ନୂଆଦିଲ୍ଲୀ : ଇଣ୍ଡୋନେସିଆ ଅନୁଭବ ହୋଇଛି ଏକ ବଡ ଧରଣର ଭୂମିକମ୍ପ । ସୋମବାର ଅନୁଭବ ହୋଇଥିବା ଏହି ଭୂକମ୍ପରେ ୪୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦୦ରୁ ଅଧିକ ଲୋକେ ଆହତ ହୋଇଛନ୍ତି । ରିକ୍ଟର ସ୍କେଲରେ ଭୂକମ୍ପର ତିବ୍ରତା ୫.୬ ରେକର୍ଡ କରାଯାଇଛି । ସିୟାଙ୍ଗଜୁରର ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ମୃତାହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଉଛି ।
ସୂଚନାନୁଯାୟୀ, ସୋମବାର ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତାରେ ୫.୬ ତିବ୍ରତାରେ ଭୂକମ୍ପ ଝଟକା ଅନୁଭବ ହୋଇଛି । ଭୂକମ୍ପର କେନ୍ଦ୍ରସ୍ଥଳ ପଶ୍ଚିମ ଜାଭାର ସିୟାନପୁରରୁ ୧୦ କିମି ଗଭୀର ବୋଲି ଜଣାପଡିଛି । ଏହା କାରଣରୁ ସୁନାମି ଆସିବା ନେଇ କୌଣସି ଆଶଙ୍କା କରାଯାଇ ନାହିଁ ।



