www.samajalive.in
Sunday, December 14, 2025
23.1 C
Bhubaneswar

ବ୍ଲକ କଲୋନୀ ପ୍ରାଥମିକ ବିଦ୍ୟାଳୟରେ ସାମର୍ଥ୍ୟ ଶିବିର

ଫୁଲବାଣୀ/ଫିରିଙ୍ଗିଆ:କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ଫିରିଙ୍ଗିଆ ପଞ୍ଚାୟତ ବ୍ଲକ କଲୋନୀ ପ୍ରାଥମିକ ବିଦ୍ୟାଳୟ ରେ ୩ ଦିନିଆ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଛି। ପ୍ରଥମ ଦିନରେ ଫିରିଙ୍ଗିଆ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଶୋକ କୁମାର ମିଶ୍ର ଯୋଗ ଦେଇ କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମ ତିନି ଦିନ ପରେ ଆଜି ସମାପ୍ତ ହୋଇଛି। ଫିରିଙ୍ଗିଆ ବ୍ଲକର ୪୦ଟି ବିଦ୍ୟାଳୟର ୪୦ଜଣ ଶିକ୍ଷକ ଶିକ୍ଷୟତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ଏଥିରେ ଆରପିଡବ୍ଲୁଡି ୨୦୧୬ ଆଇନରେ ଥିବା ୨୧ ପ୍ରକାର ଭିନ୍ନକ୍ଷମ ଛାତ୍ର ଛାତ୍ରୀମାନଙ୍କୁ ଚିହ୍ନଟ କରଣ ,ଶ୍ରେଣୀ କକ୍ଷରେ ସେମାନେ ସମ୍ମୁଖୀନ ହେଉଥିବା ଅସୁବିଧା ଓ ତାହାର ସମାଧାନ ଉପରେ ଆଲୋଚନା ସହ ବିଦ୍ୟାଳୟରେ ଭିନ୍ନକ୍ଷମ ଶିକ୍ଷାର୍ଥୀ ମାନେ ଏକ ଅନ୍ତଃ ନିବେଶି ପରିବେଶରେ ସାଧାରଣ ପିଲା ମାନଙ୍କ ସହ ଏକାଠି ଖେଳିବା, ନାଚିବା, ଗାଇବା ସର୍ବୋପରି ଉପଯୁକ୍ତ ଗୁଣାତ୍ମକ ଶିକ୍ଷା ଲାଭ କରିବା ଉପରେ ଏକ ତ୍ରି ଦିବସୀୟ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

- Advertisement -

କାର୍ଯ୍ୟକ୍ରମରେ ତାଲିମଦାତା ଭାବରେ ଦୀଲିପ୍ କୁମାର ପାଣିଗ୍ରାହୀ, ଅଂଶିମ ନାୟକ, କୃଷ୍ଣଚନ୍ଦ୍ର ପୋଢ଼ ତନ୍ମୟ ମହାପାତ୍ର ଯୋଗ ଦେଇଥିବା ବେଳେ ଶିକ୍ଷକ ବିନୋଦ ଚନ୍ଦ୍ର ସାହୁ ,ରାଜେଶ୍ କୁମାର ନାୟକ, ଅଜିତ୍ କୁମାର ବେହେରା, ସ୍ୱାଗତିକା ସାହୁଙ୍କ ସହ ୪୦ ଜଣ ଶିକ୍ଷକ ଶିକ୍ଷୟତ୍ରୀ ତାଲିମ ଗ୍ରହଣ କରିଥିଲେ।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories