ସୋମବାର ରାଶିଫଳ (୧୩.୦୨.୨୦୨୩)

ମେଷ : ଆଜି ଦିନଟି ସର୍ବସୁଖର ସୂଚନା ଦେଉଛି। କର୍ମକ୍ଷେତ୍ରକୁ ସଫଳତାର ଶୀର୍ଷକୁ ନେଇପାରନ୍ତି। ଭୋଗ ହେବାକୁ ଥିବା ଶୁଭ ଯୋଗରେ ଖ୍ୟାତିସମ୍ପନ୍ନ କାର୍ଯ୍ୟକରି ଜନପ୍ରିୟ ହେବେ। ସଦାଚାରୀ ହେବେ।

ବୃଷ : ଶତ୍ରୁ ବିନାଶ କରି ମାନସିକ ଶାନ୍ତି ଫେରିପାଇବେ। ଜଣେ ମହାମାନବର କାର୍ଯ୍ୟ କରି ସେବକ ଭାବର ନିଦର୍ଶନ ହେବେ। ଜ୍ଞାନୀଗଣଙ୍କ ମଧ୍ୟରେ ଅଗ୍ରଗଣ୍ୟ ହେବେ। ସୁଜନଙ୍କ ପ୍ରତି ଅନୁରକ୍ତି ରହିବ। ସନ୍ମାର୍ଗୀ ହେବେ।

ମିଥୁନ : ଆଗକୁ ବୁଦ୍ଧି ପରୀକ୍ଷା ଦିନ ସ୍ଥିର ହୋଇଥିବାରୁ ସାରା ଦିବାରାତ୍ର ଉପାଦେୟ ପୁସ୍ତକ ପଢ଼ାପଢ଼ିରେ ମନୋନିବେଶ କରିପାରନ୍ତି। ବିଭିନ୍ନ ସ୍ତରରୁ ଓ କ୍ଷେତ୍ରରୁ ଧନାଗମ ହେବ। ପତ୍ନୀଙ୍କ ସହାୟତାରେ ଅସାଧ୍ୟସାଧନ କରିପାରନ୍ତି।

କର୍କଟ : ପ୍ରାପ୍ତ କ୍ଷମତାର ସଦ୍‌ବ୍ୟବହାର କରି ଲୋକପ୍ରିୟତା ଅର୍ଜନ କରିବେ। ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିବେ। ଜଣେ ସୁଦକ୍ଷ ପରାମର୍ଶଦାତା ହେବେ। ସ୍ବୀକୃତିସମ୍ପନ୍ନ ହୋଇପାରନ୍ତି। ସକଳ ଶାସ୍ତ୍ରଜ୍ଞାତା ହେବେ।

ସିଂହ : ସାମାନ୍ୟ ଅସୁସ୍ଥତା ଅନୁଭବ କରୁଥିଲେ ମଧ୍ୟ କର୍ମଚଞ୍ଚଳ ରହିବେ। ବିଭିନ୍ନ ସ୍ତରରୁ ଦାନ ଓ ଅନୁଦାନ ପାଇ ଅନୁଷ୍ଠାନର ମୁଖ୍ୟ ହିସାବରେ ଆର୍ଥିକ ସ୍ଥିତିକୁ ମଜଭୁତ କରିବେ। ଉପୁଜିଥିବା ଅଶାନ୍ତି ଦୂର କରିବେ।

କନ୍ୟା : ବିଭିନ୍ନ ଉପାୟରେ ଧନ ଅର୍ଜନ କରିପାରନ୍ତି। ଶାସ୍ତ୍ରାଭ୍ୟାସୀ ହୋଇ ତା’ର ସୁବିନିଯୋଗ କରିବେ। ବିନୀତ ସ୍ବଭାବସମ୍ପନ୍ନ ହୋଇପାରନ୍ତି। ପତ୍ନୀଙ୍କ ଗଚ୍ଛିତ ଧନରେ ନିଜର ସୁଖ ସଂସାର ଚଳାଇବାରେ ସକ୍ଷମ ହେବେ।

prayash

ତୁଳା : ଶ୍ରୀଚନ୍ଦ୍ର ଭୋଗ ହେତୁ ଭିନ୍ନ ଭିନ୍ନ ସ୍ତରରୁ ଅର୍ଥ, ସୌଖୀନ ପଦାର୍ଥ ଆସିପାରେ। ଅଶାନ୍ତ ମନରେ ଶାନ୍ତିର ପ୍ରଭାବ ପଡ଼ିବ। ସରକାର ବା ବନ୍ଧୁ ସୂତ୍ରରୁ ଲାଭବାନ୍‌ ହେବେ। ପଙ୍‌କ୍ତି ଭୋଜନରେ ଆପ୍ୟାୟିତ ହେବେ।

ବିଛା : ସାହାଯ୍ୟକରୀ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ। ଧନ ଓ ଯାନବାହନ ସୁଖ ଭୋଗ କରିପାରନ୍ତି। ଶଯ୍ୟା ତ୍ୟାଗ ପୂର୍ବରୁ ଓଁ ଉଚ୍ଚାରଣ ଓ ଶାସ୍ତ୍ରସମ୍ମତ ନୀତି ମାନି ଚଳିବେ। ଚକ୍ଷୁରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିବେ।

ଧନୁ :  ପାପପରାଙ୍‌ମୁଖ ହୋଇପାରନ୍ତି। ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। କାର୍ଯ୍ୟରେ ଅପୂର୍ବ ସଫଳତା ମିଳିବ।

ମକର : କର୍ମକ୍ଷେତ୍ରକୁ ଶୃଙ୍ଖଳିତ କରି କାର୍ଯ୍ୟଗୁଡ଼ିକ ସହଜ, ସରଳ ଓ ବୋଧଗମ୍ୟ କରିବାରେ ପାରଙ୍ଗମ ହେବେ। ବିବାଦୀୟ ଘଟଣାରେ ବିଜୟୀ ହେବେ। ଶୁଭ କାର୍ଯ୍ୟ ପାଇଁ ଦିନଟି ଅନୁକୂଳ ରହିଛି।

କୁମ୍ଭ : କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ଅଧିକ କ୍ଷମତା ହାସଲ କରି ତା’ର ସୁବିନିଯୋଗ କରି ଜନପ୍ରିୟତା ହାସଲ କରିପାରନ୍ତି। ବିବାଦୀୟ ଘଟଣାରେ ବିଜୟ ହାସଲ କରିପାରନ୍ତି।

ମୀନ : ବାଣିଜ୍ୟ କାରବାର ଅତ୍ୟନ୍ତ ଲାଭଦାୟକ ହୋଇପାରେ। ରାଜନୀତିରେ ପାରଙ୍ଗମ ହେବେ। ଚତୁର ହେବେ। ଅଷ୍ଟମ ଚନ୍ଦ୍ରଭୋଗ ହେତୁ ସତର୍କରେ ଚଳିବେ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖା ଦେବ।

Comments are closed.