www.samajalive.in
Sunday, December 14, 2025
26.1 C
Bhubaneswar

ଶୈବପୀଠରେ ଶ୍ରଦ୍ଧାଳୁଙ୍କ ସମାଗମ, ଦେବନୀତି ସମ୍ପନ୍ନ

ସାକ୍ଷୀଗୋପାଳ: ଆଜି ପବିତ୍ର ମହା ଶିବରାତ୍ରୀ। ଜାଗର ଯାତ୍ରା। ଏହି ଅବସରରେ ସାକ୍ଷୀଗୋପାଳ ଅଞ୍ଚଳର ପ୍ରତ୍ୟେକ ଶୈବପୀଠ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମରେ ଚଳଚଞ୍ଚଳ ହୋଇ ଉଠିଥିଲା। ପୂର୍ବ ରାତ୍ରରୁ ଦେବନୀତି ସମ୍ପନ୍ନ କରା ଯାଇଥିଲା। ପ୍ରତ୍ୟୁଷରୁ ମନ୍ଦିର ଶାହାଣ ମେଲା ହୋଇଥିଲା। ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଧାଡିରେ ଯାଇ ଠାକୁରଙ୍କୁ ଦର୍ଶନ, ପାଣିଲାଗି, କେତକୀ ଫୁଲ ଲାଗି ଓ ପୂଜାର୍ଚ୍ଚନା କରିଥିଲେ। ମନ୍ଦିର ବେଢାରେ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ମନୋସ୍କାମନା ପୂରଣ ନିମନ୍ତେ ଜାଗର ଜାଳିଥିଲେ।

ବଡ଼ କାଞ୍ଜିଆସ୍ଥିତ କୋଶଳେଶ୍ୱର ଦେବ, ଅହମ୍ମଦ ପୁରସ୍ଥିତ ମୁଆଁଖିଆ ମହାଦେବ, ସାଣ୍ଢରା ଶାସନସ୍ଥିତ ନୀଳକଣ୍ଠେଶ୍ବର ଦେବ, ଷୋଳହଳସ୍ଥିତ ଲୋକନାଥ ଦେବ, ଓଲସ୍ଥିତ ଇନ୍ଦ୍ରେଶ୍ୱର ଦେବ, ବରାଳସ୍ଥିତ ବାଲୁଙ୍କେଶ୍ୱର ଦେବ, ଚାରିଶ୍ରୀସ୍ଥିତ ଯୋଡ଼ାଲିଙ୍ଗ ଦେବ, ବଳପୁରସ୍ଥିତ ବାଲୁଙ୍କେଶ୍ୱର ଦେବ, କାଦୁଆ ଗ୍ରାମସ୍ଥିତ ବକ୍ରେଶ୍ୱର ଦେବ ଓ ଶ୍ରୀରାମ ଚନ୍ଦ୍ର ପୁରସ୍ଥିତ ଜଟେଶ୍ୱର ଦେବଙ୍କ ସମେତ ସମସ୍ତ ଶୈବପୀଠ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ଲାଗି ରହିଥିଲା। ଶୈବପୀଠ ମାନଙ୍କୁ ରଙ୍ଗବେରଙ୍ଗର ଉଜ୍ଜ୍ୱଳ ଆଲୋକରେ ଆଲୋକିତ କରା ଯାଇଥିଲା।

- Advertisement -

ଶୈବପୀଠ ମାନଙ୍କରେ ପାଲା, ଦାସକାଠିଆ, ଶ୍ରୀରାମ ଲୀଳା ଓ ବାଦୀପଲା ଆଦି ଅନୁଷ୍ଠିତ ହୋଇଥିଲା।

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories