www.samajalive.in
Saturday, December 6, 2025
16.1 C
Bhubaneswar

ପୋଖରୀକୁ ଖସିଲା ନଡିଆ ବୋଝେଇ ଟାଟାଏସି ଗାଡି ; ଅଳ୍ପକେ ବର୍ତ୍ତିଲେ ୩

ପିପିଲି : ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ତେଇସିପୁର ନିକଟରେ ରାସ୍ତା କଡରେ ଥିବା ଏକ ପୋଖରୀ ମଧ୍ୟରେ ଏକ ଚଳନ୍ତା ନଡିଆ ବୋଝେଇ ଟାଟାଏସି ଗାଡି ଶନିବାର ଖସି ଯାଇଥିବା ବେଳେ ଗାଡିରେ ଥିବା ୩ ଜଣ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି। ସ୍ଥାନୀୟ ଲୋକେ ଉକ୍ତ ୩ଜଣଙ୍କୁ ତୁରନ୍ତ ଉଦ୍ଧାର କରିଥିବା ବେଳେ ଜଣେ ଗୁରୁତର ଆହତଙ୍କୁ ଚିକିତ୍ସା ଲାଗି ସାକ୍ଷୀଗୋପାଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।
ପିପିଲି ବ୍ଲକ ଅନ୍ତର୍ଗତ ସରସ୍ୱତୀପୁର ଗ୍ରାମର ନଡିଆ ବ୍ୟବସାୟୀ ସଦାଶିବ ଦାସ ଓ ତାଙ୍କ ପୁଅ ସୁମନ୍ତ ଦାସ(୨୭) ଶନିବାର ସାତଶଙ୍ଖ ସାପ୍ତାହିକ ହାଟରୁ ନଡିଆ କିଣିବା ପରେ ଏକ ଟାଟାଏସି ଗାଡିରେ ନଡିଆ ବୋଝେଇ କରି ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ତେଇସିପୁର ପେଟ୍ରୋଲ ଟାଙ୍କି ନିକଟରେ ଅପରାହ୍ନ ସାଢେ ୧୨ଟା ସମୟରେ ଦୁର୍ଘଟଣାର ଶିକାର ହୋଇଥିଲେ। କୌଣସି କାରଣରୁ ଗାଡିଟି ଭାରସାମ୍ୟ ହରାଇ ରାସ୍ତାର ବାମପାଶ୍ୱର୍କୁ ଖସିଯିବା ସହ ରାସ୍ତା କଡରେ ଥିବା ଏକ ଜଳଭର୍ତ୍ତି ପୋଖରୀ ମଧ୍ୟରେ ସଂପୂର୍ଣ୍ଣ ବୁଡି ଯାଇଥିଲା। ନିକଟରେ ଥିବା କେତେକ ଦୋକାନୀ ଓ ସ୍ଥାନୀୟ ଲୋକେ ତୁରନ୍ତ ପୋଖରୀ ଜଳ ମଧ୍ୟରେ ପଶି ଗାଡିର କବାଟକୁ ଖୋଲି ସେଥି ମଧ୍ୟରେ ଥିବା ଚାଳକ ସମେତ ସଦାଶିବ ଓ ସୁମନ୍ତଙ୍କୁ ଉଦ୍ଧାର କରିଥିଲେ। ସୁମନ୍ତଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିବା ବେଳେ ତାଙ୍କୁ ଚିକିତ୍ସା ଲାଗି ସାକ୍ଷୀଗୋପାଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଆବଶ୍ୟକ ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ସୂଚନା ମିଳିଛି। ସଦାଶିବଙ୍କ ଅଣ୍ଟାରେ ମଧ୍ୟ ଆଘାତ ଲାଗିଥିବା ସୂଚନା ମିଳିଛି। ଖବର ପାଇ ସାତଶଙ୍ଖ ଫାଣ୍ଡି ଅଧିକାରୀ ପ୍ରଫୁଲ୍ଲ କୁମାର ଭୂୟାଁ ଘଟଣାସ୍ଥଳରେ ପହଞ୍ଚି ଥିଲେ। ପୋଖରୀ ଜଳ ମଧ୍ୟରେ ଆଉ କେହି ରହିଯାଇ ଥିବାର ସନ୍ଦେହ କରି ପିପିଲି ଅଗ୍ନିଶମ ବାହିନୀର କର୍ମଚାରୀମାନେ ଦୀର୍ଘ ସମୟ ଧରି ପୋଖରୀ ମଧ୍ୟରେ ଖୋଜାଖୋଜି କରିଥିଲେ। ତେବେ ଘଟଣାସ୍ଥଳରୁ ଗାଡିର ଚାଳକ ଖସି ପଳାଇଥିଲା। ଦୁର୍ଘଟଣାଗ୍ରସ୍ତ ଗାଡିକୁ ଜବତ କରି ପୁଲିସ ଘଟଣାର ତଦନ୍ତ କରୁଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories