www.samajalive.in
Sunday, December 7, 2025
16.1 C
Bhubaneswar

ସିପିଆଇ ଏମ୍ ଏଲର ୪ର୍ଥ ତମ ବ୍ଲକ ସ୍ତରୀୟ ସମ୍ମିଳନୀ

କଲ୍ୟାଣସିଂହପୁର : ରାୟଗଡ। ଜିଲା କଲ୍ୟାଣସିଂହପୁର ବ୍ଲକ ଗୁଣ୍ଡିଚା ମନ୍ଦିର ନିକଟରେ ଆଜି ସିପିଆଇ ଏମ୍ ଏଲ ଲେବରେସନର ୪ର୍ଥ ତମ ବ୍ଲକ ସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରଥମେ ଏକ ଶୋଭାଯାତ୍ରା କରାଯିବା ସହ  ଦଳୀୟ ପତାକା ଉତ୍ତୋଳନ କରାଯିବା ସହ ସ୍ୱର୍ଗତଃ  ଚାରୁମଜୁମ ଦାରଙ୍କ ଫୋଟ ଚିତ୍ରରେ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ଏହା ପରେ ଶହୀଦ ମାନଙ୍କ ପାଇଁ  ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା। ସିପିଆଇ ଏମ୍ ଏଲ ର ଜିଲା କମିଟି ସଦସ୍ୟଙ୍କ ନେତୃତ୍ୱରେ ଅନୁଷ୍ଠିତ ସମ୍ମିଳନୀରେ ରାଜ୍ୟକମିଟି ସଦସ୍ୟ ବୃନ୍ଦାବନ ବିଡିକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟ ଅତିଥିଭାବେ  ରାଜ୍ୟ କମିଟି ସଦସ୍ୟ ରାମଚନ୍ଦ୍ର ପ୍ରାସ୍କା, ଜିଲା କମିଟି ସଦସ୍ୟ କରୁଣା କର ଲିମା, ଭାସ୍କର ନାଗ, ଆଶ୍ରିକା ଅଟକା, ଆଛାନା ମାଣ୍ଡିକା, ଚୈତନ୍ୟ ଗରଡ଼ିଆ, ମାଙ୍ଗାମା ନେମାଲପୁରୀ, ବଛା ବୃନ୍ଦାବତୀ ପ୍ରମୁଖ ମଞ୍ଚାସୀନ ରହିଥିଲେ । ଏହାର ମୁଖ୍ୟ ଉଦ୍ଧେଶ୍ୟହେଲା ଚଳିତ ମାସ୨୩ତାରିଖ ଗୁଣୁପୁର ବ୍ଲକର ପୁଟାସିଂ ଠାରେ ଜିଲ୍ଲା ସ୍ତରୀୟ ,ଗୁଣୁପୁର ସଦରରେ ରାଜ୍ୟସ୍ତରୀୟ ଓ ଫେବୃଆରୀ ମାସର ୧୪ ରୁ ୨୦ତାରିଖ ମଧ୍ୟରେ ସର୍ବଭାରତୀୟ ସମ୍ମିଳନୀ ଭବାନୀପାଟଣାରେ ଅନୁଷ୍ଠିତ ହେବ ତାହାକୁ ସଫଳ କରିବା ପାଇଁ କରାଯାଇଛି ।  ଏ ଅବସରରେ ଉକ୍ତ ବ୍ଲକରେ ୨୩ ଜଣ ପ୍ରାର୍ଥୀଙ୍କ ନେଇ ଏକ ନୂତନ କମିଟି ଗଠନ କରିଛନ୍ତି । ସେଥିରୁ ସର୍ବ ସମ୍ମତି କ୍ରମେ ରାମ ଚନ୍ଦ୍ର ପ୍ରାସ୍କାଙ୍କୁ ସମ୍ପାଦକ ଭାବରେ ଚୟନ କରିଥିଲେ । ସମସ୍ତ କାର୍ଯ୍ୟ ଦଳୀୟ କମିଟି ଦ୍ୱାରା ସମାଧାନ କରାଯିବ ବୋଲି କହିଛନ୍ତି ।ଏଥିରେ ବହୁ ସଂଖ୍ୟକ ମହିଳା ପୁରୁଷ ଉପସ୍ଥିତ ରହିଥିଲେ । ସେଥିରେ ସେମାନେ ୭ଟି ଦାବିକୁ ନେଇ  ଗଣତନ୍ତ୍ର ବଞ୍ଚାଅ ଓ ଦେଶ   ବଞ୍ଚାଅ ,ସମ୍ବିଧାନ ବଞ୍ଚାଅ ଓ ଗଣତନ୍ତ୍ର ବଞ୍ଚାଅ , ଦେଶରେ ଗରିବ ଲୋକ ମାନଙ୍କ ଉପରେ ବୁଲଡୋଜର ରାଜକୁ ବନ୍ଦ କରାଯାଉ ,
କେନ୍ଦ୍ର ସରକାର ଆଣିଥିବା  ଜଙ୍ଗଲ ଆଇନ ୨୦୨୨ ଓ  ଗ୍ରାମ ସଭା କୁ ଅକାମୀ କରିବା ଚକ୍ରାନ୍ତକୁ ବନ୍ଦ କରିବା, ସମସ୍ତଙ୍କୁ ସିଲିଂ ବହିର୍ଭୂତ ଜମି -ଜଂଗଲ ଜମି – ଘର ଡିହ ପଟା  ଯୋଗାଇ ଦିଆଯାଉ ,  ଧାନର ସହାୟତା ମୂଲ୍ୟ କୁଇଣ୍ଟାଲ ୩୦୦୦ ଟଙ୍କା ସହ ଭାଗଚାଷୀ ମାନଙ୍କୁ ଚାଷିର ମାନ୍ୟତା ପ୍ରଦାନ କରାଯାଉ। ବିଦ୍ୟୁତ ଆଇନ ବାତିଲ କରାଯାଉ ବୋଲି ନାର। ଦେଇଥିଲେ ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories