www.samajalive.in
Saturday, December 6, 2025
23.1 C
Bhubaneswar

୬୫ନଂ ରାଜ୍ୟ ରାଜପଥ ଡ୍ରେନ ବ୍ୟବସ୍ଥା ବିପର୍ଯ୍ୟସ୍ତ

ତିଗିରିଆ :  ଖୁଣ୍ଟୁଣୀ-ନରସିଂହପୁର ୬୫ନଂ ରାଜ୍ୟ ରାଜପଥର ତିଗିରିଆ ବ୍ଲକ ଅନ୍ତର୍ଗତ ଜେମାଦେଇପୁର ପଞ୍ଚାୟତର ବନମାଳିପୁର ଛକ ଠାରୁ ଓଷାପୂଜା ପୋଲ ପର୍ଯ୍ୟନ୍ତ ରାଜପଥ ପାଶ୍ୱର୍ରେ ରହିଥିବା ବର୍ଜ୍ୟବସ୍ତୁ ଓ ଜଳ ନିଷ୍କାସନ ଡ୍ରେନ୍ ବ୍ୟବସ୍ଥା ଏବେ ବିପର୍ଯ୍ୟସ୍ତ ଅବସ୍ଥାରେ ପଡ଼ି ରହିଥିବା ଦେଖିବାକୁ ମିଳିଛି। ଦୀର୍ଘଦିନ ଧରି ଏହି ବିପର୍ଯ୍ୟସ୍ତ ଅବସ୍ଥାର ପ୍ରତିକାର ହେଉନଥିବାରୁ ବର୍ଷା ବେଳେ ପରିସ୍ଥିତି ସଙ୍ଗୀନ ହେଉଥିବା ଜଣାପଡ଼ିଛି। ଏଣେ ଏହାର ମରାମତି ବଦଳରେ ଭଙ୍ଗା ବାଡ଼ରେ ମାଟି ଲେସିବା ପରେ କେନାଲ ବାଡ଼ରେ ରଙ୍ଗ ଲେପନ ହେଉଥିବା ଦେଖିବାକୁ ମିଳିଛି।
ଡ୍ରେନ୍ ନିର୍ମାଣ ପରେ ଅର୍ଦ୍ଧାଧିକ ସ୍ଥାନରେ ସ୍ଲାବ ଢ଼ଙ୍କା ଯାଇନଥିବା ବେଳେ ଯେଉଁ କେତେକ ସ୍ଥାନରେ ସ୍ଲାବ ଦିଆଯାଇଥିଲା ସେଥିରୁ ଅନେକ ଭାଙ୍ଗି ରୁଜି ଡ୍ରେନ ମଧ୍ୟରେ ଫସି ରହିଛି। ଫଳରେ ବର୍ଜ୍ୟଜଳ ନିଷ୍କାସନରେ ବାଧକ ସୃଷ୍ଟି ହୋଇଛି ଏବଂ ଡ୍ରେନ୍ ମଧ୍ୟରୁ ପଡ଼ୁଥିବା ବର୍ଜ୍ୟବସ୍ତୁ ଜମି ରହି ପରିବେଶକୁ ଗନ୍ଧମୟ କରୁଛି। ସ୍ଲାବ ଭାଙ୍ଗି ପଡ଼ିଥିବାରୁ ରାଜପଥ ପାଶ୍ୱର୍ରେ ରହିଥିବା ଜନବସତି କିମ୍ବା ଦୋକାନ ବଜାରକୁ ଲୋକେ ଯିବା ଆସିବାରେ ସମସ୍ୟାର ସମ୍ମୁଖୀନ ହୋଇ ଚାଲିଛନ୍ତି। ରାଜପଥ ପାଶ୍ୱର୍ରେ ଡ୍ରେନ୍ ଏଭଳି ମୁକୁଳା ପଡ଼ିଥିବାରୁ ଦ୍ରୁତଗାମୀ ଯାନବାହନ ସହିତ ହଜାର ହଜାର ଜନସାଧାରଣ ମଧ୍ୟ ଚଳାଚଳ କରୁଥିବାରୁ କୌଣସି ପରିସ୍ଥିତିରେ ଏହି ମୁକୁଳା ଡ୍ରେନ ବିପଦ ସୃଷ୍ଟି କରିବାର ଆଶଙ୍କା ସୃଷ୍ଟି ହୋଇଛି।
ସୂଚନା ମୁତାବକ ରାଜ୍ୟ ରାଜପଥ ପାଶ୍ୱର୍ରେ ବନମାଳିପୁର ଛକ ଠାରୁ ଓଷାପୂଜା ଛକ ପର୍ଯ୍ୟନ୍ତ ପ୍ରାୟ ୨୦୦ମିଟର ଡ୍ରେନ୍ ନିର୍ମାଣ ମାତ୍ର ୩ ବର୍ଷ ପୂର୍ବେ ସରିଥିବା ବେଳେ ନିମ୍ନମାନର କାର୍ଯ୍ୟ ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ସ୍ଥାନୀୟ ଜନସାଧାରଣରେ ଅଭିଯୋଗ ହେଉଛି। ସ୍ଥାନୀୟ ଲୋକଙ୍କ କହିବା ମୁତାବକ ଡ୍ରେନ ମୁକୁଳା ରହିଥିବାରୁ ଅନେକ ସମୟରେ ଗୋରୁଗାଈ ଏହି ଡ୍ରେନରେ ଖସି ପଡ଼ି ଆହତ ହେଉଛନ୍ତି। ଦୀର୍ଘଦିନ ଧରି ଏଭଳି ସମସ୍ୟା ଏଠାରେ ଲାଗି ରହିଥିବା ବେଳେ ବିଭାଗୀୟ ଅଧିକାରୀ ଏଥିପ୍ରତି କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ ହେଉଛି। ଏଣେ ନିକଟରେ ରାଜପଥର ବାର୍ଷିକ ମରାମତି କାର୍ଯ୍ୟ ଚାଲିଥିବା ବେଳେ ଭଙ୍ଗାବାଡ଼ରେ ରଙ୍ଗ ଲେପନ କରୁଥିବାରୁ ସ୍ଥାନୀୟ ଜନସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ବିଭାଗୀୟ କର୍ତ୍ତୁପକ୍ଷ ତୁରନ୍ତ ପଦକ୍ଷେପ ନେଇ ଡ୍ରେନ ବ୍ୟବସ୍ଥାରକୁ ବ୍ୟବସ୍ଥିତ କରିବାକୁ ସାଧାରଣରେ ଦାବି ହୋଇଛି।

Hot this week

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

Related Articles

Popular Categories