www.samajalive.in
Sunday, December 14, 2025
18.1 C
Bhubaneswar

ଫିଫା ଫୁଟବଲ ବିଶ୍ବକପ୍: ଆର୍ଜେଣ୍ଟିନାକୁ ହରାଇଲା ସାଉଦି ଆରବ, ମେକ୍ସିକୋ-ପୋଲାଣ୍ଡ ମୁକାବିଲା ୦-୦ରେ ଶେଷ

ଲୁସାଇଲ୍: ଫିଫା ଫୁଟବଲ ବିଶ୍ବକପ୍ ଇତିହାସରେ ବୋଧହୁଏ ଏହା ସବୁଠାରୁ ବଡ଼ ବିପର୍ଯ୍ୟୟ । ଫୁଟବଲପ୍ରେମୀ ଏହା ବିଶ୍ବାସ ନକଲେ ମଧ୍ୟ ସତ ଯେ ଲିଓନେଲ୍ ମେସିଙ୍କ ଆର୍ଜେଣ୍ଟିନାକୁ ପରାସ୍ତ କରିଛି ସାଉଦି ଆରବ । ଫିଫା ମାନ୍ୟତାରେ ୩ୟ ସ୍ଥାନରେ ରହିଛି ଆର୍ଜେଣ୍ଟିନା । ପୁଣି ଏହି ମ୍ୟାଚ୍ ପୂର୍ବରୁ କ୍ରମାଗତ ୩୬ଟି ମ୍ୟାଚରେ ଆର୍ଜେଣ୍ଟନା ଅପରାଜିତ ଥିଲା । ପଡ଼ୋଶୀ ଦେଶ କାତାର ମାଟିରେ ସାଉଦି ଆରବ ତା’ର ଫୁଟବଲ ଇତିହାସରେ ସବୁଠାରୁ ବଡ଼ ବିଜୟ ହାସଲ କରିଛି । ଗୋଟିଏ ଗୋଲ୍ ପଛରେ ଥାଇ ସାଉଦି ଆରବ ଦ୍ବିତୀୟାର୍ଦ୍ଧରେ ୨ଟି ଦର୍ଶନୀୟ ଗୋଲ୍ ଦେଇ ଆେର୍ଜଣ୍ଟିନାକୁ ୨-୧ ଗୋଲ୍ରେ ପରାସ୍ତ କରିଛି।

ଚଳିତ ଫିଫା ଫୁଟବଲ ବିଶ୍ବକପରେ ମଙ୍ଗଳବାର କ୍ରମାଗତ ୨ୟ ମ୍ୟାଚ୍ ଗୋଲ୍ଶୂନ୍ୟ ରହିଛି । ଗ୍ରୁପ୍ ‘ସି’ରେ ମେକ୍ସିକୋ ଓ ପୋଲାଣ୍ଡ ମଧ୍ୟରେ ଖେଳା ଯାଇଥିବା ମ୍ୟାଚରେ କେହି ଗୋଲ୍ ଦେଇ ପାରିନଥିଲା । ମ୍ୟାଚ୍ ୦-୦ରେ ଡ୍ର ରହିବାରୁ ଉଭୟ ଦଳ ୧ ପଏଣ୍ଟ ଲେଖାଏଁ ପାଇଛନ୍ତି । ମ୍ୟାଚରେ ମେକ୍ସିକୋର ପ୍ରାଧାନ୍ୟ ଥିଲା ଏବଂ ଏହା ଅଧିକ ସୁଯୋଗ ପାଇଥିଲା । ତେବେ ପୋଲାଣ୍ଡର ରବର୍ଟ ଲିୱାଣ୍ଡୋୱସ୍କି ୫୩ ମିନିଟରେ ପେନାଲ୍ଟିରୁ ଗୋଲ୍ ଦେଇ ପାରିନଥିଲେ; ଯାହା ନିର୍ଣ୍ଣାୟକ ହୋଇଥିଲା।

- Advertisement -

ଚଳିତ ଫିଫା ଫୁଟବଲ ବିଶ୍ବକପରେ ମଙ୍ଗଳବାର ପ୍ରଥମ ଗୋଲ୍ଶୂନ୍ୟ ଡ୍ର ମ୍ୟାଚ୍ ଦେଖିବାକୁ ମିଳିଛି । ଡେନ୍ମାର୍କ ଓ ଟ୍ୟୁନିସିଆ ମଧ୍ୟରେ ଗ୍ରୁପ୍ ‘ଡି’ ମ୍ୟାଚ୍ ୦-୦ରେ ସମାପ୍ତ ହୋଇଛି । ଫଳରେ ଉଭୟ ଦଳ ପଏଣ୍ଟ ଭାଗକରିବା ସହ ୧ ପଏଣ୍ଟ ଲେଖାଏଁ ପାଇଛନ୍ତି । କଷ୍ଟସାଧ୍ୟ ଗ୍ରୁପ୍ ‘ଡି’ରେ ଲଢ଼ୁଆ ପ୍ରଦର୍ଶନ କରି ବିଶ୍ବ ମାନ୍ୟତାର ୩୦ନଂ ସ୍ଥାନରେ ଥିବା ଆଫ୍ରିକୀୟ ଦେଶ ଟ୍ୟୁନିସିଆ ୧୦ନଂ ଦଳ ଡେନ୍ମାର୍କକୁ ବିଜୟରୁ ବଞ୍ଚିତ କରିଥିଲା । ଡେନ୍ମାର୍କର ଗୋଲ୍ରକ୍ଷକ କାସ୍ପର ସ୍କିମାଇକେଲ ଚମତ୍କାର ପ୍ରଦର୍ଶନ କରି କିଛି ନିଶ୍ଚିତ ଗୋଲରୁ ଦଳକୁ ବଞ୍ଚାଇ ଦେଇଥିଲେ । ଉଭୟ ଦଳ ୬ଷ୍ଠ ବିଶ୍ବକପ୍ ଖେଳୁଥିବା ବେଳେ ପ୍ରଥମଥର ପରସ୍ପରଙ୍କ ମୁକାବିଲା କରିଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories