ଆମେରିକାର ଜଣାଶୁଣା ଫେସନ୍ ବ୍ରାଣ୍ଡ ‘ଖେଇତେ’। ଏହି ବ୍ରାଣ୍ଡ ଯୁବପିଢ଼ିଙ୍କ ପାଇଁ ପୋଷାକ, ଜୋତା, ବ୍ୟାଗ୍, କେଶ କ୍ଲିପ୍ ଆଦି ଡିଜାଇନ୍ କରେ। ନିକଟରେ ଖେଇତେ ଅନ୍-ଲାଇନ୍ ସାଇଟ୍ରେ ସୁନା କ୍ଲିପ୍, ହୀରା ଜଡ଼ିତ କ୍ଲିପ୍ ବିକ୍ରି ଆରମ୍ଭ କରିଛି। ସୁନା କ୍ଲିପ୍ର ଦାମ୍ ୪୨ହଜାର ଟଙ୍କାରୁ ଆରମ୍ଭ। କଳା ରଙ୍ଗର ଛୋଟଛୋଟ ହୀରା ଏହି ସୁନା କ୍ଲିପ୍ରେ ଖଞ୍ଜାହୋଇଛି। ଗ୍ରାହକ ପ୍ରଥମେ ଟଙ୍କା ପଇଠ କରିବା ପରେ ସୁନା କ୍ଲିପ୍ ୧୦-୧୨ଦିନ ମଧ୍ୟରେ ସେମାନଙ୍କ ଠିକଣାରେ ପହଞ୍ଚାଇବା ସୁବିଧା ଉପଲବ୍ଧ ଅଛି।
Popular Categories



