ସକାଳ @୯ ମୁଖ୍ୟ ଖବର
(୧) ଆଜି ପାଇଁ ସମସ୍ତ କୀର୍ତ୍ତିରାଜି ବୁଲିବା ଦେୟମୁକ୍ତ… ମାଗଣାରେ ବୁଲିପାରିବେ ତାଜମହଲ, ଆଗ୍ରା ଦୁର୍ଗ ଭିଳି ଅନେକ ବଡ଼ବଡ଼ ସ୍ଥାନ… ଏଏସଆଇ ଅଧୀନରେ ଆସୁଥିବା ଐତିହ୍ୟ ସ୍ଥଳି ଗୁଡ଼ିକ ବୁଲିଲେ ଦେବାକୁ ପଡ଼ିବ ନାହିଁ ଟଙ୍କା… ଦେଶ ଓ ରାଜ୍ୟର ସବୁ ଏଏସଆଇ ଐତିହ୍ୟ ସ୍ଥଳିରେ ଦିନକ ପାଇଁ ମାଗଣା ବ୍ୟବସ୍ଥା ଲାଗୁ…
(୨) ଆଜି ଶ୍ରୀଜିଉଙ୍କ ପଇତାଲାଗି… ଭକ୍ତଙ୍କ ପାଇଁ ୪ ଘଣ୍ଟା ବନ୍ଦ ରହିବ ଶ୍ରୀମନ୍ଦିର… ଅପରାହ୍ଣ ୫ରୁ ରାତି ୯ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ… ରୀତିନୀତି ଅନୁଯାୟୀ ମହାପ୍ରଭୁଙ୍କ ହେବ ସମସ୍ତ ନୀତିକାନ୍ତି… ଏନେଇ ସୂଚନା ଦେଲା ଶ୍ରୀମନ୍ଦିର ପ୍ରଶାସନ…
(୩) ଟ୍ୱିଟର ପାଇଁ ଘୋଷଣା ହେଲା ନୂଆ ନୀତି… ନାକାରାତ୍ମକ ଟ୍ୱିଟ ଗୁଡ଼ିକୁ ହଟାଇବା ପାଇଁ ନିଆଯିବ ପଦକ୍ଷେପ… ଟ୍ୱିଟରକୁ ନୂଆ ରୂପ ଦେବାକୁ କରାଯିବ ପ୍ରୟାସ… ମାଲିକାନାକୁ ନେବା ପରେ ଟ୍ୱିଟରକୁ ନେଇ ଆଉ ଏକ ବଡ଼ ଘୋଷଣା କଲେ ଏଲନ ମସ୍କ…
(୪) ପୁଣି କିମ୍ ଜଙ୍ଗ୍ ଉନଙ୍କ ଧମକ… ଆଣବିକ ଅସ୍ତ୍ର ପ୍ରୟୋଗ ନେଇ ଧମକାଇଲେ କିମ୍… କହିଲେ, ଆମକୁ ଡରାଇଲେ ପଡ଼ିବନି କୌଣସି ପ୍ରଭାବ… ବାଲିଷ୍ଟିକ୍ ମିଜାଇଲ୍ ପରୀକ୍ଷଣ ବନ୍ଦ କରିବନି ଉତ୍ତର କୋରିଆ… ଆଣବିକ ଅସ୍ତ୍ରର ଜବାବ ଦିଆଯିବ ଆଣବିକ ଅସ୍ତ୍ରରେ…
(୫) ଉପନିର୍ବାଚନ ପାଇଁ ସରଗରମ ପଦ୍ମପୁର… ଭୋଟରଙ୍କୁ ମନାଇବାକୁ ଚାଲିଲାଣି ପ୍ରଚାର… ଅନୁକମ୍ପା ଭୋଟ୍ ପାଇଁ ବିଜେଡି କରୁଛି କସରତ… ବିଜେପି ମଧ୍ୟ ଘରକୁ ଘର ବୁଲି ମାଗୁଛି ଭୋଟ୍… ଭୋଟରଙ୍କୁ ଆକୃଷ୍ଟ କରିବାକୁ କଂଗ୍ରେସ ପ୍ରାର୍ଥୀ କରୁଛନ୍ତି ପ୍ରୟାସ…
(୬) ଆଜି ବାରଣାସୀ କାଶୀ-ତାମିଲ ସଙ୍ଗମ କାର୍ଯ୍ୟକ୍ରମର ହେବ ଉଦଘାଟନ… କାର୍ଯ୍ୟକ୍ରମକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ … ସେପଟେ ଅରୁଣାଚଳ ପ୍ରଦେଶରେ ଗ୍ରୀନଫିଲ୍ଡ ବିମାନବନ୍ଦରକୁ ମଧ୍ୟ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ…
Comments are closed.