ଭାରତ-ଅଷ୍ଟ୍ରେଲିଆ ଦ୍ବିତୀୟ ଟେଷ୍ଟ : ପ୍ରଥମ ପାଳିରେ ଭାରତ ୨୬୨, ଅଷ୍ଟ୍ରେଲିଆ ୬୨ ରନ ଆଗୁଆ

ଡେସ୍କ :  ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଦିଲ୍ଲୀରେ ଚାଲିଥିବା ଦ୍ବିତୀୟ ଟେଷ୍ଟର  ପ୍ରଥମ ପାଳିରେ ଭାରତ ୨୬୨ ରନରେ ଅଲ ଆଉଟ ହୋଇଛି । ଦ୍ବିତୀୟ  ଟେଷ୍ଟର ଦ୍ବିତୀୟ ଦିନର ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ଦ୍ବିତୀୟ  ଇନିଂସରେ ୧ ୱିକେଟ ହରାଇ ୬୧ ରନ ସଂଗ୍ରହ କରିଛି। ଅଷ୍ଟ୍ରେଲିଆ ଏବେ ୬୨ ରନ ଆଗୁଆ ରହିଛି।

prayash

ଭାରତ ଶନିବାର ତା’ର ଅସମାପ୍ତ ଖେଳ ୨୧ରନରୁ ଆରମ୍ଭ କରିଥିଲା। ତେବେ ଅକ୍ଷର ପଟେଲଙ୍କ ୭୪ ରନ୍‌ ସତ୍ତ୍ୱେ ଭାରତ ୨୬୨ ରନ୍‌ରେ ସୀମିତ ରହିଛି। ଅଷ୍ଟମ ୱିକେଟରେ ଅକ୍ଷର ପଟେଲ ଓ ଅଶ୍ୱିନୀ ୧୧୪ ରନ୍‌ ଯୋଡ଼ିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ନାଥନ ଲିଅନ ସର୍ବାଧିକ ୫ ୱିକେଟ ଅକ୍ତିଆର କରି ଦଳ ପାଇଁ ସଫଳତା ହାସଲ କରିଛନ୍ତି।

ଗତକାଲି ଅଷ୍ଟ୍ରେଲିଆ ପ୍ରଥମ ପାଳିରେ ୨୬୩ ରନ କରିଥିଲା।

Comments are closed.