www.samajalive.in
Sunday, December 14, 2025
19.1 C
Bhubaneswar

ଜିଲାଆଇନ ସେବା ପ୍ରାଧିକରଣ ପକ୍ଷରୁ ସଡକ ସୁରକ୍ଷା ସଚେତନତା ପଦଯାତ୍ରା, ରକ୍ତ ଦାନ ଶିବିର

ଭୁବନେଶ୍ୱର: ଜିଲା ଆଇନ ସେବା ପ୍ରାଧିକରଣ, ଖୋର୍ଦ୍ଧା, ଭୁବନେଶ୍ୱର ଓ କମିଶନରେଟ୍ ପୁଲିସ,ଭୁବନେଶ୍ୱରଙ୍କ ମିଳିତ ଆନୁକୂଲ୍ୟରେ ଏକ ସଡକ ସୁରକ୍ଷା ସଚେତନତା ପଦଯାତ୍ରା ଏବଂ ରକ୍ତଦାନ ଶିବିର ଖୋର୍ଦ୍ଧା ଜିଲା ଓ ଦୌରାଜଜ୍ ନିଶିଥ୍ ନିଶାଙ୍କ, କମିଶନରେଟ୍ ପୁଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏବଂ ଡିସିପି ପ୍ରତୀକ ସିଂଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ପୋଲିସ୍ ଟ୍ରାଫିକ୍ ପ୍ରଶାସନର ସମସ୍ତ କର୍ମଚାରୀ ଓ ପଦାଧିକାରୀ, ଆଇନଜୀବୀ, ବିଚାର ବିଭାଗୀୟ ଅଧିକାରୀ, ପାରା ଲିଗାଲ କର୍ମୀ ଏବଂ ସାଧାରଣ ଜନତା ଅଂଶ ଗ୍ରହଣ କରି ଜନସାଧାରଣଙ୍କୁ ସଡକ ସୁରକ୍ଷା ଆଇନ୍ କାନୁନର ଅନୁପାଳନ, ଏହାର ସୁଫଳ ପ୍ରଚାର ସହ ଏବଂ ବିଭିନ୍ନ ପ୍ଲାକାର୍ଡ ଧରି ସଦର ମହକୁମା ପରିକ୍ରମା କରିଥିଲେ।

ପ୍ରାଧିକରଣ କର୍ତ୍ତୃପକ୍ଷ ରକ୍ତଦାନ କାର୍ୟ୍ୟକ୍ରମ ପରିଦର୍ଶନ କରି କମିଶନରେଟ୍ ପୋଲିସର ଏଭଳି ଉଦ୍ୟମକୁ ଭୂୟଶୀ ପ୍ରଶଂସା କରିବା ସହ ଜନସାଧାରଣଙ୍କ ସହ ସବୁବେଳେ ଯୋଡି ହୋଇ ସାଧାରଣ ଜନତାଙ୍କୁ ସେବା ଯୋଗାଇଦେବାକୁ ଅନୁରୋଧ କରିଥିଲେ। ଶେଷରେ ପ୍ରାଧିକରଣଙ୍କ ସଚିବ ସୌଦାମିନି ସିଂ ସମାବେଶରେ ଯୋଗଦେଇଥିବା ସମସ୍ତ ଅଂଶଗ୍ରହଣକାରୀ, ପଦାଧିକାରୀ, ମହିଳା, ଆଇନଜୀବୀ, ପୋଲିସ, ଗଣମାଧ୍ୟମ ପ୍ରତିନିଧି, ପାରାଲିଗାଲ ସ୍ୱେଚ୍ଛାସେବୀମାନଙ୍କୁ ଧନ୍ୟବାଦ ଦେବା ସହ କାର୍ଯ୍ୟକ୍ରମକୁ ସଫଳ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories