www.samajalive.in
Sunday, December 14, 2025
26.1 C
Bhubaneswar

ଶିବ ମନ୍ଦିର ପରିସରରେ ଯୋଗ ଶିକ୍ଷା ଦେଲେ ଜିଲାପାଳ

ବୌଦ୍ଧ: ପବିତ୍ର ମହାଶିବରାତ୍ରି ଅବସରରେ ସକାଳ ଘ.୭.୩୦ ମିନିଟ ସମୟରେ ବୌଦ୍ଧ ସହରର ପ୍ରସିଦ୍ଧ ଶୈବପୀଠ ଚନ୍ଦ୍ରଚୂଡ ମନ୍ଦିର ପରିସରରେ ଜିଲାପାଳ ସତ୍ୟରଞ୍ଜନ ସାହୁ ଜନସାଧାରଣଙ୍କୁ ଯୋଗଶିକ୍ଷା ପ୍ରଦାନ କରିବା ସହିତ ନିୟମିତ ଯୋଗାଭ୍ୟାସ ଦ୍ୱାରା ଶରୀର, ମନ ସୁସ୍ଥ ରହିବା ସହିତ କାମ କରିବା ପାଇଁ ଉତ୍ସାହ ଆସିବା ସହ ସ୍ଥିର ଚିତ୍ତରେ ଯୋଗ, ଧ୍ୟାନ, ଉତ୍ତମ ଚିନ୍ତାଧାରା ସହିତ ମାନବ ସେବା କରିବା ପାଇଁ ବୋଲି ପରାମର୍ଶ ଦେଇଛନ୍ତି। ଜିଲାପାଳ ଶ୍ରୀସାହୁଙ୍କ ଦିଗଦର୍ଶନରେ ଏବଂ ବ୍ରାହ୍ମଣ ସମାଜର ଉଦ୍ୟମରେ ଚନ୍ଦ୍ରଚୂଡ ମନ୍ଦିର ମହାନଦୀ ଘାଟଠାରେ ବିଶିଷ୍ଟ ଦିବସ ଗୁଡିକରେ ମହାନଦୀ ଆଳତୀ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବାବେଳେ ବୌଦ୍ଧବାସୀଙ୍କ ଦ୍ୱାରା ଏହା ଆଦୃତ ହୋଇପାରିଛି। ତେବେ ଚନ୍ଦ୍ରଚୂଡ ମନ୍ଦିରର ମନୋରମ ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପ୍ରତିଦିନ ଯୋଗଶିକ୍ଷା କାର୍ଯ୍ୟକ୍ରମ ଚାଲୁ ରଖିବାକୁ ଜିଲାପାଳ ଶ୍ରୀସାହୁ ପରାମର୍ଶ ଦେଇଛନ୍ତି। ଏହି ଯୋଗଶିକ୍ଷା ଅବସରରେ ଅତିରିକ୍ତ ଜିଲାପାଳ ବବିତାରାଣୀ ଦଳବେହେରା, ଉପଜିଲାପାଳ ରବୀନ୍ଦ୍ରନାଥ କହଁର, ଏନଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର, ବ୍ରାହ୍ମଣ ସମାଜ ସଂପାଦକ ଦେବାଶିଷ ପୁରୋହିତଙ୍କ ସମେତ ବହୁ ସଂଖ୍ୟାରେ ବୁଦ୍ଧିଜିବୀ ଓ ଶ୍ରଦ୍ଧାଳୁମାନେ ସାମିଲ ହୋଇଥିଲେ।

Hot this week

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

Related Articles

Popular Categories