www.samajalive.in
Sunday, December 14, 2025
23.1 C
Bhubaneswar

ଆଜି ସମସ୍ତ କୀର୍ତ୍ତିରାଜି ବୁଲିବା ଦେୟମୁକ୍ତ; ମାଗଣାରେ ବୁଲିପାରିବେ ତାଜମହଲ

ନୂଆଦିଲ୍ଲୀ: ପର୍ଯ୍ୟଟକଙ୍କ ପାଇଁ ଖୁସିର ଖବର । ଦେଶର ସମସ୍ତ ଐତିହ୍ୟ ସ୍ଥଳି ମାଗଣାରେ ବୁଲିପାରିବେ ପର୍ଯ୍ୟଟକ । ଏଏସଆଇ ଅଧୀନରେ ଆସୁଥିବା ସମସ୍ତ ଐତିହ୍ୟ ସ୍ଥଳି ଆଜି ଦିନକ ପାଇଁ ଦେୟମୁକ୍ତ କରାଯାଇଛି । ବିଶ୍ୱ ଐତିହ୍ୟ ସପ୍ତାହ ପାଳନ ଦିବସ ଅବସରରେ ଆଜି ପାଇଁ ପର୍ଯ୍ୟଟକ ମାନେ ମାଗଣାରେ କୀର୍ତ୍ତିରାଜି ବୁଲି ପାରିବେ ବୋଲି କୁହାଯାଇଛି । ଅର୍ଥାତ୍ ଆଜି ପର୍ଯ୍ୟଟକ ମାନେ ଏଏସଆଇ ଅଧୀନରେ ଆସୁଥିବା ଐତିହ୍ୟ ସ୍ଥଳି ଗୁଡ଼ିକରେ ବୁଲିଲେ କୌଣସି ଅର୍ଥ ଦେବାକୁ ପଡ଼ିବ ନାହିଁ । ଏହି ବ୍ୟବସ୍ଥା ଦେଶ ଓ ରାଜ୍ୟର ସବୁ ଏଏସଆଇ ଐତିହ୍ୟ ସ୍ଥଳିରେ ଲାଗୁ କରାଯାଇଛି ।

ବିଶ୍ୱ ଐତିହ୍ୟ ସପ୍ତାହ ପ୍ରତିବର୍ଷ ନଭେମ୍ବର ୧୯ରୁ ୨୫ ତାରିଖ ଯାଏଁ ପାଳନ କରାଯାଏ ।  ଆଜିର ଦିନରେ ଭାରତୀୟ ପର୍ଯ୍ୟଟକ ଓ ବିଦେଶୀ ପର୍ଯ୍ୟଟକ ମାନେ ତାଜମହଲ, ଆଗ୍ରା ଦୁର୍ଗ, ଫତେହପୁର ସିକ୍ରି ଭିଳି ଅନେକ ବଡ଼ବଡ଼ ସ୍ଥାନ ମାଗଣାରେ ବୁଲିପାରିବେ ।  ଏନେଇ ଏଏସଆଇର ଅଧୀକ୍ଷକ ପ୍ରତ୍ନତତ୍ତ୍ୱବିତ୍ (ଆଗ୍ରା ସର୍କଲ) ରାଜ କୁମାର ପଟେଲ କହିଛନ୍ତି ।

- Advertisement -

ସେ ଆହୁରି କହିଛନ୍ତି ଯେ, ଆଜି ପାଇଁ ତାଜମହଲରେ ପ୍ରବେଶ ମାଗଣା ବ୍ୟବସ୍ଥା କରାଯାଇଛି । ହେଲେ ସ୍ମାରକୀ ଭିତରେ ବୁଲିବାକୁ ହେଲେ ପର୍ଯ୍ୟଟକଙ୍କୁ ୨ଶହ ଟଙ୍କା ଦେବାକୁ ହେବ । ବିଶ୍ୱ ଐତିହ୍ୟ ସପ୍ତାହରେ ସାଧାରଣ ସାଂସ୍କୃତିକ କାର୍ଯ୍ୟକଳାପ ଏବଂ ସ୍ମାରକପତ୍ରରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହେବ।

Hot this week

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

Related Articles

Popular Categories