www.samajalive.in
Sunday, December 14, 2025
16.1 C
Bhubaneswar

ପ୍ରଶାସନ ଶୁଣିଲେନି, ଦିବ୍ୟାଙ୍ଗ ପରିବାରଙ୍କ ମୁହଁରେ ହସଫୁଟାଇଲେ ତିଦ୍ଦତିୟ ସ୍ବେଚ୍ଛାସେବୀ

ଚାନ୍ଦିପୁଟ-ସରକାର ଗରିବ ଅସହାୟ ଙ୍କ ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ ଅନେକ ସହାୟତା ଯୋଗାଇ ଦେଉଛନ୍ତି । କିନ୍ତୁ ଅନେକ ସମୟରେ ପ୍ରଶାସନିକ ଅଧିକାରୀଙ୍କ ଅବହେଳା ହେଉ କିମ୍ବା ଆନ୍ତରିକତା ର ଅଭାବ ଯୋଗୁଁ ବାରମ୍ବାର ଗୁହାରି ସତ୍ବେ ଶୈଶବ ଅବସ୍ଥାରେ ତିନି ତିନିଟା ପଙ୍ଗୁ ହୋଇଥିବା ଗରୀବ ନିଷ୍ପେସିତ ପରିବାର କୁ ପ୍ରକୃତ ଯୋଜନା ମିଳୁପାରୁନଥିବା ଦେଖିବାକୁ ମିଳିଛି । ଅପରପକ୍ଷରେ ଗରୀବ ଲୋକଙ୍କୁ କରୁଣ ଚିତ୍ର ଦେଖି ସହାୟତା ର ହାତ ବଢାଇଛନ୍ତି ତିଦ୍ଦତୀୟ ସ୍ବେଚ୍ଛାସେବୀ ମାନେ , ଯାଫଳରେ ଦୁରାରୋଗ୍ୟରେ ପିଡିତ ତିନୋଟି ଅସହାୟ ପିଲାଙ୍କ ମୁହଁରେ ଫୁଟିପାରିଛି ହସ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ନୁଆଗଡ ବ୍ଲକ ଅନ୍ତର୍ଗତ ପୁଟୁରୁପଡ଼ା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠିକ୍ ସମ୍ମୁଖରେ ରହୁଥି୍ବା କୌଳାସ ରଇତଙ୍କ କ୍ଷେତ୍ରରେ । ବିଗତ ଦିନରେ କୌଳାସଙ୍କ ଚାରୋଟି ଅସହାୟ ପୁଅ ବିକାଳାଙ୍ଗ ଅବସ୍ଥାରେ  ନିଜ ପରିବାର ସହ ପାଲ କୁଡିଆ ତଳେ ଦୁର୍ଦ୍ଦିନରେ ଜୀବନ ବିତାଆସୁଥିଲେ , କୁଲ ମୁଲ ଲାଗି ପରିବାର ପ୍ରତିପୋଷଣ ହୋଇପାରୁନଥିବା ଯୋଗୁଁ ରୋଗିଣା ପିଲାଙ୍କ ଚିକିତ୍ସା ମଧ୍ୟ କରାଇପାରୁନଥିଲେ କୌଳାସ । ଗତ ଜୁନ ମାସରେ ଏହି ଖବର ସମାଜ ଖବର କାଗଜ ସମେତ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଖବର ପ୍ରକାଶ ପରେ ପ୍ରସାଶନ ର ନିଦ ଭାଙ୍ଗିଥିଲା ଏବଂ ଅସହାୟ କୌଳାସ ଙ୍କ ପରିବାର ପାଖରେ ପହଞ୍ଚି ବିଭିନ୍ନ ପ୍ରତିଶୃତି ଦେଇଥିଲେ ପ୍ରଶାସନିକ ଅଧିକାରୀ । ଏହା ସହ ନିଜେ ଗଜପତି ଜିଲ୍ଲାପାଳ କୌଳାସଙ୍କ ପରିବାର କୁ ଆବାସ ଯୋଜନାରେ ସର୍ବାଗ୍ରେ ସାମିଲ କରାଯାଇଥିବା ନେଇ ଟ୍ବିଟ ମାଧ୍ୟମରେ ଜଣାଇଥିଲେ ।

ହେଲେ ଗତ ଜୁନ ମାସ ଠାରୁ କୌଳାସ କୁ ଏଯାବତ ନାଁ ମିଳିପାରିଛି ସରକାରୀ ଙ୍କ ଆବାସ ଯୋଜନାରେ ଖଣ୍ଡିଏ ଘର, ନାଁ ମିଳିପାରିଛି  ଆବାସ କାର୍ଯ୍ୟାଦେଶ । ପ୍ରଶାସନର ପ୍ରତିଶୃତି କେବଳ ପାଣିର ଗାର ସଦୃଶ ହୋଇଥିବା ବେଳେ ଅନ୍ୟ ପକ୍ଷରେ ଖବର ପାଇ ଦୁରାରୋଗ୍ୟ ରେ ପିଡିତ ଥିବା କୌଳାସଙ୍କ ଚାରି ଜଣ ପିଲାଙ୍କୁ ଦେଖିବାକୁ ପହଞ୍ଚିଥିଲେ ମହେନ୍ଦ୍ରଗଡର କିଛି ତିଦ୍ଦତିୟ ଶରଣାର୍ଥି । ଏହା ପରେ ଛୁଟିଥିଲା ସହାୟତାର ହାତ… ଓସି ସେନଫନ ତିଦ୍ଦତୀୟ ବେସରକାରୀ ସ୍ବେଚ୍ଚାସେବୀ ସଂଘଠନ ପକ୍ଷରୁ ପ୍ରଥମେ ଖାଇବା ସାମଗ୍ରୀ ସହ ବସ୍ତ୍ର ଆଦି ଯୋଗାଇଦେବା ସହ ବ୍ରହ୍ମପୁର ଏମକେସିଜି ସୁପର ସ୍ପେଷାଲିଷ୍ଟ ହସ୍ପିଟାଲରେ ଉଚ୍ଚ ସ୍ତରୀୟ ଡାକ୍ତରୀ ଚିକିତ୍ସା ପାଇଁ ଭର୍ତ୍ତି କରାଇଥିଲେ , ତେବେ ସେଠାରେ ଡାକ୍ତର ଏହି ରୋଗର ନିରାକରଣ ବ୍ୟବସ୍ଥା ସଠିକ ନଥିବା ହେତୁ ନିରାଶ ହୋଇ ଫେରିବାକୁ ପଡିଥିଲା  । ମୃତୁ ଆଡକୁ ମୁହାଉଥିବା ଚାରି ଅସହାୟ ପିଲାଙ୍କ ମୁହଁରେ ହସ ଫୁଟାଇବା ସହ ଖୁସିର ରଖିବା ପାଇଁ ସଂଘଠନ ର ଉଦ୍ୟମରେ ଚନ୍ଦ୍ରଗିରି ଓ ମହେନ୍ଦ୍ରଗଡ ଅଞ୍ଚଳରେ ବସବାସ କରୁଥିବା ପାଞ୍ଚୋଟି ତିଦ୍ଦତୀୟ କ୍ୟାମ୍ପର ଅନେକ ବଦାନ୍ୟ ବ୍ୟକ୍ତି ମାନେ ସହାୟତା ରାଶି ସଂଗ୍ରହ କରିଥିଲେ , ଏପରିକି ଆମେରିକା ରହୁଥିବା ମିନେସୋଟା ଗୀଷ୍ଟୋ ଚୌତେକି ନାମକ ବ୍ୟକ୍ତି ସହାୟତା ରାଶି ପଠାଇ ଘର ତିଆରି କରିବାକୁ ମନବଳାଇଥିଲେ ଏବଂ ପୁଟୁରୁପଡା ଗ୍ରାମରେ ଥିବା କୌଳାସଙ୍କ ନିଜ ଜମିରେ ଚାରି ବଖରା ବିଶିଷ୍ଠ ପକ୍କା ସିମେଣ୍ଟ ଘର ତୋଳିଦେବା ସହ ରୋଷେଇ ପାଇଁ ଗ୍ୟାସ ଚୁଲା , ଘର କୁ ବିଦ୍ୟୁତି କରଣ , ଟିଭି ସହ ସେଟଟପ ବକ୍ସ , ମୋବାଇଲ , ଶୋଇବା ପାଇଁ ବେଡ , ପାଇଖାନା ଭଳି ସମସ୍ତ ଅତ୍ୟାଧୁନିକ ସୁବିଧା ଯୋଗାଇ ଦେଇଛନ୍ତି । ସେମାନଙ୍କ ପାଇଁ ପୃଷ୍ଟିଯୁକ୍ତ ଶୁଖିଲା ଖାଦ୍ୟ ସହ ଗୋଟିଏ ଶଙ୍କରଜାତୀୟ ଦୁଧୀଆଳି ଗାଇ ଓ ବାଛୁରୀ ମଧ୍ୟ ଯୋଗାଇଦେଇଛନ୍ତି । ଏଭଳି ସ୍ଥିତିରେ ଦୁଇ ମାସ ତଳେ ଦ୍ବୀତୀୟ ପୁଅ ବଡନାଥ ରଇତର ମୃତ୍ୟୁ ଘଟିସାରିଛି । ଏବେ ଆଉ ମାତ୍ର ଅଛନ୍ତି ତିନି ଜଣ ପିଲା । ବଂଶଗତ କୌଣସି ଅଜଣା ରୋଗର ଶିକାର ହୋଇ ଅସହାୟ ଅବସ୍ଥାରେ ଥିବା ତିନି ପୁଅ ଙ୍କ ସହ ସ୍ତ୍ରୀ ନେଇ ରହୁଛନ୍ତି କୌଳାସ । ତିନି ଜଣ ମଧ୍ୟରୁ ଦୁଇ ଜଣଙ୍କ ଶରୀର ଅତି ଦୁର୍ବଳ କ୍ଷଣ ହୋଇପଡିଥିବା ବେଳେ ଚାଲିବାବୁଲିବା ଅତି କଷ୍ଟସାଧ୍ୟ । ଦିନକୁ ଦିନ ବୟସ ଯେତେ ବଢୁଛି , ଶରୀର ଅଙ୍ଗ ପ୍ରତ୍ୟଙ୍ଗ ସେତେ କ୍ଷଣ ହେବା ସହ ରୋଗାକ୍ରାନ୍ତ ବୃଦ୍ଧି ପାଇଚାଲିଛି । ଚାଲିବା ବୁଲିବା ବଦଳରେ ଲାମ୍ପୁରି ଲାମ୍ପୁରୀ ଚଲାବୁଲା କରୁଛନ୍ତି । ସରକାରଙ୍କ ତରଫରୁ କେବଳ ଗୋଟିଏ ହ୍ଲିଲ ଚେୟାର ଦିଆଯାଇଛି , ମାସିକ ଭତା ଓ ରେସନ କାର୍ଡ ମିଳିଛି ହେଲେ ଏଯାଏଁ ମିଳିପାରିନି ଆବାସ ଯୋଜନା । ଏ ନେଇ ପୁଟୁରୁପଡା ପଞ୍ଚାୟତର ସଂପ୍ରସାରଣ ଅଧିକାରିଣୀ ମିନତୀ କୁମାରୀ ମିଶ୍ରଙ୍କୁ ପଚାରିଯିବାରୁ ଆବାସ ଯୋଜନାରେ ହିତାଧିକାରୀ ଭାବେ ପ୍ରଥମରେ ନାମ ରହିଛି କୌଳାସ ରଇତଙ୍କର , କିନ୍ତୁ ଉପରୁ କୌଣସି ନିର୍ଦ୍ଧେଶ ଆସିନଥିବା ହେତୁ କାର୍ଯ୍ୟାଦେଶ ଦିଆଯାଇନାହିଁ । ପଞ୍ଚାୟତ ତରଫରୁ ଆଗାମୀ ଦିନରେ ସହାୟତା ଯୋଗାଇଦିଆଯିବ ବୋଲି କହିଛନ୍ତି । ଅପରପକ୍ଷରେ ଗରୀବ ନିରିହଙ୍କୁ ଦୁଃଖ ସହିନପାରି ଏଭଳି ସହାୟତା କରିପାରିଥିବା ହେତୁ ତିଦ୍ଦତୀୟ ମାନେ ଉପକାର କରି ବେଶ ଖୁସି ଲାଭ କରୁଥିବା ପ୍ରକାଶ କରିଛନ୍ତି । ଗୋଟିଏ ପଟେ ସରକାର ଙ୍କୁ ଗୁହାରୀ ସତ୍ବେ ଶୁଣିଲେନି ଅନ୍ୟ ପକ୍ଷରେ ସ୍ବେଚ୍ଚାସେବୀ ମାନେ ଏହି ସେବା କରି ମାନବିକତା ସହ ପରୋପକାରୀ ହେବାକୁ ପ୍ରେରଣା ଯୋଗାଇପାରୁଛି ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories