www.samajalive.in
Sunday, December 14, 2025
26.1 C
Bhubaneswar

ଭାବବିହ୍ବଳ ହେଲେ ଭାରତ; ସୂର୍ଯ୍ୟଙ୍କ ଟେଷ୍ଟ ପଦାର୍ପଣ

ନାଗପୁର  : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ନାଗପୁରରେ ଆରମ୍ଭ ହୋଇଛି। ଭାରତ ପାଇଁ ଦୁଇ କ୍ରିକେଟର ସୂର୍ଯ୍ୟକୁମାର ଯାଦବ ଓ ୱିକେଟରକ୍ଷକ କେ.ଏସ୍‌ ଭାରତ ଟେଷ୍ଟ ପଦାର୍ପଣ କରିଛନ୍ତି। ଦୁର୍ଘଟଣାର ଶିକାର ହୋଇଥିବା ଋଷଭ ପନ୍ତ୍‌ ଚଳିତ ଟେଷ୍ଟ ଶୃଙ୍ଖଳା ଖେଳିବାରୁ ବଞ୍ଚିତ ହୋଇଥିବା ବେଳେ ଆନ୍ଧ୍ରପ୍ରଦେଶର ଭାରତଙ୍କୁ ସୁଯୋଗ ମିଳିଛି। ଏମ୍‌.ଏସ୍‌ କେ ପ୍ରସାଦ ଓ ହନୁମା ବିହାରୀଙ୍କ ପରେ ଭାରତ ଆନ୍ଧ୍ରପ୍ରଦେଶ ପାଇଁ ଟେଷ୍ଟ ଖେଳିବାରେ ୩ୟ ଓ ଦ୍ବିତୀୟ ୱିକେଟରକ୍ଷକ ଭାବେ ଭାରତୀୟ ଦଳରେ ଖେଳିବାର ସୁଯୋଗ ପାଇଛନ୍ତି। ସେହିପରି ଭାରତ ଘରୋଇ ମ୍ୟାଚ ବ୍ୟତୀତ ଆଇପିଏଲରେ ଖେଳିବାର ସୁଯୋଗ ପାଇଥିଲେ। ଭାରତ ୩୮ଟି ପ୍ରଥମ ଶ୍ରେଣୀ ମ୍ୟାଚରୁ ୪୭୦୭ରନ କରିଛନ୍ତି। ପଦାର୍ପଣ କରିବା ପରେ ଭାରତ ଅତ୍ୟନ୍ତ ଭାବପ୍ରବଣ ହୋଇ ମା ଙ୍କୁ ପଡିଆ ଭିତରେ ଆଲିଙ୍ଗନ କରିଥିଲେ। ଯାହା ସାମାଜିତ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ଅନ୍ୟପକ୍ଷରେ ଟ୍ବେଣ୍ଟି୨୦ର ଏକ ନମ୍ବର ବ୍ୟାଟ୍‌ସମ୍ୟାନ ସୂର୍ଯ୍ୟକୁମାର ଯାଦବ ମଧ୍ୟ ଟେଷ୍ଟ ପଦାର୍ପଣ କରିଛନ୍ତି। ମୁମ୍ବଇର ଏହି ତାରକାଙ୍କୁ ଟେଷ୍ଟ ଦଳରେ ସାମିଲ ନେଇ ବିଭିନ୍ନ ସ୍ତରରେ ଜୋରଦାର ଆଲୋଚନା ହେଉଥିଲା। ଯାହା ଶେଷରେ ପୂରଣ ହୋଇଛି। ସୂର୍ଯ୍ୟକୁମାର ଏପର୍ଯ୍ୟନ୍ତ ୪୭ଟି ଟ୍ବେଣ୍ଟି୨୦ ମ୍ୟାଚ ଖେଳି ୩ଟି ଶତକ ଓ ୧୩ଟି ଅର୍ଦ୍ଧଶତକ ସହ ୧୬୫୧ ଓ ୨୦ଟି ଦିନିକିଆ ମ୍ୟାଚ ଖେଳି ୨ଟି ଅର୍ଦ୍ଧଶତକ ସହ ୪୩୩ରନ କରିଛନ୍ତି।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories