www.samajalive.in
Sunday, December 14, 2025
26.1 C
Bhubaneswar

ମାଝୀପଡ଼ାରେ ବ୍ଲକ ସ୍ତରୀୟ କୃଷକ ସାଥୀ ସଂଘର ବୈଠକ

ଫୁଲବାଣୀ: କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ କାଶୀନିପଦର ପଞ୍ଚାୟତ ମାଝୀ ପଡ଼ା ଠାରେ ଫିରିଙ୍ଗିଆ ବ୍ଲକ କୃଷକ ସାଥୀ ସଂଘର ବୈଠକ ଅନୁଷ୍ଠିତ ହୋଇଛି କ୍ଷ କୃଷକ ସାଥୀ ସଂଘର ସଭାପତି ବିଶ୍ବାମିତ୍ର ମହାକୁଡଙ୍କ ତତ୍ତ୍ବାବଧାନରେ ଏହି ବୈଠକ ଆୟାଜନ ହୋଇଥିବା ବେଳେ ୨୪ଟି ପଞ୍ଚାୟତର ୪୮ ଜଣ କୃଷକ ସାଥୀ ଯୋଗ ଦେଇଥିଲେ।

ବୈଠକରେ ସରକାରଙ୍କ ସମସ୍ତ ଯୋଜନା ତଥା ମାଟି ପରୀକ୍ଷା,ଧାଡ଼ି ଧାନ ରୁଆ, କୃଷକ ଓଡ଼ିଶାରେ ପଞ୍ଜିକରଣ କରିବା, ପିଏମ କିଶାନରେ ଅନ୍ତର୍ଭୁକ୍ତ କରିବା, କୃଷକ ପରିଚୟ ପତ୍ର କରାଇ ଦେବା ଓ କୃଷକମାନଙ୍କ ନିକଟରେ ସମସ୍ତ ଯୋଜନାମାନ ପହଞ୍ଚାଇବା କୃଷକ ସାଥୀ ମାନଙ୍କ ମୁଖ୍ୟ ଭୂମିକା ରହିଛି। ଗତ ୨୦୦୬ ଠାରୁ ସରକାରଙ୍କ ଠାରୁ ସ୍ବୀକୃତି ପାଇଥିବା କୃଷକ ସାଥୀ ମାନଙ୍କ ଦରମା ମାତ୍ର ୧୦୦୦ ଟଙ୍କା ହୋଇ ଥିବା ବେଳେ ପରିବାର ପ୍ରତିପୋଷଣ ସମ୍ଭବ ହୋଇ ପାରୁ ନ ଥିବାରୁ ଆଗାମୀ ଦିନରେ ଦରମା ବୃଦ୍ଧି ଦାବି କରିବା ପାଇଁ ସଂଘ ପକ୍ଷରୁ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିବା ପାଇଁ ଆଲୋଚନା କରା ଯାଇଥିଲା। ବୈଠକରେ ଉପ ସଭାପତି ବଜନ୍ କହଁର, ସମ୍ପାଦକ ନିରାକାର ସାହୁ, ସହ ସମ୍ପାଦକ ସୁଧୀର କୁମାର ଦିଗାଲ୍ ଓ ପ୍ରତ୍ୟେକ ପଞ୍ଚାୟତର କୃଷକ ସାଥୀ ମାନେ ଯୋଗ ଦେଇଥିଲେ।

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories