www.samajalive.in
Sunday, December 14, 2025
19.1 C
Bhubaneswar

‘ପୁରୀ କୃଷି ବିଜ୍ଞାନ କେନ୍ଦ୍ର ରାଷ୍ଟ୍ରର ଏକ ଆଦର୍ଶ ମଡେଲ’

ସାକ୍ଷୀଗୋପାଳ: ଭାରତୀୟ କୃଷି ଅନୁସନ୍ଧାନ ପରିଷଦର ଉପମହାନିର୍ଦେଶକ(ସମ୍ପ୍ରସାରଣ) ଡ. ୟୁ.ଏସ. ଗୌତମ, ଅଟାରି କଲିକତାର ନିର୍ଦେଶକ ଡ. ପ୍ରଦୀପ କୁମାର ଦେ ଏବଂ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟର ସମ୍ପ୍ରସାରଣ ଅଧ୍ୟକ୍ଷ ଡ. ପ୍ରସନ୍ନଜିତ ମିଶ୍ର ସୋମବାର ପୁରୀ କୃଷି ବିଜ୍ଞାନ କେନ୍ଦ୍ର ପରିଦର୍ଶନ କରିଛନ୍ତି । କୃଷି ବିଜ୍ଞାନ କେନ୍ଦ୍ରରେ ଥିବା ମଡେଲ ୟୁନିଟ ଯଥା ପୁଷ୍ଟିକର ବଗିଚା, ଛତୁ ଉତ୍ପାଦନ, ଯାଆଁଳ ଉତ୍ପାଦନ, ଚାରା ଉତ୍ପାଦନ ଗୃହ, ମେସିନ ସାହାଯ୍ୟରେ ଧାଡିରେ ଧାନ ବୁଣିବା ପଦ୍ଧତି ରେ ମୁଗ ଚାଷ, ସୂର୍ଯ୍ୟମୁଖୀ, ମିଠା ମକା ଚାଷ, ଔଷଧିୟ ବଗିଚା, ମହୁମାଛି ପାଳନ, ଟ୍ରେଲି ପଦ୍ଧତିରେ ପୋଟଳ ଚାଷ, ଗୁଣ୍ଡୁରୀ ଚଢ଼େଇ ପାଳନ, କଡକନାଥ କୁକୁଡ଼ା ଇତ୍ୟାଦି କୃଷି ଓ ଆନୁସାଙ୍ଗିକ କ୍ଷେତ୍ରରେ ଜିଲାରେ ଥିବା ଅନେକ ଚାଷୀଙ୍କୁ ଅନୁପ୍ରାଣିତ କରିପାରିବ । କେନ୍ଦ୍ରରେ ଥିବା ଉଦ୍ୟାନ ଓ ମତ୍ସ୍ୟ ଭିତ୍ତିକ ସମନ୍ୱିତ କୃଷି ମଡେଲ ଚାଷୀଙ୍କ ଆୟ ଦ୍ଵିଗୁଣତ କରିବାରେ ସହାୟକ ହୋଇପାରିବ । ଏଥି ସହିତ କୃଷି ବିଜ୍ଞାନ କେନ୍ଦ୍ରର ସଫଳ ପରୀକ୍ଷଣ ଓ ପ୍ରଦର୍ଶନ ଜିଲାରେ ଥିବା ବିଭିନ୍ନ ସରକାରୀ ଅନୁଷ୍ଠାନ କିପରି କାର୍ଯ୍ୟରତ କରିପାରିବେ ସେଥିପାଇଁ ଦୃଷ୍ଟି ଦେବାକୁ ପରାମର୍ଶ ଦେଇଥିଲେ । ପୁରୀ ଜିଲାରେ ଅଧିକ ଖାଲୁଆ ଏବଂ ଜଳମଗ୍ନ ଜମି ଥିବାରୁ ପୋଖରୀ ଭିତ୍ତିକ ସମନ୍ଵିତ କୃଷିକୁ ଗୁରୁତ୍ୱାରୋପ କରି ୩ ଗୋଟି ଅନୁକରଣୀୟ ମଡେଲ କେ.ଭି .କେ ପରିସରରେ ସ୍ଥାପନ ହୋଇଥିବାରୁ ବୈଜ୍ଞାନିକମାନଙ୍କୁ ପ୍ରଶଂସା ମଧ୍ୟ କରିଥିଲେ । ଯାତିପୁର ଗ୍ରାମରେ କୃଷି ବିଜ୍ଞାନ କେନ୍ଦ୍ର ଦ୍ୱାରା ପରିଚାଳିତ ଭାରତୀୟ ପରିବର୍ତ୍ତିତ ଜଳବାୟୁରେ କୃଷି କାର୍ଯ୍ୟ ନିକ୍ରା ପ୍ରକଳ୍ପର ଅନୁଭୂତି ଏବଂ ପର୍ଯ୍ୟାୟକ୍ରମେ ଧାନ ଓ ମାଛ ଚାଷ ସହିତ ହୁଡାରେ ଉଦ୍ୟାନ ଫସଲ ଜିଲାରେ ଆଲୋଡ଼ନ ସୃଷ୍ଟି କରିଥିବାରୁ ଏ ଦିଗରେ ଜିଲା ପ୍ରଶାସନ ସହ ମିଳିତ ଭାବେ କାର୍ଯ୍ୟ କରିବା ପାଇଁ କହିଥିଲେ । ଏଭଳି କାର୍ଯ୍ୟ ଶୈଳୀ ଜାରି ରହିଲେ ଆଗାମୀ ଦିନରେ କେ.ଭି .କେ, ପୁରୀ ସାରା ଦେଶରେ ଶ୍ରେଷ୍ଠ ଭାବେ ପୁରସ୍କୃତ ହୋଇପାରିବ ବୋଲି ଡି .ଡି .ଜି (ସମ୍ପ୍ରସାରଣ) ମତ ରଖିଥିଲେ ।

ଏହି ପରିଦର୍ଶନରେ କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ଡ. ସଞ୍ଜୟ କୁମାର ମହାନ୍ତି, ମସ୍ଥ୍ୟ ବୈଜ୍ଞାନିକ ଡ଼. ଅମ୍ବିକା ପ୍ରସାଦ ନାୟକ, ଗୃହ ବିଜ୍ଞାନୀ ଡ଼.ସୁମିତା ଆଚାର୍ଯ୍ୟ, କୃଷି ସମ୍ପ୍ରସାରଣ ବୈଜ୍ଞାନିକ ସୋନିତା ରାଣୀ ସେଠୀ, କୃଷି ଯାନ୍ତ୍ରିକରଣ ବୈଜ୍ଞାନିକ ଡ଼. ଦୀପଶିଖା ପରମଜିତା ଓ ବିଭୁ ପ୍ରସାଦ ଦାଶ ପ୍ରମୁଖ ସାମିଲ ହୋଇଥିଲେ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories