ପାଟଣା : କାଠ ମାଫିଆଙ୍କ ଭୂସ୍ବର୍ଗ ପାଲଟି ଥିବା ଘଟଗାଁ ବନାଞ୍ଚଳ ଅନ୍ତର୍ଗତ ଢେଙ୍କିକୋଟ ବନ କ୍ଷେତ୍ରର କଟରାବେଡା ଦହିବାହାଳି ସାହି ନିକଟରୁ ବନ ବିଭାଗ ଚଢାଉ କରି ୭ଖଣ୍ଡ ଶାଳ କାଠ ଗଡ଼ ଜବତ କରିଛି। ଦହିବାହାଳି ସାହି ନିକଟରୁ ଶାଳ ଗଛ କାଟି ଚୋରା ଚାଲାଣ କରାଯାଉଥିବା ସମ୍ପର୍କରେ କୈାଣସି ସୂତ୍ରରୁ ଖବର ପାଇ ବନ ବିଭାଗ ଅତର୍କିତ ଭାବେ ଚଢ଼ାଉ କରିଥିଲା । ବନ ବିଭାଗକୁ ଦେଖି କାଠ ମାଫିଆ ଘଟଣା ସ୍ଥଳ ଛାଡି ଫେରାର ହୋଇଯାଇଥିବା ବେଳେ କାଠଗଡ ଗୁଡିକୁ ବନ ବିଭାଗ ଜବତ କରି ଢେଙ୍କିକୋଟ ବନ କାର୍ୟ୍ୟାଳୟକୁ ଆଣିଛି। ଏହାର ଆନୁମାନିକ ମୂଲ୍ୟ ପାଖାପାଖି ୭୦ ହଜାର ଟଙ୍କା ରୁ ଉର୍ଦ୍ଧ ହେବ ବୋଲି ବନ ବିଭାଗ ସୂଚନା ଦେଇଛି।
Popular Categories



