www.samajalive.in
Monday, December 15, 2025
16.1 C
Bhubaneswar

ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମିଳିବା ଉଚିତ : କଂଗ୍ରେସ

ଭୁବନେଶ୍ୱର : ଓଡିଶାର ଆର୍ଥିକ ସ୍ଥିତିକୁ ଆଖି ଆଗରେ ରଖି ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମିଳିବା ଆବଶ୍ୟକ ବୋଲି ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ କହିଛନ୍ତି । ସେ କହିଛନ୍ତି ଯେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ବକ୍ତବ୍ୟ ଓଡିଶାର ଲୋକ ମାନଙ୍କୁ କଷ୍ଟ ଦେଇଛି । ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମିଳିବ ନାହିଁ ବୋଲି କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଗତକାଲିର ବକ୍ତବ୍ୟ  ଉପରେ ପ୍ରତିକ୍ରିୟା ପ୍ରକାଶ କରି ପିସିିସି ସଭାପତି ଶରତ ପଟ୍ଟନାୟକ ଏହା କହିଛନ୍ତି ।
ସେ କହିଛନ୍ତି ଯେ ନବୀନ ପଟ୍ଟନାୟକଙ୍କ ୨୨ ବର୍ଷର ଶାସନ ସତ୍ୱେ ରାଜ୍ୟରେ ଦାରିଦ୍ର୍ୟ ଲାଗି ରହିଛି । ତେଣୁ ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ମିଳିଲେ ରାଜ୍ୟବାସୀଙ୍କ ଲାଭ ହୁଅନ୍ତା । କିନ୍ତୁ ରାଜ୍ୟରେ ଶାସନ କରୁଥିବା ବିଜେଡି ଓ କେନ୍ଦ୍ରରେ ଶାସନ କରୁଥିବା ଭାରତୀୟ ଜନତା ପାର୍ଟି ମିଳିମିଶି  ଅଛନ୍ତି । ତେଣୁ ବିଜେଡି ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି ପ୍ରସଙ୍ଗ କେନ୍ଦ୍ର ସରକାରଙ୍କ ନିକଟରେ ଉଠାଉ ନାହିଁ । ସେ କହିଛନ୍ତି ଯେ ବିଜେପି ପ୍ରାର୍ଥୀ ଭାବେ ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡି ବିଧାୟକ ମାନେ ଭୋଟ ଦେଇ ରାଜ୍ୟସଭାକୁ ପଠାଇଛନ୍ତି। ଏହା ସମସ୍ତେ ଜାଣନ୍ତି ।
ସେ କହିଛନ୍ତି ଯେ ଆଗାମୀ ବିଧାନସଭାର ଅଧିବେଶନରେ ନବ ଦାସ ହତ୍ୟା ମାମଲାକୁ କଂଗ୍ରେସ ଉଠାଇବ। କେଉଁ କାରଣରୁ ନବ ଦାସଙ୍କ ହତ୍ୟା ହୋଇଛି ଓ ଏହା ପଛରେ କିଏ ଅଛି ତାହା ସ୍ପଷ୍ଟ ହୋଇ ନାହିଁ । ଏହା ରାଜନୈତିକ ବା ବ୍ୟବସାୟିକ ହତ୍ୟା ତାହା ସ୍ପଷ୍ଚ ହେବା ଉଚିତ ବୋଲି ସେ କହିଛନ୍ତି ।

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories