www.samajalive.in
Monday, December 8, 2025
14.1 C
Bhubaneswar

ମହାବିରୋଡ଼ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଡକାୟତି ଘଟଣା-୬ କିଲୋ ସୁନା ଗହଣା, ୪ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଜବତ

ଢେଙ୍କାନାଳ,: ଢେଙ୍କାନାଳ ଜିଲା ପର୍ଜଙ୍ଗ ଉପଖଣ୍ଡର ମହାବିରୋଡ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଡକାୟତି ଘଟଣାରେ ପୁଲିସ ଜଣେ ମହିଳାଙ୍କ ସମେତ ୯ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ୬ କେଜି ସୁନା ଗହଣା, ୪ ଲକ୍ଷ ୩୨ ହଜାର ନଗଦ ଟଙ୍କା, ୪ ପିସ୍ତଲ ସହ ୧୧ ଗୁଳି, ୫ ବାଇକ ଓ ବୋଲେରୋକୁ ଜବତ କରିଛି। ଏହି ଅପରାଧୀମାନଙ୍କ ନାମରେ ରାଜ୍ୟ ଓ ରାଜ୍ୟ ବାହାରେ ଏକାଧିକ ଅପରାଧିକ ମାମଲା ରହିିଛି ବୋଲି ଗୁରୁବାର ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ବ୍ରିଜେଶ ରାୟ ସ୍ଥାନୀୟ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ।
ପର୍ଜଙ୍ଗ ମହାବିରୋଡ ଥାନା ଅନ୍ତର୍ଗତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ମହାବିରୋଡ ଶାଖାରୁ ଫେବୃୟାରୀ ୩ରେ ୫ ଜଣ ଦୁର୍ବୃତ୍ତ ମୁଖାପିନ୍ଧି ବ୍ୟାଙ୍କ ଭିତରୁ ପଶିଥିଲେ। ପିସ୍ତଲ ଓ ମାରଣାସ୍ତ୍ର ଦେଖାଇ ବ୍ୟାଙ୍କରୁ ୫ କେଜି ସୁନା ଗହଣା ଓ ୬ ଲକ୍ଷ ୭୦ ହଜାର ଟଙ୍କା ଲୁଟି ନେଇଥିବାର ପୁଲିସ ନିକଟରେ ଅଭିଯୋଗ ହୋଇଥିଲା। ଘଟଣା ସମ୍ପର୍କରେ ଖବର ପାଇଁ ଢେଙ୍କାନାଳ ଆରକ୍ଷୀ ଅଧୀକ୍ଷକ ଜ୍ଞାନରଞ୍ଜନ ମହାପାତ୍ର ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିଥିଲେ। ଡକାୟତି ଘଟଣାର ପର୍ଦାଫାସ କରିବା ପାଇଁ ବଛା ବଛା ପୁଲିସ ଅଧିକାରୀଙ୍କୁ ନେଇ ଏକ ସ୍ୱତନ୍ତ୍ର ଦଳ ଗଠନ କରାଯାଇଥିଲା। ପୁଲିସ ସିସିଟିଭି ଫୁଟେଜ୍‌‌କୁ ଆଧାର କରି ତଦନ୍ତ କରିଥିଲା। ଖବର ପାଇ ମୋଟଙ୍ଗା ଥାନା ଅନ୍ତର୍ଗତ ଏକ ଜଙ୍ଗଲରେ କେତେକ ଡକାୟତଙ୍କୁ ଧରିବାରେ ପୁଲିସ ସକ୍ଷମ ହୋଇଥିଲା। ସେମାନଙ୍କଠାରୁ ସୂଚନା ପାଇ ଏଥିରେ ସମ୍ପୃକ୍ତ ଥିବା ଜଣେ ମହିଳାଙ୍କ ସମେତ ୯ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ମଧ୍ୟରେ ପରଜଙ୍ଗ କନ୍ଦରସିଂହା, ଅନୁଗୋଳ, ବଅଁରପାଳ, ବିକ୍ରମପୁର ଓ ଠାକୁରଗଡ଼ ଆଦି ଅଞ୍ଚଳର ୮ ଜଣ ଥିବା ଜଣାପଡ଼ିଛି। ପୁଲିସ ଗିରଫ ଅଭିଯୁକ୍ତଙ୍କଠାରୁ ୬ କିଲୋ ୧୨୦ ଗ୍ରାମ ସୁନା ଗହଣା ଓ ୪ ଲକ୍ଷ ୩୨ ହଜାର ନଗଦ ଟଙ୍କା ଉଦ୍ଧାର କରିବାରେ ସକ୍ଷମ ହୋଇଛି। ଉଦ୍ଧାର ସୁନା ଅଳଙ୍କାରର ମୂଲ୍ୟ ସାଢେ ୩ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ଅପରପକ୍ଷରେ ଏହି ଡ଼କାୟତି ଘଟଣାରେ ବ୍ୟବହୃତ କରିଥିବା ବୋଲେରୋ ଗାଡି ଓ ୫ଟି ଦାମୀ ବାଇକ ପୁଲିସ ଜବତ କରିଛି। ଏହା ସହ ୪ ପିସ୍ତଲ, ୧୧ ଗୁଳି, ଭୁଜାଲି, ଖଣ୍ଡା ଆଦି ମାରଣାସ୍ତ୍ର ଓ ୨୬ ମୋବାଇଲ ଜବତ କରାଯାଇଛି।
ଏହି ସ୍ୱତନ୍ତ୍ର ଦଳରେ ଇନ୍ସିପେକ୍ଟର ଅମିତ ବିଶ୍ୱାଳ ଓ ସମିର ସାମଲଙ୍କ ସମେତ ବିଭିନ୍ନ ଥାନାର ବଛା ବଛା ପୁଲିସ ଅଧିକାରୀଙ୍କୁ ସାମିଲ କରାଯାଇଥିଲା। ଏହି ସ୍ୱତନ୍ତ୍ର ପୁଲିସ ଦଳର ସଫଳତାକୁ ପ୍ରଶଂସା କରିବା ସହ ସେମାନଙ୍କୁ ପୁରସ୍କୃତ କରାଯିବ ବୋଲି ଡିଆଇଜି ସୂଚନା ଦେଇଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories