www.samajalive.in
Sunday, December 14, 2025
23.1 C
Bhubaneswar

ଇସ୍ପାତ ଓ ଖଣି ବିଭାଗରେ ଯୋଗଦେଲେ ୬୫ ଅଧିକାରୀ

ଭୁବ‌େ‌ନଶ୍ବର, : ରାଜ୍ୟ ସରକାରଙ୍କ ଇସ୍ପାତ ଓ ଖଣି ବିଭାଗରେ ଆଜି ୬୫ ଅଧିକାରୀ ଯୋଗଦାନ କରିଛନ୍ତି। ସେମାନେ ଓଡ଼ିଶା ଭୂତାତ୍ତ୍ବିକ ସେବା, ଓଡ଼ିଶା ଖଣିଜ ପ୍ରଶାସନିକ ସେବା ଏବଂ ଓଡ଼ିଶା ଅଧସ୍ତନ ଖଣିଜ ପ୍ରଶାସନିକ ସେବା ଅଧିକାରୀ।

ନବନିଯୁକ୍ତ ଅଧିକାରୀଙ୍କ ଦିଗଦର୍ଶନ କାର୍ଯ୍ୟକ୍ରମରେ ଆଭାସି ଜରିଆରେ ଯୋଡ଼ି ହୋଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ, ରାଜ୍ୟ ସରକାରଙ୍କ ପ୍ରତ୍ୟେକ ଏବଂ ପ୍ରତିଟି ପଦକ୍ଷେପ ଲୋକଙ୍କ କଲ୍ୟାଣକୁ ଲକ୍ଷ୍ୟ ରଖି କରାଯାଉଛି। ଲୋକଙ୍କୁ ଉନ୍ନତ ସେବା ପ୍ରଦାନ କରିବା ପାଇଁ ସରକାର ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରୁଛନ୍ତି। ଓଡିଶାର ଖଣି କ୍ଷେତ୍ରର ଦକ୍ଷତା ଉପରେ ଆଲୋକପାତ କରି ସେ କହିଛନ୍ତି ଯେ ଖଣିଜ କାରବାର ଉପରେ ନଜର ରଖିବା ପାଇଁ ରାଜ୍ୟ ସରକାର ଏକ ପ୍ରଭାବଶାଳୀ ବ୍ୟବସ୍ଥା କରିଛନ୍ତି, ଯାହା ସାରା ଦେଶରେ ପ୍ରଶଂସିତ ହୋଇଛି। ଖଣିଜ ନିୟମରେ ନୂତନ ପରିବର୍ତ୍ତନ କାର୍ଯ୍ୟକାରୀ କରିବାରେ ଆମେ ବର୍ତ୍ତମାନ ଅଗ୍ରଣୀ ରାଜ୍ୟ ଭାବରେ ବିବେଚିତ ହେଉଛୁ।

- Advertisement -

ଏହାଦ୍ବାରା ରାଜ୍ୟ ପାଇଁ ସର୍ବାଧିକ ଖଣିଜ ରାଜସ୍ବ ସୃଷ୍ଟି ହୋଇ ଲୋକଙ୍କ କଲ୍ୟାଣରେ ବିଭିନ୍ନ କଲ୍ୟାଣମୂଳକ କାର୍ଯ୍ୟକଳାପକୁ ସୁଗମ କରାଯାଇଛି। ନୂତନ ଅଧିକାରୀଙ୍କୁ ଉତ୍ସାହିତ କରି ମୁଖ୍ୟମନ୍ତ୍ରୀ କହିଥିଲେ, ତୁମମାନଙ୍କ ଜୀବନର ଏକ ନୂତନ ଅଧ୍ୟାୟ ଆଜିର ଦିନରୁ ଆରମ୍ଭ ହେଲା। ଆମ ସମାଜର ସଫଳତାରେ ତୁମମାନଙ୍କ ସଫଳତା ପ୍ରତିଫଳିତ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଥିଲେ। ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କହିଥିଲେ, ରାଜ୍ୟକୁ ସର୍ବାଧିକ ଅଣରାଜସ୍ବ ଟିକସ ଖଣି କ୍ଷେତ୍ର ପ୍ରଦାନ କରୁଛି। ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ ଦ୍ରୁତ ଅଭିବୃଦ୍ଧିଶୀଳ ରାଜ୍ୟ ମଧ୍ୟରୁ ଓଡ଼ିଶା ଅନ୍ୟତମ ଏବଂ ରାଜ୍ୟର ଅଭିବୃଦ୍ଧିରେ ଖଣି କ୍ଷେତ୍ରର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭିକେ ପାଣ୍ଡିଆନ୍ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ। ଭୂତତ୍ତ୍ବବିତ ଅରୁଣା ଏକ୍କା ଏବଂ ଖଣି ଅଧିକାରୀ ସମ୍ବିତ୍ ସାହୁ ସେମାନଙ୍କ ଅଭିଜ୍ଞତା ବର୍ଣ୍ଣନା କରିଥିଲେ। ଇସ୍ପାତ ଓ ଖଣି ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ଡିକେ ସିଂହ ସ୍ବାଗତ ଭାଷଣ ପ୍ରଦାନ କରିଥିଲାବେଳେ ଖଣି ଏବଂ ଭୂବିଜ୍ଞାନ ନିର୍ଦେଶକ ଧନ୍ୟବାଦ ଦେଇଥିଲେ।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories