶିବରାତ୍ରି ପାଳିତ ହୋଇଯାଇଛି। ଏ ଉପଲକ୍ଷେ ପ୍ରାତଃ ସମୟରୁ ପୂଜାର୍ଚ୍ଚନା କରାଯାଇ ଭକ୍ତଙ୍କ ଦର୍ଶନ ସକାଶେ ବ୍ୟବସ୍ଥା କରାଯାଇଥିଲା। ଏହି ବ୍ଲକ ଅନ୍ତର୍ଗତ ବଡସୁଆଁଳ ପଞ୍ଚାୟତର ହଟୁଆରୀ ସନିକଟ ରାମିଆଳ ନଦୀ ଗର୍ଭରେ ଅବସ୍ଥିତ ସର୍ବ ପୁରାତନ ଶୈବ ପୀଠ କପିଳେଶ୍ୱର ଶିବ ମନ୍ଦିରରେ ପ୍ରାତଃ ସମୟରୁ ଆଖ ପାଖ ଦଶ ଗୋଟି ପଞ୍ଚାୟତର ସାହସ୍ରାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଥିବା ବେଳେ ପରିଚାଳନା କମିଟିର ସଭାପତି ଶେଷ ରଞ୍ଜନ ଦାସଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ଏଠାରେ ଭୋର ସାଢେ ୪ଟାରେ ମହାଦୀପ ଉଠିବାର ସ୍ଥିର ହୋଇଛି। ସେହିପରି ବାଇଶିଙ୍ଗା ପଞ୍ଚାୟତର ତେନ୍ତୁଳିସିଂହା ସ୍ଥିତ ରାମିଆଳ ନଦୀ ତଟରେ ଅବସ୍ଥିତ ସର୍ବ ପୁରାତନ ଶୈବପୀଠ ରାମେଶ୍ୱର ଶିବ ମନ୍ଦିର ପରିସରରେ ଜାଗର ଯାତ୍ରା ଅନୁଷ୍ଠିତ ହୋଇ ଯାଇଛି। ଏଠାରେ ଆଖ ପାଖ ପାଞ୍ଚ ଗୋଟି ପଞ୍ଚାୟତର ଭକ୍ତ ମାନଙ୍କର ଭିଡ଼ ଲାଗି ରହିଥିଲା।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories