www.samajalive.in
Monday, December 15, 2025
26.1 C
Bhubaneswar

ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଫୁ, ସଂଧ୍ୟା ହେଲେ ଅନ୍ଧାର ହେଉଛି ୮୫ ଗାଁ

ତେଲକୋଇ: ସଂଧ୍ୟା ହେଲେ ଅନ୍ଧାର ହୋଇଯାଉଛି ୧୩ ପଞ୍ଚାୟତର ୮୫ ଗାଁ । କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକରେ ଏଭଳି ଅବସ୍ଥା ଦେଖିବାକୁ ମିଳିଛି ତେଲକୋଇ ବ୍ଲକରେ ରହିଛି ୨୨ଟି ପଞ୍ଚାୟତ। ସୂଚନା ଅନୁଯାୟୀ ସେଥିମଧ୍ୟରୁ ୧୩ଟି ପଞ୍ଚାୟତ ସମାକୋଇ ନଦୀ ସେପଟେ ରହିଛି।ଖୁଣ୍ଟାପଡା ପଞ୍ଚାୟତ ଠାରୁ ଆରମ୍ଭ କରି କାଳିଆହତା ପଞ୍ଚାୟତ ପର୍ଯ୍ୟନ୍ତ ବିସ୍ତିର୍ଣ୍ଣ ଅଞ୍ଚଳରେ ୧୩ ପଞ୍ଚାୟତର ୮୫ରୁ ଊର୍ଦ୍ଧ୍ବ ଗାଁ ରହିଛି । ହେଲେ ସଂଧ୍ୟା ହେଲେ ଟାଟା ପାଓ୍ବାର ହାତୀ ଆଳ ଦେଖାଇ ଗାଁ ଗୁଡିକୁ ଲାଇନ କାଟି ଦେଉଛି । ଫଳରେ ଅନ୍ଧାର ଭିତରେ ଜୀବନ ବିତାଉଛନ୍ତି ହଜାର ହଜାର ପରିବାର । ଟାଟା ପାଓ୍ବାରର ମନମାନି ଯୋଗୁଁ ଶହ ଶହ ସ୍କୁଲପିଲା ସଂଧ୍ୟା ସମୟରେ ପାଠ ପଢି ପାରୁ ନଥିବା ବେଳେ ସେମାନଙ୍କ ଭବିଷ୍ୟତ ମଧ୍ୟ ଅନ୍ଧାର ଭିତରକୁ ଠେଲି ହୋଇଯାଉଛି ।

ସେପଟେ କିରାସିନିର ଦାମ ଅଧିକ ଥିବାବେଳେ କିରୋସିନି ମଧ୍ୟ ମିଳୁ ନଥିବା ଦେଖିବାକୁ ମିଳିଛି । ଲୋକେ ଅନ୍ଧାରରେ ରାତ୍ରି ଭୋଜନ ସହିତ ରୋଷେଇରେ ମଧ୍ୟ ସମସ୍ୟା ଭୋଗୁଛନ୍ତି । ଏନେଇ ପ୍ରଗତିଶୀଳ ନାଗରିକ ମଞ୍ଚ ପକ୍ଷରୁ ମାସ ପୂର୍ବେ ଜନସ୍ବାର୍ଥ ମାମଲା ରୁଜୁ ହୋଇଥିବା ବେଳେ ମାନ୍ୟବର ହାଇକୋର୍ଟ ଦୁଇ ଦୁଇ ଥର ଟାଟା ପାଓ୍ବାର, କେନ୍ଦୁଝର ଜିଲ୍ଲାପାଳ, କେନ୍ଦୁଝର ଡିଏଫଓ, ମୁଖ୍ୟ ଶାସନ ସଚିବ ଓଡିଶା, ଟାଟା ପାଓ୍ବାର ମୂଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ, ବନବିଭାଗ ମୁଖ୍ୟ ପିସିସିଏଫଙ୍କୁ ନୋଟିସ କରିଥିଲେ । ଦୁଇମାସ ଭିତରେ ସମସ୍ୟାର ସମାଧାନ ପାଇଁ ପକ୍ଷଭୁକ୍ତ ପ୍ରଶାସନିକ ଅଧିକାରୀ ଟାଟା ପାଓ୍ବାର ପକ୍ଷରୁ ମାନ୍ୟବର ହାଇକୋର୍ଟଙ୍କ ନିକଟରେ ସତ୍ୟପାଠ ଦେଇଥିଲେ

- Advertisement -

ତେବେ ସାତ ମାସ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସେ ଅନ୍ଧାରରେ ବୁଡି ରହିଛନ୍ତି ୮୫ରୁ ଊର୍ଦ୍ଧ୍ବ ଗାଁର ଲୋକେ।ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଫୁ କରି ଉଡାଇ ଦେଇଛନ୍ତି ଟାଟା ପାଓ୍ବାର ଅଧିକାରୀ । ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଖାତିରି କରୁନଥିବା ଟାଟା ପାଓ୍ବାର ଅଧିକାରୀଙ୍କ ବିରୋଧରେ ନନ୍ ବେଲେବୁଲ ଓ୍ବାରେଣ୍ଟ ଜାରି ପାଇଁ ଦାବି ରଖିବା ସହିତ ଏନେଇ ପୁଣି ନାଗରିକ ମଞ୍ଚ ପକ୍ଷରୁ ମାନ୍ୟବର ହାଇକୋର୍ଟଙ୍କ ଦ୍ବାରସ୍ଥ ହେବେ ବୋଲି ମଞ୍ଚର ସଭାପତି ଅକ୍ଷୟ ପ୍ରଧାନ ସମ୍ପାଦକ ଅରକ୍ଷିତ ପ୍ରଧାନ ଅଣ୍ଟା ଭିଡୁଥିବା ବେଳେ ଦରକାର ହେଲେ ଲୋକଙ୍କ ସ୍ବାର୍ଥ ପାଇଁ ସୁପ୍ରିମକୋର୍ଟଙ୍କ ଆଶ୍ରୟ ନେବେ ବୋଲି ପ୍ରକାଶ କରିଛନ୍ତି

 

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories