www.samajalive.in
Sunday, December 14, 2025
23.1 C
Bhubaneswar

ଚୌଦ୍ୱାର କାରାଗାରରେ ଗୋପାଳ ଦାସ, ଠିକଣା ୩ ନମ୍ବର ସେଲ

ଚୌଦ୍ୱାର:ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାର ଅଭିଯୁକ୍ତ ଗୋପାଳ ଦାସଙ୍କୁୁ ଚୌଦ୍ୱାର ମଣ୍ଡଳ କାରାଗାରକୁ ସ୍ଥାନାନ୍ତର କରାଯାଇଛି। ମଙ୍ଗଳବାର ସଂଧ୍ୟାରେ ଗୋପାଳଙ୍କୁ କଡ଼ା ସୁରକ୍ଷା ବଳୟ ଭିତରେ ଚୌଦ୍ୱାର ଜେଲକୁ ଅଣାଯାଇଛି। ଗୋଟିଏ ବୋଲେରୋ, ଗୋଟିଏ ଟ୍ରାଭେଲର ଓ ଗୋଟିଏ ଟାଟା ସୁମୋ ଗାଡ଼ିରେ ପୁଲିସ୍ କଡ଼ା ସୁରକ୍ଷା ଭିତରେ ଝାରସୁଗୁଡ଼ାରୁ ଆସିି ଏଠାରେ ପହଞ୍ଚିଥିଲା। ସ୍ଥାନୀୟ ପୁଲିସ ଉପସ୍ଥିତିରେ ଚୌଦ୍ୱାର ଜେଲରେ ଗୋପାଳ ଦାସକୁ ଛଡ଼ାଯାଇଥିଲା। ଚୌଦ୍ବାର ଜେଲରେ ଗୋପାଳର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ପରେ ଜେଲର ହାଇ ସିକ୍ୟୁରିଟି ଯୁକ୍ତ ୩ ନମ୍ବର ସେଲରେ ରଖା ଯାଇଛି।

ଉକ୍ତ ସେଲରେ ଲାଗିଥିବା ସିସିଟିଭି କ୍ୟାମେରା ମାଧ୍ୟମରେ ଗୋପାଳଙ୍କ ଗତିବିଧି ଅନୁଧ୍ୟାନ କରାଯିବା ସହିତ ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରାଯିବ। ଏଥି ସହିତ ସେଲରେ ୨୪ଘଣ୍ଟିଆ ପ୍ରହରା ବ୍ୟବସ୍ଥା ରହିଥିବା ଜେଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟଯେ ଏହା ପୂର୍ବରୁ ଗୋପାଳଙ୍କୁ ଝାରସୁଗୁଡ଼ା ଉପକାରାଗାରରେ ରଖା ଯାଇଥିବାବେଳେ ସେଠାରେ ତାଙ୍କର ସୁରକ୍ଷା ପ୍ରତି ବିପଦ ଥିବା ଜେଲ ବିଭାଗ ତରଫରୁ ଝାରସୁଗୁଡ଼ା ଜେଏମ୍ଏଫସି ନ୍ୟାୟାଳୟରେ ଦର୍ଶାଯାଇ ତାଙ୍କୁ ଅନ୍ୟ କୌଣସି ଜେଲକୁ ସ୍ଥାନାନ୍ତର କରିବା ପାଇଁ ମାଜିଷ୍ଟ୍ରେଟଙ୍କୁ ନିବେଦନ କରାଯାଇଥିଲା ।

- Advertisement -

କୋର୍ଟରେ ଗୋପାଳଙ୍କ ବୟାନ ରେକର୍ଡ ପରେ ତାଙ୍କୁ ଅନ୍ୟ ଜେଲକୁ ସ୍ଥାନାନ୍ତର କରିବା ପାଇଁ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଥିଲେ ।ଫଳ ସ୍ୱରୂପ ଗୋପାଳକୁ ଓଡ଼ିଶାର ସର୍ବବୃହତ୍ ଚୌଦ୍ୱାର ମଣ୍ଡଳ କାରାଗାରକୁ ସ୍ଥାନାନ୍ତର କରା ଯାଇଛି। କାରାଗାରରେ ଏକ ୨୪ଜଣିଆ ସୁରକ୍ଷା କମିଟି ଗଠନ କରାଯାଇ ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିବାର ବ୍ୟବସ୍ଥା କରାଯାଇଥିବା ଜଣା ପଡ଼ିଛି।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories