www.samajalive.in
Sunday, December 14, 2025
26.1 C
Bhubaneswar

ବେଦାନ୍ତ ଲିମିଟେଡ ତରଫରୁ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ

ଲାଞ୍ଜିଗଡ଼: ଲାଞ୍ଜିଗଡ଼ ସ୍ଥିତ ବେଦାନ୍ତ ଲିମିଟେଡ ତରଫରୁ ପ୍ଲାଣ୍ଟ ପରିସରରେ ଥିବା ଅକୁପେସନାଲ ହେଲ୍‌ଥ ସେଣ୍ଟର ଠାରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ବେଦାନ୍ତ ଲିମିଟେଡ ସ୍ୱାସ୍ଥ୍ୟ, ସୁରକ୍ଷା ଓ ପରିବେଶ ସୁରକ୍ଷା ବିଭାଗ ମୁଖ୍ୟ ହର୍ଷବର୍ଦ୍ଧନ ପାଣ୍ଡେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବେଦାନ୍ତ ଲିମିଟେଡ ମୁଖ୍ୟ ଚିକିତ୍ସାଧିକାରୀ ଡା. ଅକ୍ଷୟ କୁମାର ସାହୁ ଯୋଗ ଦେଇ ଏହି ଶିବିରକୁ ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ରେକର୍ଡ ସଂଖ୍ୟକ ୧୫୬ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା । ବେଦାନ୍ତ ଲିମିଟେଡ ପ୍ଲାଣ୍ଟ ହସ୍ପିଟାଲର ଧର୍ମେନ୍ଦ୍ର ସାହୁ, ସୁମନ ସାହୁ, ଅତନୁ ମହାପାତ୍ର, ନିହାର ରଞ୍ଜନ ପଣ୍ଡା, ଧନଞ୍ଜୟ ଦୀପ, ପ୍ରକାଶ ମାଝୀ, କ୍ରିଷ୍ଣା ରାୟ, ଭାମା ହରିଜନ, ବେଲ ଚଲାନ, ସଞ୍ଜିତା ବାତ୍ରା, ପଙ୍କଜିନୀ ରାଉତ, ଆଶିଷ କୁମାର ସ୍ୱାଇଁ, ଥୋମାସ ହିଆଲ, ପ୍ରଭାତ ଟାକ୍ରୀ, ରବି ସିଂହ, ଲମ୍ବୋଦର ସାହୁ ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିବାବେଳେ ଭବାନୀପାଟଣା ସ୍ଥିତ ଓଡିଶା ରକ୍ତଭଣ୍ଡାର ତରଫରୁ ଅଜିତ କୁମାର ନାଏକ, କୃଷ୍ଣଚନ୍ଦ୍ର ସାହୁ, ଗିରୀଶ କୁମାର ନାଏକ, ସଞ୍ଜୀବ ମହାକୁଡ ପ୍ରମୁଖ ସ୍ୱେଚ୍ଛାକୃତ ରକ୍ତଦାତାଙ୍କଠାରୁ ରକ୍ତ ସଂଗ୍ରହ କରିଥିଲେ ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories