www.samajalive.in
Sunday, December 14, 2025
26.1 C
Bhubaneswar

ଶାହରୁଖଙ୍କ ୧୦୦ କୋଟିର ମନ୍ନତରେ ଲାଗିଲା ହୀରାର ନେମ୍‌ ପ୍ଲେଟ୍‌! ଫଟୋ ଭାଇରାଲ୍‌

ମୁମ୍ବାଇ: ବଲିଉଡ଼ ବାଦଶାହ ଶାହରୁଖ ଖାନ୍‍ଙ୍କ ସହ ତାଙ୍କ ଘର ମନ୍ନତ ମଧ୍ୟ ସବୁବେଳେ ଚର୍ଚ୍ଚାରେ ରହିଥାଏ । ଏବେ ପୁଣି ଥରେ ମନ୍ନତର ଦାମୀ ନେମ୍‍ ପ୍ଲେଟ୍‍ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି ।

ପ୍ରଶଂସକଙ୍କ ପାଇଁ ଶାହରୁଖ ଖାନଙ୍କ ବଙ୍ଗଳା ମନ୍ନତ କୌଣସି ପର୍ଯ୍ୟଟନ ସ୍ଥଳୀଠାରୁ କମ୍‍ ନୁହେଁ । ମୁମ୍ବାଇ ଯାଉଥିବା ଲୋକେ ଶାହରୁଖଙ୍କ ବଙ୍ଗଳା ସମ୍ମୁଖରେ ପୋଜ୍‍ ଦେଇ ନିଜ ଫଟୋ ଉଠାଇବାକୁ ଆଦୌ ଭୁଲନ୍ତି ନାହିଁ । ମନ୍ନତ ସହ ତା’ର ଦାମୀ ନେମ୍‍ ପ୍ଲେଟ୍‍ ମଧ୍ୟ ସର୍ବଦା ଚର୍ଚ୍ଚାରେ ଥାଏ । ଏବେ ପୁଣି ଥରେ ଶାହରୁଖଙ୍କ ମନ୍ନତ ବାହାରେ ନୂଆ ନେମ୍‍ ପ୍ଲେଟ୍‍ ଲାଗିଛି, ଯାହାର ଫଟୋ ଓ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‍ ହୋଇଛି । ମନ୍ନତ ଫାଟକର ଦୁଇ ପାଶ୍ୱର୍ରେ ନୂଆ ନେମ୍‍ ପ୍ଲେଟ୍‍ ଲାଗିଛି, ଯେଉଁଥିରେ ହୀରା ଖଚିତ ହୋଇଥିବା କୁହାଯାଉଛି । ନେମ୍‍ ପ୍ଲେଟ୍‍ ସହ ମନ୍ନତର ବାହାର ଗେଟ୍‍ ମଧ୍ୟ ବଦଳିଯାଇଛି ।

- Advertisement -


ସାମାଜିକ ଗଣମାଧ୍ୟମରେ ମନ୍ନତର ହୀରା ଖଚିତ ନୂଆ ନେମ୍‍ ପ୍ଲେଟ୍‍ ଓ ଗେଟ୍‍ର ଫଟୋ, ଭିଡିଓ ଭାଇରାଲ୍‍ ହୋଇଛି । ରାତିର ଅନ୍ଧାରରେ ମନ୍ନତର ନେମ୍‍ ପ୍ଲେଟ୍‍ ତାରା ଭଳି ଚମକୁଛି ।


ଶାହରୁଖ ଖାନଙ୍କ ଫ୍ୟାନ୍‍ କ୍ଲବରେ ମନ୍ନତର ନୂଆ ନେମ୍‍ ପ୍ଲେଟ୍‍ ଓ ଗେଟ୍‍ ଫଟୋ ଶେୟାର କରାଯାଇଛି । ଫଟୋ ସହ କ୍ୟାପ୍ସନରେ ଲେଖାହୋଇଛି, ୨ ମାସ ପରେ ମନ୍ନତ ଗେଟ୍‍ର ନୂଆ ଡିଜାଇନ୍‍ ସାମ୍ନାକୁ ଆସିଛି ଏବଂ ଏହା ଚମତ୍କାର ହୋଇଛି । ପ୍ରଶଂସକମାନେ ମନ୍ନତର ନୂଆ ହୀରା ଖଚିତ ନେମ୍‍ ପ୍ଲେଟ୍‍ ସହିତ ଫଟୋ ଉଠାଇ ସାମାଜିକ ଗଣମାଧ୍ୟମରେ ଶେୟାର କରିଛନ୍ତି ।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories