www.samajalive.in
Saturday, December 13, 2025
26.1 C
Bhubaneswar

ଡ଼େବ୍ରିଗଡ଼ ଅଭୟାରଣ୍ୟରେ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପକୁ କେନ୍ଦ୍ରର ସବୁଜ ସଙ୍କେତ

ବୁର୍ଲା : ହୀରାକୁଦ ଜଳଭଣ୍ଡାର କୂଳରେ ଥିବା ଡ଼େବ୍ରିଗଡ଼ ଅଭୟାରଣ୍ୟକୁ କେନ୍ଦ୍ର ସରକାରଙ୍କ ଜାତୀୟ ବ୍ୟାଘ୍ର ସଂରକ୍ଷଣ ସ୍ୱାଧିକରଣ ପକ୍ଷରୁ ସ୍ୱିକୃତି ମିଳିଥିବା ଜଣାପଡ଼ିଛି। ୨୦୧୮ରେ ଏଥିପାଇଁ ରାଜ୍ୟ ସରକାର କେନ୍ଦ୍ରକୁ ପ୍ରସ୍ତାବ ଦେଇଥିଲେ। ପ୍ରାଧିକରଣର ଅନୁମୋଦନ ପରେ ରାଜ୍ୟ ସରକାର ଆନୁଷ୍ଠାନିକ ଭାବେ ବିଜ୍ଞପ୍ତି ପ୍ରକ।ଶ କରିବେ। ୮୦୪ ବର୍ଗଲୋମିଟର ପରିମିତ ଡ଼େବ୍ରିଗଡ଼ରେ ଅଭୟାରଣ୍ୟ ସହିତ ବୁଢ଼ାରଜା-ସରାଇଡ଼ାମକ ଏବଂ ଦେଚୁଆଁ ସଂରକ୍ଷିତ ଜଙ୍ଗଲ ରହିଛି। କେନ୍ଦ୍ରର ସବୁଜ ସଙ୍କେତ ପରେ ଡ଼େବ୍ରିଗଡ଼ ଦେଶର ବ୍ୟାଘ୍ର ସଂରକ୍ଷଣ ମାନଚିତ୍ରରେ ସ୍ଥାନ ପାଇବ।

ଏହାଦ୍ୱାରା ଡ଼େବ୍ରିଗଡ଼ ଅଭୟାରଣ୍ୟ ସଂଲଗ୍ନ ବିଭିନ୍ନ ଜିଲ୍ଲାକୁ ପର୍ଯ୍ୟଟକ ଏବଂ ପରିବେଶ ପ୍ରେମୀଙ୍କ ଆଗମନ ବୃଦ୍ଧି ପାଇବ ଯଦ୍ୱାରା ଅର୍ଥନୈତିକ ଗତିବିଧି କ୍ରିୟାଶୀଳ ହେବା ସହିତ ନିଯୁକ୍ତି ସୁଯୋଗ ସୃଷ୍ଟିରେ ସହାୟକ ହେବ ବୋଲି ହୀରାକୁଦ ବନ୍ୟପ୍ରାଣୀ ଡ଼ିଏଫଓ ଅଂଶୁପ୍ରଜ୍ଞା ଦାସ ସୁଚନା ଦେଇଛନ୍ତି।

ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଯୋଗୁଁ ଅଭୟାରଣ୍ୟରେ ଭିତ୍ତିଭୂମିର ବିକାଶ, ବନ୍ୟପ୍ରାଣୀ ସଂରକ୍ଷଣ, ପ୍ରାକୃତିକ ପରିବେଶର ସୁରକ୍ଷା ଏବଂ ବିକାଶ, ଜଙ୍ଗଲ ଉପରେ ନିର୍ଭର କରୁଥିବା ଲୋକଙ୍କ ପାଇଁ ବିକଳ୍ପ ଜିବୀକା ନିର୍ବାହ ପନ୍ଥା ପାଇଁ ସୁଯୋଗ ସୃଷ୍ଟି ହେବ। ଡ଼େବ୍ରିଗଡ଼ରେ ପ୍ରତି ବର୍ଗ କିଲୋମିଟରରେ ୩୮ ରୁ ୪୦ ବନ୍ୟପ୍ରାଣୀ ବସବାସ କରୁଛନ୍ତି। ସମ୍ବର, ହରିଣ, ଗୟଳ ସଂଖ୍ୟା ସର୍ବାଧିକ ଅଟେ।
ଡ଼େବ୍ରିଗଡ଼ ଅଭୟାରଣ୍ୟ ଛତିଶଗଡ଼ର ଉଦନ୍ତି ସୀତାନଦୀ ଏବଂ ଅଞ୍ଚନ କମାର ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଏବଂ ଓଡ଼ିଶାର ନୁଆପଡ଼ା ଜିଲ୍ଲା ସୁନାବେଡ଼ା ଓ ଅନୁଗୁଳ ଜିଲ୍ଲାର ସାତକୋଶିଆ ବନ୍ୟପ୍ରାଣୀ ଚଲାପଥ ସହିତ ସଂଯୋଗ ରହିଛି। ଅଶୁମାରୀ ପ୍ରାକୃତିକ ଝରଣା, ପାହାଡ଼, ଜଳାଶୟ ସହିତ ପୃଥିବୀ ପ୍ରସିଦ୍ଧ ହୀରାକୁଦ ଜଳଭଣ୍ଡାର କୁଳ ପାଇଁ ଡ଼େବ୍ରିଗଡ଼ ସ୍ୱତନ୍ତ୍ର ପରିଚୟ ରହିଛି। ଗତ କିଛି ମାସ ଆଗରୁ ଡ଼େବ୍ରିଗଡ଼ ଅଭୟାରଣ୍ୟରେ ପର୍ଯ୍ୟଟକ ମାନେ ମହାବଳ ବାଘ ଦେଖିବାର ସୁଯୋଗ ପାଇଥିଲେ।
ଯାହାକି ମହାବଳ ବାଘକୁ ମୁହାଁମୁହିଁ ଦେଖିବାର ଓଡ଼ିଶାର ବିରଳ ସୁଯୋଗ ବୋଲି କୁହାଯାଏ। ଡ଼େବ୍ରିଗଡ଼ ଅଭୟାରଣ୍ୟ ଭିତରେ ଏବଂ ପରିପାଶ୍ୱର୍ରେ ବାଘ ଏବଂ ଅନ୍ୟ ବନ୍ୟପ୍ରାଣୀ ମାନଙ୍କ ଗତିବିଧିକୁ ଅନୁଧ୍ୟାନ କରିବା ପାଇଁ ୧୬୦ଟି ଟ୍ରାପ୍ କ୍ୟାମେରା ଲାଗିଛି। ୪୮ ଟି ଗ୍ରାମର ୧୧୧ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନେ ମଧ୍ୟ ବନ୍ୟପ୍ରାଣୀଙ୍କ ସଂରକ୍ଷଣ ଏବଂ ସୁରକ୍ଷା ପାଇଁ ସାମିଲ ହୋଇଛନ୍ତି।
ସୂଚନା ଯୋଗ୍ୟ ଯେ ଗୋବିନ୍ଦପୁର ସହିତ ଅଭୟାରଣ୍ୟ ଆଖପାଖର ପାଞ୍ଚୋଟି ଗ୍ରାମକୁ ଡ଼ିଭିଜନ ପକ୍ଷରୁ ପକ୍ଷୀଗ୍ରାମ ଘୋଷଣା କରାଯାଇଛି। ଇକୋ-ଟୁରିଜମ ପାଇଁ ସଫାରୀ ପର୍ଯ୍ୟଟନ, କଟେଜ, ଟ୍ରେକିଙ୍ଗ ଏବଂ ଜଳଭଣ୍ଡାର ମଧ୍ୟସ୍ଥ ତିନୋଟି ଦ୍ୱୀପରେ ସ୍ୱତନ୍ତ୍ର ପର୍ଯ୍ୟଟନ ଏବଂ ନୌବିହାରର ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି। ଚଳିତ ବର୍ଷ ୩.୧୬ ଲକ୍ଷ ୧୦୮ ପ୍ରଜାତିର ପରିବ୍ରାଜକ ପକ୍ଷୀ ଜଳଭଣ୍ଡାରକୁ ଆସିଥିଲେ। ଆର୍ନ୍ତଜାତୀୟ ରାମସର ସଂସ୍ଥା ଦ୍ୱାରା ଗତବର୍ଷ ହୀରାକୁଦକୁ ଆଦ୍ରଭୂମି ମାନ୍ୟତା ପ୍ରଦାନ କରାଯାଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories