ଫୁଲବାଣୀ: ପୁଲୱାମା ଠାରେ ଆତଙ୍କବାଦୀଙ୍କର ଆତ୍ମଘାତି ବିସ୍ପୋରଣ ରେ ସହିଦ ୪୦ ଜଣ ସିଆରପିଏଫ ଯବାନଙ୍କର ଅମର ଆତ୍ମାର ସଦଗତି ଏବଂ ଦେଶ ପାଇଁ ଦେଇଥିବା ସର୍ବୋଚ୍ଚ ବଳିଦାନକୁ ସମ୍ମାନ ଜଣେଇ ଟିମ ହ୍ୟୁମାନିଟି କନ୍ଧମାଳ ତରଫରୁ ଏକ ଶ୍ରଦ୍ଧାଞ୍ଜଳି କାଯ୍ୟକ୍ରମ ଓ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ୪ ଅନୁଷ୍ଠିତ ହୋଇଯାଇଛି। ଟିମ ହ୍ୟୁମାନିଟି କନ୍ଧମାଳର ଆବାହକ ଭି.ଲୋକନାଥ ରାଜୁଙ୍କ ନେତୃତ୍ୱରେ ଫୁଲବାଣୀ ମାଦିକୁନ୍ଦା ଛକ ଠାରେ ଟିମର ସଦସ୍ୟ ଓ ସଦସ୍ୟା ମାନେ ପୁଲୱାମା ସହିଦ ଯବାନଙ୍କ ତୈଳ ଚିତ୍ର ଥିବା ଏକ ବ୍ୟାନର ନେଇ ଟିମର ସଦସ୍ୟ ଓ ସଦସ୍ୟା ମାନେ ସହିଦ ଯବାନ ଅମର ରହେ ଓ ଜୟ ଯବାନ ନାରା ଦେଇ ଏକ ଶୋଭା ଯାତ୍ରାରେ ସ୍ଥାନୀୟ ରକ୍ତ ଭଣ୍ଡାରରେ ପହଞ୍ଚିଥିଲେ। ସେଠାରେ ଆୟୋଜିତ ସ୍ଵେଛାକୃତ ରକ୍ତଦାନ ଶିବିରକୁ ଫୁଲବାଣୀ ଉପ ଜିଲ୍ଲାପାଳ ଶେଷଦେବ ମିଶ୍ର ଉଦଘାଟନ କରିଥିଲେ। ଶିବିରରେ ରକ୍ତଭଣ୍ତାରର ଜୟଦୀପ ଘୋଷ, ଦିନକୃଷ୍ଣ ମହନ୍ତ, ସୁଜିତ କୁମାର ସାହୁ,ଲଷ୍ମୀଧର ମଣ୍ଡଳ, ସାକେତ ରାଣୀ ନାଏକ, ସଂଯୁକ୍ତା ଦଳଛତ୍ର, ବରୁଣ ବେହେରା ଏବଂ ପ୍ରଶାନ୍ତ କୁମାର ରତ୍ନାଳୁ ପ୍ରମୁଖ ସମ୍ପାଦନ କରିଥିଲେ। ରକ୍ତଦାନ ଶିବିରରେ ୧୨୧ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା।
Popular Categories



