www.samajalive.in
Sunday, December 14, 2025
26.1 C
Bhubaneswar

ଏକ ସମୟରେ ୨ଟି ସ୍ଥାନରେ ଅଗ୍ନିକାଣ୍ଡ

ସାକ୍ଷୀଗୋପାଳ: ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ପେଣ୍ଠପଡା ପଞ୍ଚାୟତର ଡୁବୁଡୁବା ଗ୍ରାମରେ ଆଜି ସନ୍ଧ୍ୟା ପ୍ରାୟ ୮ ଟା ସମୟରେ ଏକ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ଦୈତାରୀ ବିଶ୍ୱାଳଙ୍କର ୨ ବଖରା ଘର, ଆସବାବ ପତ୍ର, ଧାନ ଓ ଚାଉଳ ଆଦି ଭସ୍ମୀଭୂତ ହୋଇଯାଇଛି। ନିକଟରେ ଥିବା ଏକ ଛଣ ଗଦାରେ ନିଆଁ ଲାଗି ଏହି ଅଗ୍ନିକାଣ୍ଡ ଘଟିଥିବାର ଅନୁମାନ କରାଯାଉଛି।ସାକ୍ଷୀଗୋପାଳରୁ ଦମକଳ କେନ୍ଦ୍ର ଅଧିକାରୀ ମନୋଜ କୁମାର ପାତ୍ର ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ଅଗ୍ନିକାଣ୍ଡକୁ ଆୟତ୍ତ କରିଥିଲେ। ଆପଦ ମିତ୍ର ଉପେନ୍ଦ୍ର ବିଶ୍ୱାଳଙ୍କ ସମେତ ଗ୍ରାମବାସୀ ମାନେ ସହଯୋଗ କରିଥିଲେ।

ସେହିପରି ଏହି ସମୟରେ ଅଳଗୁମ ପଞ୍ଚାୟତ ଅନ୍ତର୍ଗତ ଖଣ୍ଡାୟତ ସାହିରେ ରାମ ଲକ୍ଷ୍ମଣ ବିଶ୍ୱାଳ ଘରେ ଅଗ୍ନିକାଣ୍ଡ ଘଟିଥିଲା। ଏହି ଅଗ୍ନିକାଣ୍ଡରେ ଶ୍ରୀଯୁକ୍ତ ବିଶ୍ୱାଳଙ୍କର ଏକ ବଖରା ଘର ଓ ଏକ ବଖରା ଗୁହାଳ ଭସ୍ମୀଭୂତ ହୋଇଯାଇଛି। ପିପିଲି ଦମକଳ କେନ୍ଦ୍ରରୁ ଦମକଳ ଆସି ନିଆଁକୁ ଆୟତ୍ତ କରିଥିଲେ।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories