ବ୍ରହ୍ମପୁର: ଖଲ୍ଲିକୋଟ ବ୍ଲକ୍ ମଥୁରା ପଞ୍ଚାୟତ ନୂତନ ବ୍ରହ୍ମପୁର ଗ୍ରାମର ୭ ପରିବାରର ୭ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି।
ଲକ୍ଷାଧିକ ସମ୍ପତି ସହ ଝିଅ ଶାଶୁଘର ଦେବାପାଇଁ ସାଇତି ରଖିଥିବା ଜଣେ ବ୍ୟକ୍ତିଙ୍କ କାଠ ସାମଗ୍ରୀ ପୋଡ଼ି ଯାଇଛି। ନିଆଁ ଲାଗିବାର କାରଣ ଅସ୍ପଷ୍ଟ ଥିବା ବେଳେ ସ୍ଥାନୀୟ ଯୁବକ ମାନେ ଦୀର୍ଘ ସମୟ ଧରି ନିଆଁକୁ ଆୟତ କରିବାକୁ ଚେଷ୍ଟା କରିଥିଲେ।
ଖବରପାଇ ଖଲ୍ଲିକୋଟ ଦମକଳ ବାହିନୀ ଘଟଣାସ୍ଥଳରେ ପହଁଚି ନିଆଁକୁ ସମ୍ପୁର୍ଣ୍ଣ ଆୟତ କରିଥିଲେ।
୭ ପରିବାରର ୭ ବଖରା ଜଳିଗଲା
Popular Categories



