www.samajalive.in
Sunday, December 7, 2025
14.1 C
Bhubaneswar

ପ୍ୟାନ ବିବରଣୀ ଦେଇ ନାହାନ୍ତି ୭ ସାଂସଦ, ୧୯୯ ବିଧାୟକ: ରିପୋର୍ଟ

ନୂଆଦିଲ୍ଲୀ : ଦେଶରେ ବର୍ତ୍ତମାନର ୭ ସାଂସଦ ଏବଂ ୧୯୯ ଜଣ ବିଧାୟକ ନିଜ ପ୍ୟାନକାର୍ଡ ବିବରଣୀ ଘୋଷଣା କରିନାହାନ୍ତି। ନିର୍ବାଚନ ସମୟରେ ନାମାଙ୍କନପତ୍ର ଦାଖଲ ପାଇଁ ସତ୍ୟପାଠରେ ପ୍ୟାନକାର୍ଡ ତଥ୍ୟ ଦେବାକୁ ପଡ଼ିଥାଏ। ହେଲେ ଏତେ ସଂଖ୍ୟକ ଜନପ୍ରତିନିଧି ସତ୍ୟପାଠରେ ପ୍ୟାନକାର୍ଡ ବିବରଣୀ ଦେଇନାହାନ୍ତି ବୋଲି ଶୁକ୍ରବାର ଗଣତାନ୍ତ୍ରିକ ସଂସ୍କାର ସଂଘ (ଏଡ଼ିଆର) ଏବଂ ନ୍ୟାଶନାଲ ଇଲେକ୍ସନ ୱାଚ(ଏନଇଡବ୍ଲ୍ୟୁ) ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଏଡିଆର ୫୪୨ ଲୋକସଭା ସାଂସଦ ଏବଂ ୪,୦୮୬ ଜଣ ବିଧାୟକଙ୍କ ଦ୍ୱାର ନିର୍ବାଚନ ବେଳେ ଦାଖଲ ସତ୍ୟପାଠ ଓ ସ୍ଥାୟୀ ଖାତା ସଂଖ୍ୟା (ପ୍ୟାନ) ବିବରଣୀ ବିଶ୍ଲେଷଣ କରି ଏହି ରିପୋର୍ଟ ପ୍ରସ୍ତୁତ କରିଛି।
ରିପୋର୍ଟ ଅନୁସାରେ କଂଗ୍ରେସର ସର୍ବାଧିକ ୫୧ ଜଣ ବିଧାୟକ ପ୍ୟାନ କାର୍ଡ ତଥ୍ୟ ଦେଇନାହାନ୍ତି। ଏହାପଛକୁ ବିଜେପିର ୪୨ ଜଣ ବିଧାୟକ, ସିପିଏମ୍‍ର ୨୫ ଜଣ ବିଧାୟକ ନିଜ ପ୍ୟାନକାର୍ଡ ତଥ୍ୟ ଦେଇନାହାନ୍ତି। ରାଜ୍ୟ ଅନୁସାରେ କେରଳର ୩୩ ଜଣ ବିଧାୟକ, ମିଜୋରମର ୨୮, ମଧ୍ୟପ୍ରଦେଶର ୧୯ ଜଣ ବିଧାୟକ ନିଜ ପ୍ୟାନକାର୍ଡ ତଥ୍ୟ ଦେଇନାହାନ୍ତି। ମିଜୋରମର ମୋଟ ବିଧାୟକଙ୍କ ସଂଖ୍ୟା ୪୦ ହୋଇଥିବାବେଳେ ୨୮ ଜଣ ବିଧାୟକ ପ୍ୟାନକାର୍ଡ଼ ତଥ୍ୟ ନଦେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି।
ସେହିପରି ସାଂସଦଙ୍କ ମଧ୍ୟରୁ ଓଡ଼ିଶାର ୨ ଜଣ ବିଜେଡି ସାଂସଦ, ତାମିଲନାଡୁର ୨ ଜଣ ଏଆଇଡିଏମକେ ସାଂସଦ, ଆସାମ, ମିଜୋରମ ଏବଂ ଲକ୍ଷାଦ୍ୱୀପର ଜଣେ ଲେଖାଏଁ ସାଂସଦ ପ୍ୟାନ କାର୍ଡ ତଥ୍ୟ ଦେଇନାହାନ୍ତି। ବିଜେପିର ୧୮, କଂଗ୍ରେସର ୯ ଏବଂ ଜେଡିୟୁର ୩ ଜଣ ସାଂସଦଙ୍କ ପକ୍ଷରୁ ଦାଖଲ ପ୍ୟାନ କାର୍ଡ ତଥ୍ୟରେ ତ୍ରୁଟି ଥିବା ଜାଣିବାକୁ ମିଳିଛି।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories