www.samajalive.in
Friday, December 12, 2025
16.1 C
Bhubaneswar

ନଭେମ୍ବର ୨୩ରୁ କଟକ ବାଲିଯାତ୍ରା

କଟକସିଟି: ଚଳିବର୍ଷ କଟକର ଐତିହାସିକ ବାଲିଯାତ୍ରା ନଭେମ୍ବର ୨୩ରୁ ଆରମ୍ଭ ହୋଇ ୨୯ରେ ଶେଷ ହେବ। ଶୁକ୍ରବାର ଅପରାହ୍ଣରେ ଏ ସଂକ୍ରାନ୍ତ ଏକ ପ୍ରସ୍ତୁତି ବୈଠକ କଟକ ଜିଲାପାଳଙ୍କ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ଅରବିନ୍ଦ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ବାଲିଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଛି। ପୂର୍ବବର୍ଷ ଷ୍ଟଲ ପାଇଥିବା ବ୍ୟବସାୟୀ ଚଳିତବର୍ଷ ଏକକ ବାତାୟନ ବ୍ୟବସ୍ଥା ମାଧ୍ୟମରେ ନଭେମ୍ବର ୫ରୁ ୧୮ ମଧ୍ୟରେ ନୂତନ ଷ୍ଟଲ ପାଇଁ ଆବେଦନ କରିପାରିବେ। ସେହିପରି ୧୯ ରୁ ୨୨ ଯାଏଁ ନୂତନ ଆବେଦନକାରୀ ଷ୍ଟଲ ପାଇଁ ଆବେଦନ କରିପାରିବେ। ବାଲିଯାତ୍ରାରେ ପଞ୍ଜିକୃତ ଷ୍ଟଲଧାରୀ, ବୁଲା ବିକାଳୀ ବା ଅନ୍ୟ କାହାରିକୁ ଚୋରାରେ ବିଦ୍ୟୁତ୍‍ ଯୋଗାଇଲେ ସେଥିପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଯାତ୍ରାରେ ହଜି ଯାଉଥିବା ପିଲାମାନଙ୍କୁ ଶିଶୁ ପ୍ରଯତ୍ନ ଅନୁଷ୍ଠାନରେ ଜିଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ତତ୍ତ୍ୱାବଧାନରେ ରଖାଯିବ। ଆମ୍ବୁଲାନ୍ସ ଓ ଅଗ୍ନିଶମ ସେବା ବିଭାଗ ଗାଡି ସୁବିଧାରେ ଯାତ୍ରାସ୍ଥଳକୁ ଯିବା ପାଇଁ ପ୍ରଶସ୍ତ ରାସ୍ତାର ସୁବିଧା ରଖାଯିବ। ଭିନ୍ନକ୍ଷମଙ୍କ ସୁବିଧା ପାଇଁ ଓରମାସ ଷ୍ଟଲରେ ର‍୍ୟାମ୍ପ ବ୍ୟବସ୍ଥା କରାଯିବ। ଯାତ୍ରାରେ ପଲିଥିନ ବ୍ୟବହାରକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି। ଏଥିରେ ବ୍ୟତୀକ୍ରମ ଘଟିଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories