www.samajalive.in
Saturday, December 13, 2025
26.1 C
Bhubaneswar

ପେନ୍ ଇନ ଯୁବ ଲେଖକ ପୁରସ୍କାର ୨୦୨୨ ପାଇଲେ ରୂପେଶ।

ପଦ୍ମପୁର- : ପଦ୍ମପୁର ଅଞ୍ଚଳର ଯୁବ ସାହିତ୍ୟ ପ୍ରତିଭା ରୂପେଶ ସାହୁ ଭୁବନେଶ୍ୱର ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ପେନ୍ ଇନ୍ ପବ୍ଲିକେଶନ ତରଫରୁ ସମ୍ମାନ ଜନକ ଯୁବ ଲେଖକ ପୁରସ୍କାର ୨୦୨୨ ରେ ପୁରସ୍କୃତ ହୋଇଛନ୍ତି। କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ପ୍ରଖ୍ୟାତ ସାହିତ୍ୟିକା ପଦ୍ମବିଭୂଷଣ ଡ଼ଃ ପ୍ରତିଭା ରାୟ  ଓ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ସୁସାହିତ୍ୟିକା ଡ଼ଃ ଗାୟତ୍ରୀ ବାଳା ପଣ୍ଡା ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଯୁବ ପ୍ରତିଭା ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।

ସ୍କୁଲରେ ପଢିବା ସମୟରୁ କବିତା ଲେଖୁଥିବା ରୂପେଶ ତାଙ୍କ କବିତା ପାଣ୍ଡୁଲିପି ଗୃହବନ୍ଦୀରେ ଈଶ୍ୱର ପାଇଁ ଏହି ସମ୍ମାନ ଜନକ ପୁରସ୍କାରର ଅଧିକାରୀ ହୋଇଛନ୍ତି। ଏଥିପାଇଁ ସେ ବିଚାରକ ମଣ୍ଡଳୀ ତଥା ପେନ୍ ଇନ୍ ମୁଖ୍ୟ ଶୁଭ୍ରାଂଶୁ ପଣ୍ଡାଙ୍କୁ ଧନ୍ୟବାଦ ଜଣାଇଛନ୍ତି। କବିତାରେ ଜୀବନ୍ତ ଚିତ୍ର ଆଙ୍କୁଥିବା ରାୟଗଡା ଜିଲ୍ଲାର ଏହି ବିଶିଷ୍ଟ ଯୁବ ପ୍ରତିଭା ସାହିତ୍ୟ କ୍ଷେତ୍ରରେ ପୁରସ୍କାର ପାଇବା ସହ ଅଞ୍ଚଳର ଗୌରବ ବୃଦ୍ଧି କରିଛନ୍ତି। ଏଥିନିମନ୍ତେ ପଦ୍ମପୁର ବିଡ଼ିଓ ରୀନା ପ୍ରଧାନ, ତହସିଲଦାର ପ୍ରାଣକୃଷ୍ଣ ପାଣିଗ୍ରାହୀଙ୍କ ସମେତ ଅଞ୍ଚଳ ତଥା ଜିଲ୍ଲାର ବହୁ ସାହିତ୍ୟିକ, ବୁଦ୍ଧିଜୀବୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories